By Jayantha Das from India
ସୁଵର୍ଣ୍ଣରେଖା ମୁହାଣ ରୁ ହଂସକରା ମୁହାଣ ଦୀର୍ଘ ୨୫ କିଲୋମିଟର ୬ଟି ଘନ ଜନଵସତିରୁ ଜନଗଣଙ୍କୁ ଉଦଵାସ୍ତୁ କରି ସରକାର ପୁଞ୍ଜିପତିଙ୍କ ପାଇଁ ସରକାରୀ ଜମି ଦଲାଲ ସଂସ୍ଥା IDCO ଜରିଆରେ ଜମି ଅଧିଗ୍ରହଣ ଅଭିଯାନକୁ ଗ୍ରାମଵାସୀଙ୍କ ପ୍ରତିରୋଧ। ପାନ ଵରଜ, ନଡିଆ ଓ ଗୁଆ ଵଗିଚା ସାଂଗକୁ ପାନ,ଧାନ,ମୀନର ଅର୍ଥନୀତି, ଏକରପ୍ରତି ଵାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ ଅଧିକ ଆୟ ସହ ଅନ୍ଯୁନ ୬ଜଣଙ୍କର ଦୈନିକ ୬ଶହ ଟଙ୍କା ମଜୂରୀରେ କର୍ମ ନିଯୁକ୍ତି ଵ୍ଯଵସ୍ଥାକୁ ଖତମ କରିଵା ପାଇଁ ରାଜ୍ଯ ସରକା ଜିଦ୍ ଧରିଛନ୍ତି। ମାତ୍ର ଏ ଅଞ୍ଚଳରୁ ଵାର୍ଷିକ ଅନ୍ଯୁନ ଶହେ କୋଟି ଟଙ୍କାର ପାନ ଓ ଗୁଆ ଵିଦେଶକୁ ରପ୍ତାନୀ କରି ଵୈଦେଶିକ ମୂଦ୍ରା ଆୟକୁ ଖତମ କରିଵାପାଇଁ ଜମି ହଡ଼ପକରୀ ଇଡକୋ ମାଧ୍ଯମରେ ଆତ୍ମ ନିର୍ଭରଶୀଳ ଵାଲିଆପାଳ ଗ୍ରାମଵାସୀ ଚାଷୀଙ୍କୁ ଭିଟାମାଟିରୁ ଉତଖାତ କରି କମ୍ପାନୀଙ୍କ ପାଦଳେ ସମର୍ପଣ କରିଵାର ଯୋଜନା କରାଯାଇଛି। ୮ଡିସେମ୍ଵର ୨୦୨୨ରେ ପ୍ରତାପପୁର ଠାରେ ଟାଟାର କାର୍ଯ୍ଯାଳୟ ଵିଜେଡି ଵିଧାୟକ ଓ ଵାଲେଶ୍ଵର ଜିଲ୍ଲାପାଳ ଉନ୍ମୋଚନ କଲା ଵେଳେ ସେହି ୮ତାରିଖରେ ଦଳମତ ନିର୍ଵିଶେଷରେ ସମୂହ ଗ୍ରାମଵାସୀ ଏହାର ଶାନ୍ତିପୁର୍ଣ୍ଣ ପ୍ରତିଵାଦ କରୁଛନ୍ତି ଉପକୁଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଡଗରା ଗୁମୁଟୀ ଛକରେ।