Post Views: 36 ରାଜ୍ୟ ସରକାର ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାର ଵୃଦ୍ଧିକରି ୧୦ଘଣ୍ଟା ଧାର୍ଯ୍ୟ କରିବା ଓ ରାତ୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରାଇବାର ଆଇନ ପ୍ରଣୟନ ଘଟଣାକୁ ଏଆଇଟିୟୁସି ରାଜ୍ୟ ପରିଷଦ ବୈଠକରେ ଦୃଢ଼ ଭାବେ ବିରୋଧ କରି ଏହା ଅବିଳମ୍ବେ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ୧୯୪୮ ମସିହାରେ ପ୍ରତିଶତ କାରଖାନା ଆଇନର ସଂଶୋଧନ କରି ଦୈନିକ ଶ୍ରମ ସମୟ ୮ଘଣ୍ଟା ସ୍ଥାନରେ କମ୍ପାନୀ ମାଲିକମାନଙ୍କ ଇଙ୍ଗିତରେ ତାଙ୍କ ସ୍ଵାର୍ଥ ପାଇଁ ୧୦ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ୧୯୫୬ମସିହାର ସପସ୍ ଆଣ୍ଡ କମର୍ସିଆଲ ଆକ୍ଟରେ ରାତ୍ର ସମୟରେ ମହିଳାମାନଙ୍କୁ ନିଯୁକ୍ତିଦାତା ମାନେ କାର୍ଯ୍ୟ କରାଇବା ଉପରେ କଟକଣା ଥିଲା। ସମ୍ପ୍ରତି ବିଜେପି ସରକାର ଅମଳରେ ମହିଳାମାନେ ସାଧାରଣ ଜୀବନରେ ଅସୁରକ୍ଷାର ଶିକାର ହେଉଥିବା ବେଳେ ପୁଣି ମହିଳାମାନଙ୍କୁ ରାତିରେ…
![]()