କବିସୂର୍ଯ୍ୟନଗର: ତା୩/୯/୨୦୨୩ରିଖ: ଆଜି କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତରୁ ଏମ୍ଏନ୍ଆରଇଜିଏ ଜବ କାର୍ଡ ଧାରୀ ଶ୍ରମିକମାନେ କବିସୂର୍ଯ୍ୟନଗର ସ୍ଥିତ ଵନଦେଵୀ ସେବାଶ୍ରମରେ ସମବେତ ହୋଇ “ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘ”ର ସଭ୍ୟ ପଦ ଗ୍ରହଣ କରି ଏନ୍ଆରଇଜିଏ ଶ୍ରମିକଙ୍କ ସମସ୍ୟା ଆଲୋଚନା କରିଥିଲେ। ଏହି ସଭାରେ ଏଆଇଟିୟୁସି ନେତା କମ୍ରେଡ୍ ପ୍ରବୀଣ ଦାଶ ଅଧ୍ୟକ୍ଷତାରେ କରିଥିଲେ। ଏହି ସଭାରେ ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘ ରାଜ୍ୟ ସଭାପତି ତଥା ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଉଦଵୋଧନ ଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ସ୍କିମ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ଟ୭୦୦/-(ସାତ ଶହ ଟଙ୍କା) ସର୍ବନିମ୍ନ ମଜୁରୀ, ବାର୍ଷିକ ୨୪୦ଦିନର କାମ ଦିଅ, ଏନ୍ଆରଇଜିଏ ଜବ କାର୍ଡ ଧାରୀ ଶ୍ରମିକ ପରିବାର ସଦସ୍ୟଙ୍କୁ ନିଃଶୁଳ୍କ ସ୍ଵାସ୍ଥ୍ୟ ଵ୍ଯଵସ୍ଥା କର,…
![]()