By Nayagarh Today ନୟାଗଡ଼: ତା୧୧/୧୦/୨୦୨୩: ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚର କର୍ମକର୍ତ୍ତାମାନେ ଏକ ମିଳିତ ବୈଠକରେ ଵସି ତଦନ୍ତ କମିଶନଙ୍କ ୭ପର୍ଯ୍ଯାୟର ସୁପାରିଶ ଏଵଂ ଓପିଡା ସ୍ଵତନ୍ତ୍ର କୋର୍ଟଙ୍କ ରାୟ ଭିତ୍ତିରେ ନୟାଗଡ଼ ଜିଲ୍ଲାର କୌଣସି ଜମାକାରୀ ଟଙ୍କା ଫେରସ୍ତରୁ ବଞ୍ଚିତ ହେବେ ନାହିଁ ବୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇ ଅଛି।ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ ବଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଜମାକାରୀ ମିଳିତ ମଞ୍ଚର ରାଜ୍ଯ ସମ୍ପାଦକ ମଧୁସୁଦନ ଵିଶ୍ଵାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଜିଲ୍ଲା ଉପଦେଷ୍ଟା ତଥା ନୟାଗଡ଼ ଵାର ଆସୋସିଏସନ୍ ର ସଭାପତି ରଣଜିତ ଦାସ, ଜମାକାରୀ ମିଳିତ ମଞ୍ଚର ସଞ୍ଜୟ ମହାପାତ୍ର, ତ୍ରୀନାଥ ପଣ୍ଡା ମାନସ ମିଶ୍ର, ନିଳମଣୀ ପାତ୍ର, କୁଳମଣି ପୃଷ୍ଟି,ସତ୍ୟାନନ୍ଦ ସାହୁ,ଅଖିଳ ପ୍ରଧାନ,ଦିଲ୍ଲୀପ…
![]()