ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ। ଭୁଵନେଶ୍ଵର: ତା୧୭/୧୧/୨୦୨୩ରିଖ: ଆଜି ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘର ରାଜ୍ଯ କମିଟି ଵୈଠକ ଏଆଇଟିୟୁସି ରାଜ୍ଯ କାର୍ଯ୍ଯାଳୟରେ ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବନ୍ଧୁଆ ଶ୍ରମିକ ଓ ଦାଦନ ଶ୍ରମିକ ଭଳି କୁତ୍ସିତ ଶ୍ରମିକ ଶୋଷଣ ଉପରେ ଲଗାମ ଲଗାଇବା, ମଣିଷକୁ ଵେରୋଜଗାରୀ ରଖି ମେସିନ କୁ କାମରେ ଲଗାଇ ଅଫିସର ମାନଙ୍କ ହାତ ଚିକ୍କଣ ବନ୍ଦ କରିଵା ପାଇଁ ଏନ୍ଆରଇଜିଏ ଜଵ୍ କାର୍ଡଧାରୀ ଶ୍ରମିକଙ୍କୁ ବାର୍ଷିକ ୨୪୦ଦିନ କାମର ଗ୍ୟାରେଣ୍ଟି, ନହେଲେ ଵେରୋଜଗାରୀ ଭତ୍ତା ପ୍ରଦାନ,ଏନ୍ଆରଇଜିଏ ଶ୍ରମିକଙ୍କୁ ଦୈନିକ ଟ୨୨୬/- ମଜୁରୀ ପରିଵର୍ତ୍ତେ ଟ୭୫୦/- ସର୍ଵନିମ୍ନ ମଜୁରୀ ପ୍ରଦାନ, ଏହି ଶ୍ରମିକଙ୍କ…