ରମଜିଵୀଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସର୍ବନିମ୍ନ ମଜୁରୀ ଵୃଦ୍ଧି ଦାଵି ଓ ସରକାରଙ୍କ ଶ୍ରମିକ ଵିରୋଧୀ ନୀତି ବିରୋଧରେ ରାଜ୍ଯ ଵ୍ଯାପୀ ଓ ରାଜ୍ଯ ସ୍ତରୀୟ ଶ୍ରମିକ ଆନ୍ଦୋଳନ ପାଇଁ ଏଆଇଟିୟୁସିର ଆହ୍ଵାନ।

By Jayantha Das.

ରମଜିଵୀଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସର୍ବନିମ୍ନ ମଜୁରୀ ଵୃଦ୍ଧି ଦାଵି ଓ ସରକାରଙ୍କ ଶ୍ରମିକ ଵିରୋଧୀ ନୀତି ବିରୋଧରେ ରାଜ୍ଯ ଵ୍ଯାପୀ ଓ ରାଜ୍ଯ ସ୍ତରୀୟ ଶ୍ରମିକ ଆନ୍ଦୋଳନ ପାଇଁ ଏଆଇଟିୟୁସିର ଆହ୍ଵାନ।

ଜୟପୁର : ତା୧୬/୧୦: ଏଆଇଟିୟୁସି ର ପରିବର୍ଦ୍ଧିତ ରାଜ୍ଯ ପରିଷଦ ବୈଠକ ଜୟପୁର ବାବା ସାହେବ୍ ଆମ୍ବେଦକର କଲ୍ୟାଣ ମଣ୍ଡପ ଠାରେ ୧୫ଓ ୧୬ ଅକ୍ଟୋଵର ୨ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ପରିବର୍ଦ୍ଧିତ ବୈଠକର ନିଷ୍ପତ୍ତି ସମ୍ପର୍କରେ ଏଆଇଟିୟୁସି ରାଜ୍ଯ ପରିଷଦ ପକ୍ଷରୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ନେତୃତ୍ଵ ରାଜ୍ଯର ଶ୍ରମିକ ଶ୍ରେଣୀ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇ ବ୍ୟାପକ ଶ୍ରମିକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଓଡିଶାରେ ଅନୁସୂଚିତ କୃଷି ଓ ଶିଳ୍ପ ଶ୍ରମିକଙ୍କ ପାଇଁ ବହୁ ଵର୍ଷ ଧରି ସର୍ଵନିମ୍ନ ମଜୁରୀକୁ ଗୁଜୁରାଣ ମେଣ୍ଟାଇବା ଭଳି ହାରରେ ସରକାର ଵୃଦ୍ଧି କରି ନଥିବାରୁ ଓଡ଼ିଶାର କର୍ମକ୍ଷମ ମାନବ ସମ୍ଵଳ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ପ୍ରବାସୀ ହେଉଛନ୍ତି।ଅଵିଳମ୍ଵେ ସର୍ବନିମ୍ନ ମଜୁରୀ ଵୃଦ୍ଧି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ପ୍ରତ୍ୟେକ ଜବ କାର୍ଡଧାରୀଙ୍କୁ ବାର୍ଷିକ ୨୪୦ଦିନର କର୍ମ ନିଯୁକ୍ତି ସୁନିଶ୍ଚିତ କରିଵା ନଚେତ ଵେରୋଜଗାରୀ ମଜୁରୀ ପ୍ରଦାନ କରିଵା, ଏମଜିଏନ୍ଆରଇଜିଏ ର ଦୈନିକ ୭ଶହଟଙ୍କା ସର୍ବନିମ୍ନ ମଜୁରୀ ଘୋଷଣା କରିଵା, ଏଥିପାଇଁ କେନ୍ଦ୍ରୀୟ ବଜେଟରେ ବାର୍ଷିକ ଅନ୍ୟୁନ ୨ଲକ୍ଷ କୋଟି ଟଙ୍କା ଵ୍ଯୟ ବରାଦ କରିଵା, ଏମଜିଏନ୍ଆରଇଜିଏ ଶ୍ରମିକଙ୍କୁ କର୍ମନିଯୁକ୍ତି ନଦେଇ ମେସିନ ଯୋଗେ କାମ କରାଇବାର ଭ୍ରଷ୍ଟାଚାର ବନ୍ଦ କରିଵା, ସ୍କିମ୍ ଶ୍ରମିକ ଯଥା ଅଙ୍ଗନଓ୍ଵାଡି, ଆଶା କର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା, ମିଶନ ଶକ୍ତି ସିଆରପି ଇତ୍ୟାଦି ଙ୍କୁ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ କ୍ରମେ ଶ୍ରମିକ ମାନ୍ୟତା ପ୍ରଦାନ କରିଵା, ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିଵା, ପେନସନ ଧାରୀଙ୍କୁ ପୁରୁଣା ପେନସନ ଵ୍ଯଵସ୍ଥା ଲାଗୁ କରିଵା, ଭବିଷ୍ୟନିଧି ପେନସନ ହାର ସର୍ବନିମ୍ନ ୯ହଜାର ଟଙ୍କା ପ୍ରଦାନ, ଶ୍ରମ କାର୍ଯ୍ଯାଳୟରେ ଖାଲିପଡିଥିଵା ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ କରିଵା, ସହରାଞ୍ଚଳ ଜାଗା ମିଶନ ନାମରେ ଜମି ପଟ୍ଟା କଥା ପ୍ରଚାର କରି ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନର ଚଞ୍ଚକତା ବନ୍ଦ କରି ଭୂମିହୀନ ମାନଙ୍କୁ ଭୁ-ସତ୍ତ୍ଵାଧିକାରର ଜମି ପଟ୍ଟା ପ୍ରଦାନ କରିଵା, ରାଜ୍ଯରେ ବନ୍ଦ କଳକାରଖାନା ଯଥା ଓରିଏଣ୍ଟ ପେପର ମିଲ, ଭାସ୍କର ଟେକ୍ସଟାଇଲ ମିଲ, ଚୈଦୁଆର ଓଟିଏମ୍, ଵିରଳା ଟାୟାର୍ସ, ଵାଲେଶ୍ଵର ଆଲୋଏଜ, ବିଭିନ୍ନ ଚିନି କଳ, ସୂତା କଳ, ଇତ୍ଯାଦି ପୁନଃ କାର୍ଯ୍ୟକ୍ଷମ କରିଵା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ନେଵା, ମାନବ ସଭ୍ୟତାର ଭଵିଷ୍ଯତ ପାଇଁ ଆଖିଵୁଜା ଖଣି ଖନନ ବନ୍ଦ କରିଵା,ଓଡ଼ିଶାରେ ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ କେନ୍ଦୁଝର ଇତ୍ଯାଦି ଜିଲ୍ଲାର ଖଣିଜ ଲୁଣ୍ଠନକାରୀ ଦେଶୀ ବିଦେଶୀ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଏହି ଖଣିଜ ଅଞ୍ଚଳର ବାସିନ୍ଦାଙ୍କୁ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କରେ ଆତଙ୍କିତ କରି ଶହ ଶହ ଲୋକଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରି ଗିରଫ କରି ବିସ୍ଥାପନ ର ଷଡ଼ଯନ୍ତ୍ର ଭଳି ଦମନ ମୂଳକ ପଦକ୍ଷେପ ବନ୍ଦ କରିଵା, ସେଵା କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିଵା, ଏହାର ଶ୍ରମିକଙ୍କୁ ଵକେୟା ପ୍ରାପ୍ୟ ପ୍ରଦାନ କରିଵା, ଶ୍ରମିକ ଵିରୋଧୀ ଶ୍ରମ କୋଡ଼ ବାତିଲ କରିଵା ଦାଵି ନେଇ ଗାଁ ରୁ ରାଜଧାନୀ ପର୍ଯ୍ଯନ୍ତ ରାଜ୍ଯ ଵ୍ଯାପୀ ଆନ୍ଦୋଳନ ଚାଲିବ ଓ ଆଗାମୀ ଵିଧାନ ସଭା ଅଧିବେଶନ ବେଳେ ଏଆଇଟିୟୁସି ପକ୍ଷରୁ ରାଜଧାନୀରେ ରାଜ୍ଯ ସ୍ତରୀୟ ବିଶାଳ ଶ୍ରମିକ ସମାଵେଶ ଅନୁଷ୍ଠିତ ହେଵ। ସେହିଭଳି ସଂଯୁକ୍ତ କଇସଆନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆହୂତ ନଭେମ୍ବର ୨୬/୨୭/୨୮ ତିନିଦିନ ଧରି ରାଜ୍ ଭବନ ସମ୍ମୁଖରେ ଶ୍ରମିକ କୃଷକ ମିଳିତ ଗଣଧା୍ଣାର ସଫଳତା ପାଇଁ ଆହ୍ଵାନ ଦିଆଯାଇଛି। ଏହି ସାମ୍ଵାଦିକ ସମ୍ମିଳନୀରେ ଏଆଇଟିୟୁସି ରାଜ୍ଯ ସଭାପତି ଅଶୋକ ଦାଶ, ସାଧାରଣ ସମ୍ପାଦକ ଵିଜୟ ଜେନା, ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ସମ୍ପାଦକ ଜୟନ୍ତ ଦାସ, ମାୟାଧର ନାୟକ, ହରପ୍ରିୟା ସ୍ଵାଇଁ , ଅଭ୍ଯର୍ଥନା କମିଟି ଅଧ।ଯକ୍ଷ ଯୁଧିଷ୍ଠିର ରାଉଳ, ସମ୍ପାଦକ ପ୍ରମୋଦ ମହାନ୍ତି, ଉତ୍ତମ ମଲ୍ଲିକ ପ୍ରମୁଖ ଏହି ସାମ୍ଵାଦିକ ସମ୍ମିଳନୀରେ ଶ୍ରମିକ ଶ୍ରେଣୀର ସମସ୍ୟା ଓ ଶ୍ରମିକ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ।

Loading