ସରକାର ପ୍ରତିଶୃତି ଦେଲେ, ଭତ୍ତା ଵୃଦ୍ଧି କଲେ ନାହିଁ: ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ଅନିର୍ଦ୍ଦଷ୍ଟ କାଳ ଧାରଣା ବଳବତ୍ତର-
ଭୁଵନେଶ୍ଵର: ତା୬/୩/୨୦୨୪ରିଖ: ଆଶା କର୍ମୀମାନଙ୍କ ମାସିକ ନିଶ୍ଚିତ ମାନଦେୟ ଓ ନିଶ୍ଚିତ ମାସିକ ଇନସେଣ୍ଟିଭ ପ୍ରଦାନ ପାଇଁ ରାଜ୍ଯ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ଯ ଭତ୍ତା ଵୃଦ୍ଧି ଘୋଷଣା ନକରି ପ୍ରତାରିତ କରିଥିଵାରୁ ଆଜି "ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ" ପକ୍ଷରୁ ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗଣଧାରଣା ଆରମ୍ଭ ହୋଇ ଅଛି। ଜାତୀୟ ସ୍ଵାସ୍ଥ୍ୟ ମିଶନ ମାଧ୍ଯମରେ ନିରାପଦ ମାତୃତ୍ଵ, ଗଣସ୍ଵାସ୍ଥ୍ଯ ସୁରକ୍ଷାରେ ଗରିଵ ଲୋକଙ୍କୁ ସେବା ଯୋଗାଇ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଵେଳେ ଗତ ମହାମାରୀ ସମୟରେ ନିଜ ଜୀଵନ ଵିପନ୍ନକରି ମହାମାରୀ ଅଗ୍ର ଯୋଦ୍ଧା କାର୍ଯ୍ଯ କରି ଅନେକ ଆଶା କର୍ମୀଙ୍କ ପ୍ରାଣ ହାନୀ ଘଟିଲେଵି ଦେଶରେ ମହାମାରୀ ନିୟନ୍ତ୍ରିତ ହେଲା।ସରକାର ଆଶା କର୍ମୀଙ୍କ ତ୍ୟାଗର ପ୍ରଶଂସା କରି ୨୦୨୨ମସି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ
ହାତେଇଲେ। ଵିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଵେଳେ ବିଭାଗୀୟ କର୍ତ୍ତୃପକ୍ଷ, ଵିଭିନ୍ନ ସଭା ସମିତିରେ ୫ଟି ଅଧ୍ଯକ୍ଷ ଏପରିକି ରାଜ୍ଯ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଶା କର୍ମୀଙ୍କ ଭତ୍ତାଵୃଦ୍ଧି କଥା ପ୍ରତ...




