ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍ଏନ୍ଆରଇଜିଏସ)ରେ ବର୍ଷକୁ ୨୪୦ଦିନର କାମ ଦିଅ, ଏମ୍ଏନ୍ଆରଇଜିଏ ର ସର୍ବନିମ୍ନ ମଜୁରୀ ଦୈନିକ ୭ଶହ ଟଙ୍କା ମଜୁରୀ ଦିଅ,ସାମାଜିକ ନିରାପତ୍ତା ଦିଅ ଦାବିରେ ବ୍ଲକ ସ୍ତରୀୟ ଆନ୍ଦୋଳନ ଆହୂତ।

କବିସୂର୍ଯ୍ୟନଗର: ତା୩/୯/୨୦୨୩ରିଖ: ଆଜି କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତରୁ ଏମ୍ଏନ୍ଆରଇଜିଏ ଜବ କାର୍ଡ ଧାରୀ ଶ୍ରମିକମାନେ କବିସୂର୍ଯ୍ୟନଗର ସ୍ଥିତ ଵନଦେଵୀ ସେବାଶ୍ରମରେ ସମବେତ ହୋଇ “ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘ”ର ସଭ୍ୟ ପଦ ଗ୍ରହଣ କରି ଏନ୍ଆରଇଜିଏ ଶ୍ରମିକଙ୍କ ସମସ୍ୟା ଆଲୋଚନା କରିଥିଲେ। ଏହି ସଭାରେ ଏଆଇଟିୟୁସି ନେତା କମ୍ରେଡ୍ ପ୍ରବୀଣ ଦାଶ ଅଧ୍ୟକ୍ଷତାରେ କରିଥିଲେ। ଏହି ସଭାରେ ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘ ରାଜ୍ୟ ସଭାପତି ତଥା ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଉଦଵୋଧନ ଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ସ୍କିମ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ଟ୭୦୦/-(ସାତ ଶହ ଟଙ୍କା) ସର୍ବନିମ୍ନ ମଜୁରୀ, ବାର୍ଷିକ ୨୪୦ଦିନର କାମ ଦିଅ, ଏନ୍ଆରଇଜିଏ ଜବ କାର୍ଡ ଧାରୀ ଶ୍ରମିକ ପରିବାର ସଦସ୍ୟଙ୍କୁ ନିଃଶୁଳ୍କ ସ୍ଵାସ୍ଥ୍ୟ ଵ୍ଯଵସ୍ଥା କର, ଜବ କାର୍ଡ ଧାରୀଙ୍କ ପରିବାରର ଛାତ୍ର ବୃତ୍ତି ପ୍ରଦାନ କର, ଜଵକାର୍ଡଧାରୀଙ୍କ ଗୃହ ନିର୍ମାଣ ସହାୟତା ଦିଅ, ୬୦ଵର୍ଷ ହେଲେ ପ୍ରତ୍ୟେକ ଜବ କାର୍ଡଧାରୀ ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ଟ୩,୦୦୦/- (ତିନି ହଜାର ଟଙ୍କା) ପେନସନ ପ୍ରଦାନ କର, ଜଵକାର୍ଡଧାରୀଙ୍କ ସ୍ବଭାବିକ ମୃତ୍ୟୁରେ ୫ଲକ୍ଷ ଟଙ୍କା ସହାୟତା, ଦୁର୍ଘଟଣା ଜନିତ ମୃତ୍ୟୁରେ ଅନ୍ୟୁନ ୭ଲକ୍ଷ ଟଙ୍କା ପ୍ରଦାନ କର ଦାବି ନେଇ କବିସୂର୍ଯ୍ୟନଗର ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରେ ଆନ୍ଦୋଳନ ପାଇଁ ନିଖିଳ ଓଡ଼ିଶା ଏନ୍ଆରଇଜିଏ ଶ୍ରମିକ ସଂଘ କବିସୂର୍ଯ୍ୟନଗର ବ୍ଲକ କମିଟି ଵୈଠକରେ ଦୃପ୍ତ ଆହ୍ଵାନ ଦେଇଛନ୍ତି। ଏହି ବୈଠକରେ କମ୍ରେଡ୍ ସତ୍ୟ ରଞ୍ଜନ ମହାପାତ୍ର, ମଜିଦ ଖାନ୍, କେଳୁ ନାହାକ, ମୋରାରଜୀ ନାହାକ,କୁମର ବିଷୋୟୀ,କବି ଗୌଡ଼,ପ୍ରାଣକୃଷ୍ଣ ଵିଶ୍ଵାଳ ଓ କୁନା ବେହେରା ପ୍ରମୁଖ ଉଦଵୋଧନ ଦେଇ ଚଳିତ ସେପ୍ଟେମ୍ବର ମାସର ଭିତରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସମସ୍ତ ଜଵ କାର୍ଡଧାରୀଙ୍କୁ ସଭ୍ୟ କରାଇବା ସହ ଅକ୍ଟୋବର ପ୍ରଥମ ସପ୍ତାହରେ ଉପରୋକ୍ତ ଦାବି ନେଇ ବ୍ଲକ ଘେରାଉ କରିଵାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି।

Loading