ଵାଲେଶ୍ଵର ପଥ ଵିକ୍ରେତା ସଂଘ ପକ୍ଷରୁ ସମ୍ଵିଧାନ ସୁରକ୍ଷା ଦିଵସ ପାଳିତ

ଵାଲେଶ୍ଵର: ତା୨୬/୧/୨୦୨୩ରିଖ:
ଆଜି ଵାଲେଶ୍ଵର ପଥ ଵିକ୍ରେତା ସଂଘ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିଵସ ର ଜାତୀୟ ପତାକା ସିନେମା ଛକ ଠାରେ ଉତ୍ତୋଳନ ସହ ଶହୀଦ ପାର୍କ ଠାରେ ସମ୍ଵିଧାନ ଵଞ୍ଚାଅ ଦିଵସ ପାଳନ କରା ଯାଇଛି।ଶହୀଦ ପାର୍କଠାରେ ପଥ ଵିକ୍ରେତାମାନେ ସମଵେତ ହୋଇ ୨୬ଜାନୁଆରୀ ୧୯୫୦ ଠାରୁ ଆମ ନା’ଆର ଆମେ ନାଉରୀ ଓ ଏହା ଆମର ସମ୍ଵିଧାନ ଦ୍ଵାରା ପରିଚାଳିତ ହେଵ, ଗଣ ମାନଙ୍କର ତନ୍ତ୍ର ଗଣତନ୍ତ୍ରର ପରିଚାଳକ ହେଉଛନ୍ତି ଜନଗଣ ଓ ଜନ ପ୍ରତିନିଧି ସଭା।ମାତ୍ର ଏଵେ ଦେଶର ପରିଚାଳନା ଜନଗଣଙ୍କ ସ୍ଵାର୍ଥ ଵିରୋଧରେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଇଙ୍ଗିତରେ ଦେଶର ଶାସକଵର୍ଗ ଏହି ସାଧାରଣତନ୍ତ୍ର ଉପରେ ଆକ୍ରମଣ କରିଚାଲିଛନ୍ତି।ଦେଶର ସମ୍ଵିଧାନ ଆଇନ ଓ ନିୟମ ପ୍ରଣୟନ ଦାୟିତ୍ଵ ନିର୍ଵାଚିତ ଲୋକ ପ୍ରତିନିଧିଙ୍କ ଉପରେ ନ୍ଯସ୍ତ କରିଛି।ସ୍ଥାନୀୟ ସହର ପରିଚାଳନା ପୌର ସଭା ଉପରେ ନ୍ଯସ୍ତ କରିଛି।ପଥ ଵିକ୍ରୟ ପରିଚାଳନା “ଟାଉନ୍ ଭେଣ୍ଡିଙ୍ଗ୍ କମିଟି” ଉପରେ ନ୍ଯସ୍ତ କରିଛି। କିନ୍ତୁ କେତେକ ତାନାଶାହୀ ଶାସକ ଆମ ସହରର ଐତିହ୍ଯ ଉପରେ ନଗ୍ନ ଆକ୍ରମଣ କରି ଏହି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ଯାଳୟ ଯେଉଁଠି ଶତାଧିକ ଵର୍ଷର ସ୍ଵାଧୀନତା ଆନ୍ଦୋଳନର ଐତିହ୍ଯ ଭରି ରହିଛି ତାକୁ ମିଶନ ଶକ୍ତି ସପିଙ୍ଗ୍ କମ୍ପ୍ଲେକସରେ ପରିଣତ କଲେଣି।କିନ୍ତୁ “ପଥ ଵିକ୍ରେତା ଜୀଵିକା ସୁରକ୍ଷା ଓ ପଥ ଵିକ୍ରୟ ଵିନିୟମ
ଆଇନ”ରେ ରାସ୍ତା ପାର୍ଶ୍ଵର ଏକ ଅଂଶ ଵ୍ଯଵହାର କରି ଜୀଵିକା ଅର୍ଜନ କରିଵାର ସାମ୍ଵିଧାନିକ ଓ ଆଇନଗତ ଅଧିକାରରୁ ଶହ ଶହ ପଥ ଵିକ୍ରେତାଙ୍କୁ ଵଞ୍ଚିତ କରି ଜିଲ୍ଲାର ୯୦% ଜନଗଣଙ୍କୁ ସୁଲଭ ମୂଲ୍ଯରେ ସାମଗ୍ରୀ ଯୋଗାଣର ଅତ୍ଯଵଶ୍ଯକୀୟ ସେଵାକୁ ଵନ୍ଦ କରାଇ ଵହୁ ଜାତିକ ପୁଞ୍ଜିପତି ଟିକସ ଫାଙ୍କୁଥିଵା ଇ-କମର୍ସ ସଂସ୍ଥାମାନଙ୍କ ସୁପାରୀ ନେଇ ଵଡ଼ ଵଡିଆ ଜଵର ଦଖଲକାରୀଙ୍କ ଗୁଣ୍ଡା ଵାହିନୀ ସାଜିଛନ୍ତି।ଟାଉନ ଭେଣ୍ଡିଙ୍ଗ୍ କମିଟି ଵୈଠକ ଡାକୁ ନାହାନ୍ତି, ମନମାନି କରି କଣ୍ଟ୍ରାକ୍ଟର ମାନଙ୍କ ଜରିଆରେ ନିଜ ପେଟରା ଭରିଵା ପାଇଁ ସପିଙ୍ଗ୍ କମ୍ପ୍ଲେକସ୍ ଵିଲ୍ଡିଙ୍ଗ୍ ତିଆରି କରୁଛନ୍ତି ଓ ଭାଙ୍ଗୁ ଛନ୍ତି। ଜିଲ୍ଲା ସଦର ମହକୁମା ସହରର ଐତିହ୍ଯ ଧ୍ଵଂସ ସହ ଏହାର ଜୀଵନ ଜୀଵିକା ଖତମ କରିଵା କାର୍ଯ୍ଯରେ ପ୍ରଶାସନ ଵ୍ଯସ୍ତ ଥିଵାରୁ ଏହାର ସାମୁହିକ ପ୍ରତିଵାଦ କରାଯାଇଛି। ଏହି ସାଧାରଣତନ୍ତ୍ର ଦିଵସ ପତାକା ଵାଲେଶ୍ଵର ପଥ ଵିକ୍ରେତା ସଂଘ ଉପସଭାପତି ଆଵିଦ୍ ଖାନ୍ ଉତ୍ତୋଳନ କରିଥିଵା ଵେଳେ ସମ୍ଵିଧାନ ସୁରକ୍ଷା କାର୍ଯ୍ଯକ୍ରମରେ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ମୋହିନୀ ମୋହନ ପରିଡା, ଟିଭିସି ସଦସ୍ଯ ଟିପିରୀ ସିଂ, ସାରଥୀ ମାହାନ୍ତ, ମନୋଜ ରାଠୋର,ଦିନଵନ୍ଧୁ ସାହୁ, ଦିଵାକର ଜେନା, ରତ୍ନାକର ସାହୁ,ପ୍ରଦୀପ ସେଣ, ଦେଵକୀ ଦତ୍ତ, ସେକ୍ ଇସ୍ଲାମ, କୁନୀ ସେଣ, ସେକଖ୍ ସାକୀର, ରମେଶ ଚନ୍ଦ୍ର ଵେହେରା, ଶଶୀଧର ନାଥ, ସଞ୍ଜୟ ମଲ୍ଲିକ, ପୁର୍ଣ୍ଣ ଦାସ ଓ ଗୋପୀନାଥ ମାଝି ପ୍ରମୁଖ ଏହି ସମସ୍ତ କାର୍ଯ୍ଯକ୍ରମର ନେତୃତ୍ଵ ନେଇଥିଲେ।

Loading