ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS)
ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ କହିଛନ୍ତି କି ରିଷ୍ଟ୍ରକ୍ଚରିଙ୍ଗ୍ ହେଲେ ଗତ ୫ଵର୍ଷରୁ ୨୫ଵର୍ଷ ପର୍ଯ୍ଯନ୍ତ ଦୀର୍ଘ ଅବଧିରେ କାର୍ଯ୍ଯ ରତ ଲକ୍ଷାଧିକ ଇସି ସଦସ୍ଯଙ୍କୁ କାର୍ଯ୍ୟରୁ...









