ଭତ୍ତା ଵୃଦ୍ଧି, ଓ୍ଵାର୍କର ମାନ୍ଯତା ଓ ସାମାଜିକ ସୁରକ୍ଷା ଦାଵିରେ “ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘର ଵିକ୍ଷୋଭ ଅନୁଷ୍ଠିତ।

ଭଦ୍ରକ: ତା୬/୩/୨୦୨୪: ଆଜି ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘ ଆହ୍ଵାନରେ ଭଦ୍ରକ ଜିଲ୍ଲାର ୬ଟି ବ୍ଲକ୍ ଅଞ୍ଚଳରୁ ଅନ୍ଯୁନ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନର ଇସି ସଦସ୍ୟ ମହିଳାମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଛନ୍ତି। ନିଖିଳ ଓଡ଼ିଶା ଜିପିଏଲଏଫ୍ ଇସି ସଂଘ ଜିଲ୍ଲା ସଭାପତି ଜାନକୀ ଲତା ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିକ୍ଷୋଭ ସମାବେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ଜିପିଏଲଏଫଇସି ମାନଙ୍କ ମାନଙ୍କ ମାସିକ ମାନ ଦେୟ ୨୬ହଜାର ଟଙ୍କା ପ୍ରଦାନ, ଜିପିଏଲଏଫଇସିମାନଙ୍କୁ ଓ୍ଵାର୍କର ମାନ୍ଯତା ସହ ସ୍ଥାୟୀ ନିଯୁକ୍ତି,ଵିଭିନ୍ନ ସାମାଜିକ ନିରାପତ୍ତା ଯଥା:ଵିଏସକେଓ୍ଵାଇ ଵୀମା, କାର୍ଯ୍ୟକାଳ ୬୨ଵର୍ଷକୁ ଧାର୍ଯ୍ୟ କରିଵା, କାର୍ଯ୍ଯକାଳ ମଧ୍ଯରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କାର ସହାୟତା ରାଶି, ୬୨ଵର୍ଷରେ କାର୍ଯ୍ୟରୁ ଅବ୍ୟାହତି ପରେ ୫ଲକ୍ଷଟଙ୍କାର ସହାୟତା, ଅବସର ପରେ ମାସିକ ପେନସନ ୧୦ହଜାର ଟଙ୍କା ଘୋଷଣା ଦାଵିରେ ଏହି ଆନ୍ଦୋଳନ ଅନୁଷ୍ଠିତ ହେଉ ଅଛି ଵୋଲି ସୁଚନା ଦେଇ ଏହି ଦାବି ପୂରଣ ପର୍ଯ୍ଯନ୍ତ ରାଜ୍ଯଵଯାପୀ ଆନ୍ଦୋଳନ ଚାଲୁ ରହିବ ଵୋଲି ଚେତାଵନୀ ଦେଇଛନ୍ତି। ଏହି ଵିକ୍ଷୋଭରେ ବରିଷ୍ଠ ଓକିଲ ଦିବ୍ୟ ସିଂହ ନାୟକ ଉଦବୋଧନ ଦେଇ ରାଜ୍ଯ ଓ କେନ୍ଦ୍ର ସରକାର ମିଶନ ଶକ୍ତି ଆଢ଼ୁଆଳରେ ମହିଳା ଶୋଷଣ, ଵିଜେପି ବିଜେଡ଼ି ଅଘୋଷିତ ଵୁଝାମଣାରେ ଓଡ଼ିଶାବାସୀଙ୍କ ଜୀଵନ ଓ ଜୀଵିକାକୁ ବିପର୍ଯ୍ଯସ୍ତ କରାଇଵା ଘଟଣାକୁ ଦୃଢ଼ ନିନ୍ଦା ସହ ଦରବୃଦ୍ଧି ଓ ଅନ୍ଯାନ୍ଯ ସମସ୍ୟା ସମ୍ପର୍କରେ ସୂଚନା ଦେଇ ନିଜ ଅଧିକାର ହାସଲ ପାଇଁ ଜିପିଏଲଏଫଇସି ଆନ୍ଦୋଳନକୁ ଦୃଢ଼ ସମର୍ଥନ ଘୋଷଣା କରିଥିଲେ। ଏହି ଵିକ୍ଷୋଭ ରେ ଜମାକାରୀ ଆନ୍ଦୋଳନର ଭଦ୍ରକ ଆଵାହକ ଉମେଶ ଚନ୍ଦ୍ର ନାୟକ, ଜିପିଏଲଏଫଇସି ସଂଘର ମମତା ନାୟକ, ରାଜେଶ୍ଵରୀ ଦାସ, ମିନାକ୍ଷୀ ନାୟକ, ଚାରୁଵାକୀ ସାହୁ, ସ୍ଵୟଂପ୍ରଭା ନାୟକ, ମମତା ମଣ୍ଡଳ, କାମିନୀ ଦାସ, ମୀନତୀ ବାରିକ, କମଳା ସାହୁ, ଝୁନୁ ଲତା ମହାପାତ୍ର, ସଞ୍ଜୁ ଲତା ରାଉତ, ମଞ୍ଜୁଲତା ବାରିକ, କବିତା ପୃଷ୍ଟି, ଅନୁସୟା ଜେନା, ତିଳୋତ୍ତମା ମହାନ୍ତି, ଅନୁପମା ନାୟକ, ଅପର୍ଣ୍ଣା ଦାସ, ଵିଦ୍ଯୁତ ପ୍ରଭା ସାହୁ , ମଧୁସ୍ମିତା ମଲ୍ଲିକ ପ୍ରମୁଖ ଉଦବୋଧନ ଦେଇଥିବା ଵେଳେ ଜାନକୀ ଲତା ନାୟକଙ୍କ ନେତୃତ୍ଵରେ ଏକ ୭ଜଣିଆ ପ୍ରତିନିଧି ଦଳ ଜିଲ୍ଲା ପାଗଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଥିଲେ।

By Jayantha Das.

Loading