By Jayantha Das
ଗୋପାଳପୁର ଵନ୍ଦରକୁ ଵର୍ଷସାରା କାର୍ଯ୍ଯକ୍ଷମ କର, ମଇ ପହିଲାରେ ଆନ୍ତର୍ଜାତିକ ଶ୍ରମିକ ଦିଵସ ପାଳନରେସମୁହ ଶ୍ରମିକ ଅଂଶ ଗ୍ରହଣ କରି ସମସ୍ତ ଶ୍ରମିକ ଗୃପ ଲିଡର ଓ ସମସ୍ତ ଶ୍ରମିକଙ୍କୁ ଵର୍ଷ ସାରା କାମ ଦିଅ ଦାଵିରେ ଶକ୍ତିଶାଳୀ ଶ୍ରମିକ ଆନ୍ଦୋଳନ ପାଇଁ ସମୁହ ଶ୍ରମିକ ସଂକଳ୍ପ ନେଵେ, ୧୭ମେ ୨୦୨୩ରେ ସମୂହ ଶ୍ରମିକ ଘେରିଵେ ଗୋପାଳପୁର ଵନ୍ଦର କାର୍ଯ୍ଯାଳୟ, ସଂଘର ୧୪ଜଣିଆ କାର୍ଯ୍ଯକାରୀ କମିଟି ସଦସ୍ଯଙ୍କୁ ୟୁନିୟନ ସଭ୍ଯପଦ କାର୍ଡ଼ଧାରୀ ଶ୍ରମିକମାନଙ୍କ ଦ୍ଵାରା ସର୍ଵ ସମ୍ମତିକ୍ରମେ ନିର୍ଵାଚିତ: ଗୋପାଳପୁର ଵନ୍ଦର ସୁପରଭାଇଜର ଆଣ୍ଡ୍ ଓ୍ଵାର୍କର୍ସ ୟୁନିୟନର ସାଧାରଣ ସଭାରେ ଏହି ତିନି ଦଫା ନିଷ୍ପତ୍ତି ଗୃହିତ। ଗୋପାଳପୁର ଵନ୍ଦର ସୁପରଭାଇଜର ଆଣ୍ଡ୍ ଓ୍ଵାର୍କର୍ସ ୟୁନିୟନ ନେତା କେଶଵ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ୟୁନିୟନ ସାଧାରଣ ସଭାରେ ୟୁନିୟନ ନେତା ଵୈରାଗୀ ରେଡୀ ଵୈଠକ ଡକାଇଵାର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇ ଏହି ୟୁନିୟନର ସଦସ୍ଯ ଥିଵା ପ୍ରତ୍ଯେକ ଶ୍ରମିକଙ୍କୁ ଵର୍ଷସାରା କର୍ମନିଯୁକ୍ତି ପାଇଁ ୟୁନିୟନ ପକ୍ଷରୁ ଶକ୍ତିଶାଳୀ ଆନ୍ଦୋଳନର ଆଵଶ୍ଯକତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଵୋଧନ ଦେଇ ଗୋପାଳପୁର ଵନ୍ଦରକୁ ଵର୍ଷସାରା କାର୍ଯ୍ଯକ୍ଷମ କର, ପ୍ରତ୍ଯେକ ଶ୍ରମିକଙ୍କୁ ଵର୍ଷସାରା କର୍ମ ନିଯୁକ୍ତି ଦିଅ ଦାଵିନେଇ ୟୁନିୟନ ଯେଉଁ ଆନ୍ଦୋଳନ କରିଵ, ତାକୁ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ଓଡିଶା ରାଜ୍ଯ କମିଟି ପୁର୍ଣ୍ଣ ସମର୍ଥନ ଦେଵ ଵୋଲି ପର୍ଟିର ସର୍ଵ ସମ୍ମତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୋପାଳପୁର ଵନ୍ଦରର ସମୁହ ଶ୍ରମିକ ଐକ୍ଯଵଦ୍ଧ ହୋଇ ଏହି ଆନ୍ଦୋଳନ ସଫଳତା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏହି ସାଧାରଣ ସଭାରେ ସିପିଆଇ ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଡାକ୍ତର ପ୍ରଶାନ୍ତ ମିଶ୍ର, ସିପିଆଇ ତଥା ଏଆଇଟିୟୁସି ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଅଞ୍ଚଳ ସମ୍ପାଦକ ଆଦି ନାରାୟଣ ରେଡୀ, ଜନାର୍ଦ୍ଦନ ରେଡୀ, ଦଣ୍ଡପାଣୀ ପାତ୍ର, ଗୋପାଳପୁର ଵନ୍ଦର ସୁପରଭାଇଜର ଆଣ୍ଡ୍ଓ୍ଵାର୍କର୍ସ ୟୁନିୟନ ନେତା ପୁର୍ଣ୍ଣ ଚନ୍ଦ୍ର ଗୌଡ଼, ପୁର୍ଣ୍ଣ ଚନ୍ଦ୍ର ସାହୁ, ମଥୁରା ସୁଵୁଦ୍ଧୀ,ଗୋବିନ୍ଦ ପ୍ରଧାନ,ଲକ୍ଷ୍ମଣ ପ୍ରଧାନ,ଲିଙ୍ଗରାଜ ନାହାକ, ଘନଶ୍ଯାମ ରେଡୀ,ପ୍ରଫୁଲ୍ଲ ଦାସ, ରଵି ମହାପାତ୍ର ପ୍ରମୁଖ ଶ୍ରମିକ ସମସ୍ଯା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।


