ବିଶ୍ଵର ମହାନ ବିପ୍ଳବୀ ଚିନ୍ତା ନାୟକ ଓ ଦାର୍ଶନିକ କମ୍ରେଡ୍ କାର୍ଲ ମାର୍କ୍ସଙ୍କ ୨୦୮ତମ ଜୟନ୍ତୀ ଅବସରରେ ବୈପ୍ଳବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।

    କମ୍ରେଡ୍ କାର୍ଲ ମାର୍କ୍ସ ଏମିତି ଜଣେ ମହାନ ଦାର୍ଶନିକ ଥିଲେ, ଯାହାଙ୍କ ଚିନ୍ତାଧାରା କେବଳ ଦାର୍ଶନିକତାର ଦିଗକୁ ପରିବର୍ତ୍ତନ କରିନଥିଲା, ବରଂ ସମଗ୍ର ପୃଥିବୀର ସାମାଜିକ-ରାଜନୈତିକ ଇତିହାସକୁ ପ୍ରଭାବିତ କରିଥିଲା। ତାଙ୍କ ଦାର୍ଶନିକ ଚିନ୍ତାଧାରାକୁ “ମାର୍କ୍ସବାଦ” ବୋଲି କୁହାଯାଏ, ଯାହା ଆଜି ମଧ୍ୟ ସାହିତ୍ୟ, ସମାଜଶାସ୍ତ୍ର ଏବଂ ଅର୍ଥଶାସ୍ତ୍ରର ସମାଲୋଚନାତ୍ମକ ଅଧ୍ୟୟନ ପାଇଁ ସବୁଠାରୁ ସଠିକ ବୈଜ୍ଞାନିକ ମାନଦଣ୍ଡ ଭାବେ ଗଣ୍ୟ ହୁଏ। ଏହି ଅବସରରେ ତାଙ୍କର ବିଚାରଧାରାର ଘନିଷ୍ଠ ସାଥୀ ଓ ସହଚିନ୍ତକ କମ୍ରେଡ୍ ଫ୍ରେଡ୍ରିକ ଏଙ୍ଗେଲସ ଏବଂ କାର୍ଲ ମାର୍କସଙ୍କ ସ୍ତ୍ରୀ ଜେନିଙ୍କ ନାମ ଉଲ୍ଲେଖ କରିବା ମଧ୍ୟ ଉଚିତ, ଯାହାଙ୍କ ସହଯୋଗରେ ସେ ବିଶ୍ୱସ୍ତରୀୟ ସାହିତ୍ୟ ସୃଷ୍ଟି କରିପାରିଥିଲେ। ମାର୍କ୍ସଙ୍କ ଏହି ପ୍ରସିଦ୍ଧ କଥନ ଆଜି ମଧ୍ୟ ପ୍ରତ୍ୟେକ ମାନବୀୟ କାର୍ଯ୍ୟକୁ ପଥପ୍ରଦର୍ଶନ କରେ: “ଦାର୍ଶନିକମାନେ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକାରରେ…

Loading

Read More