ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ।

ଏନ୍ଆରଇଜିଏ ଶ୍ରମିକଙ୍କୁ ବାର୍ଷିକ ୨୪୦ ଦିନ କର୍ମ ନିଯୁକ୍ତି, ଦୈନିକ ମଜୁରୀ ୭୫୦ଟଙ୍କା ଓ ଵିଭିନ୍ନ ସାମାଜିକ ନିରାପତ୍ତା ଦାଵିରେ ଵ୍ଯାଙ୍କ ଆନ୍ଦୋଳନ ଆହୂତ।

ଭୁଵନେଶ୍ଵର: ତା୧୭/୧୧/୨୦୨୩ରିଖ: 

ଆଜି ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘର ରାଜ୍ଯ କମିଟି ଵୈଠକ ଏଆଇଟିୟୁସି  ରାଜ୍ଯ କାର୍ଯ୍ଯାଳୟରେ ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବନ୍ଧୁଆ ଶ୍ରମିକ ଓ ଦାଦନ ଶ୍ରମିକ ଭଳି କୁତ୍ସିତ ଶ୍ରମିକ ଶୋଷଣ ଉପରେ ଲଗାମ ଲଗାଇବା, ମଣିଷକୁ ଵେରୋଜଗାରୀ ରଖି ମେସିନ କୁ କାମରେ ଲଗାଇ ଅଫିସର ମାନଙ୍କ ହାତ ଚିକ୍କଣ ବନ୍ଦ କରିଵା ପାଇଁ ଏନ୍ଆରଇଜିଏ ଜଵ୍ କାର୍ଡଧାରୀ ଶ୍ରମିକଙ୍କୁ ବାର୍ଷିକ ୨୪୦ଦିନ କାମର ଗ୍ୟାରେଣ୍ଟି, ନହେଲେ ଵେରୋଜଗାରୀ ଭତ୍ତା ପ୍ରଦାନ,ଏନ୍ଆରଇଜିଏ ଶ୍ରମିକଙ୍କୁ ଦୈନିକ ଟ୨୨୬/- ମଜୁରୀ ପରିଵର୍ତ୍ତେ ଟ୭୫୦/- ସର୍ଵନିମ୍ନ ମଜୁରୀ ପ୍ରଦାନ, ଏହି ଶ୍ରମିକଙ୍କ ସାମାଜିକ ନିରାପତ୍ତା ପାଇଁ ଏନ୍ଆରଇଜିଏ ଶ୍ରମିକ ପରିଵାରର ଚିକିତ୍ସା, ଛାତ୍ର ବୃତ୍ତି, ଶ୍ରମିକ କନ୍ୟା ଵିଵାହ ସହାୟତା ରାଶି,ଏନ୍ଆରଇଜିଏ ଶ୍ରମିକ ଗୃହ ନିର୍ମାଣ, ଵାର୍ଦ୍ଧକ୍ଯରେ ମାସିକ ଭତ୍ତା, ମୃତ୍ୟୁ ହେଲେ ପରିବାରକୁ କ୍ଷତି ପୂରଣ ରାଶି ଇତ୍ଯାଦି ପାଇଁ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ମଙ୍ଗଳ ବୋର୍ଡ ଗଠନ କରାଯିଵା, କେନ୍ଦ୍ରୀୟ ବଜେଟରେ ଏନ୍ଆରଇଜିଏ  ପାଇଁ ଵାର୍ଷିକ ଅନ୍ଯୁନ ୨ଲକ୍ଷ କୋଟି ଟଙ୍କାର ଵ୍ଯୟ ବରାଦ ଇତ୍ଯାଦି ଦାଵି ନେଇ ପଲ୍ଲିରୁ ଦିଲ୍ଲୀ ପର୍ଯ୍ଯନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନର ଆହ୍ଵାନ ଦିଆଗଲା। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭୁଵନେଶ୍ଵର ଠାରେ ନଭେମ୍ଵର ୨୬,୨୭ ଓ ୨୮ ତିନି ଦିନ ଧରି ମହା ଧାରଣାରେ ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୋଗ ଦାନ, ପୁଣି ଏଆଇଟିୟୁସି ଆହ୍ଵାନରେ ରାଜ୍ଯର ଵନ୍ଦ କଳ କାରଖାନା ଖୋଲିବା, ଏନ୍ଆରଇଜିଏ ଉକ୍ତ ଦାଵି ନେଇ ୧୬ଡିସେମ୍ଵର ସମଗ୍ର ରାଜ୍ଯର ପ୍ରତ୍ୟେକ ଵ୍ଲକରୁ ହଜାର ହଜାର ଶ୍ରମିକ ଯୋଗଦେବେ।ଏହି ସମାବେଶରେ ଏଆଇଟିୟୁସି ସର୍ଵଭାରତୀୟ ସଭାପତି କମ୍ରେଡ୍ ରମଏନ୍ଦ୍ର କୁମାର, ସାଧାରଣ ସମ୍ପାଦକ କମ୍ରେଡ୍ ଅମରଜିତ୍ କାଉର, କାର୍ଯ୍ଯକାରୀ ସଭାପତି ତଥା ସାଂସଦ କମ୍ରେଡ୍ ବିନୟ ବିଶ୍ଵମଙ୍କ ସମେତ ଜାତୀୟ ଓ ରାଜ୍ଯ ନେତୃତ୍ଵ ଉଦଵୋଧନ ଦେବେ, ଶ୍ରମ, ଶିଳ୍ପ, ପଞ୍ଚାୟତରାଜ, ଶିକ୍ଷା, ସ୍ବାସ୍ଥ୍ଯ ଓ ମହିଳା ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଓ ସଚଈଵମଆନଙ୍କଠଆରଏ ଦାଵି ପତ୍ର ଉପସ୍ଥାପିତ ହେବ। ଏହା ପରେ ଗ୍ରାମ ପଞ୍ଚାୟତ, ବ୍ଲକ,ଜିଲ୍ଲା ଓ ରାଜ୍ଯ ସ୍ତରରେ ପର୍ଯ୍ଯାୟରେ ଏନ୍ଆରଇଜିଏ ଶ୍ରମିକ ଆନ୍ଦୋଳନ କରାଯିବ ଵୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇ ଅଛି। ଏହି ଵୈଠକ ପ୍ରାରମ୍ଭରେ ସଂଘ ସାଧାରଣ ସମ୍ପାଦକ ସୋମନାଥ ଗିରି ଵିଵରଣୀ ଉପସ୍ଥାପନ କରିଥିଲେ। ଏଥିରେ ଏଆଇଟିୟୁସି ର ରାଜ୍ଯ ସାଧାରଣ ସମ୍ପାଦକ କମ୍ରେଡ୍ ଵିଜୟ ଜେନା ସରକାରଙ୍କ ସର୍ଵନିମ୍ନ ମଜୁରୀ ସଂଶୋଧନ ନକରିବା ଘଟଣାରେ ଉଦଵେଗର ପ୍ରକାଶ କରିଥିଲେ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଵିଦ୍ଯାଧର ମହାନ୍ତ, ସୁର ଜେନା, ସେକ୍ ଆମଜଦ ଅଲ୍ଲୀ, ଉତ୍ତମ ମଲ୍ଲିକ, ନରସିଂହ ମାଲଵିଶୋଇ, ଜଗବନ୍ଧୁ ବେହେରା, ପାଣ୍ଡବ ଭୋଇ, ବଂଶୀଧର ପଧାନୀ, ହରି ହର ମହାନ୍ତି, ବିନ୍ଦୁସାଗର ଓଝା, ଇତି ମାନସିଂହ, ଅଳକ ନାଥ ମିଶ୍ର, ହୃଷୀକେଶ ପଣ୍ଡା, ଉଗ୍ରସେନ ଦାସ, କରୁଣାକର ମହାରଣା, ଗଗନ ଜେନା ପ୍ରମୁଖ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

Loading