By Jayantha Das

@ବାହାନଗା ନିକଟରେ ୨ଜୁନ ସଂଧ୍ୟା ରେଳ ଦୁର୍ଘଟଣା ଏକ ବିରଳ ଵିପର୍ଯ୍ଯୟ ମଣିଷ କୃତ :ସିପିଆଇ,
@ ସ୍ଥାନୀୟ ଉଦ୍ଧାରକାରୀ ଉତ୍ସର୍ଗୀକୃତ ଜୀବନ ରକ୍ଷକ ହେବା ସହ ମଧ୍ୟ ରାତ୍ରରେ ଶହ ଶହ ରକ୍ତ ଦାତାଙ୍କ ଧାଡ଼ି ମାନଵଵାଦର ନୂତନ ଉଦାହରଣ ସୃଷ୍ଟି କଲା, ସିପିଆଇ ର କୃତଜ୍ଞତା,
@ମୃତ ଯାତ୍ରୀଙ୍କ ପରିବାରକୁ ଅନ୍ଯୁନ ୫୦ଲକ୍ଷ ଟଙ୍କା ଓ ଆହତ ଯାତ୍ରୀଙ୍କୁ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ପାଇଁ ସିପିଆଇର ଦାବି,
@ ଗୋଟିଏ ଟ୍ରେନ ଦୁର୍ଘଟଣାର ଅଧଘଣ୍ଟାଏ ପରେ ଆଉ ଏକ ଟ୍ରେନ ସେହି ସ୍ଥାନରେ ଦୁର୍ଘଟଣା କରିବା, ବିପର୍ଯ୍ୟସ୍ତ ରେଳ ଟ୍ରାଫିକ ଏହି ଦୁର୍ଘଟଣା ର ଭୟାବହତା ବଢ଼ାଇଲା,
@ ବୁଲେଟ ଟ୍ରେନର ଦ୍ୱାହି ଦେଉଥିବା ବେଳେ ରେଳ ଲାଇନ ଓ ରେଳ ଟ୍ରାଫିକ ପରିଚାଳନାରେ ବିଫଳତା ନେଇ ପ୍ରଧାନ ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଇସ୍ତଫା ପାଇଁ ସିପିଆଇର ଦାବି,
@ ବାଲେଶ୍ଵର ଓ ମୟୁରଭଞ୍ଜର ରେଳ ଲାଇନ୍ କୁ ଇଷ୍ଟକୋଷ୍ଟ ରେଳବାଇରେ ସାମିଲ କରିଵାକୁ ସିପିଆଇର ଦାଵି,
@ଵାଲେଶ୍ଵରରେ ରେଳ ଡିଭିଜନ୍ ପ୍ରତିଷ୍ଠା କରିବାକୁ ସିପିଆଇର ଦାଵି।





