ନୂତନ ଓଡିଶା ଗଠନ ପାଇଁଵିକଳ୍ପ ସମାଵେଶ – ୨୩ମାର୍ଚ୍ଚ ଭୁଵନେଶ୍ଵର ଚାଲ।

By Jayantha Das

★ଵିଜେପି ହଟାଅ ଭାରତ ଵଞ୍ଚାଅ, ★ଅଫିସର ରାଜ୍ ଓ ଭ୍ରଷ୍ଟାଚାର ହଟାଅ ଓଡିଶା ଵଞ୍ଚାଅ।ରାଜ୍ଯର ଜନଗଣଙ୍କ ଆନ୍ଦୋଳନ ଭିତରୁ ଵିକଳ୍ପ କର୍ମ ସୂଚୀ ପାଇଁ ଶହୀଦ ଭଗତ ସିଂହଙ୍କ ଶହୀଦ ଦିଵସ ମାର୍ଚ୍ଚ ୨୩ରେ ରାଜ୍ଯ ରାଜଧାନୀ ଭୁଵନେଶ୍ଵରରେ
“ଵିକଳ୍ପ ସମାଵେଶ” ଅନୁଷ୍ଠିତ ହେଵ। ଏହି ଵିକଳ୍ପ ସମାଵେଶର ୧୮ଦଫା କର୍ମ ସୂଚୀ ଭିତ୍ତିରେ ଏହି ସମାଵେଶ। ୧୮ଦଫା କର୍ମସୂଚୀ:
★ଵେରୋଜଗାରୀଙ୍କୁ କର୍ମ ନିଯୁକ୍ତି, ଖାଲିଥିଵା ସମସ୍ତ ପଦଵୀରେ ସ୍ଥାୟୀ ନିଯୁକ୍ତି,
★ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ଯାହାର ସହ ଶିକ୍ଷା ର ଵ୍ଯଵସାୟୀ କରଣ ଵନ୍ଦକର,ଵିଶ୍ଵ ଵିଦ୍ଯାଳୟ, ମହାଵିଦ୍ଯାଳୟ ଓ ଵିଦ୍ଯାଳୟ ମାନଙ୍କରେ ଖାଲି ପଡିଥିଵା ପ୍ରୋଫେସର, ପ୍ରାଧ୍ଯପକ, ଅଧ୍ଯପକ, ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦଵୀ ପୂରଣ କର, ★ସାର୍ଵଜନୀନ ସ୍ଵାସ୍ଥ୍ଯ ସେଵାର ଭିତ୍ତିଭୂମି ସୁଦୃଢ଼ କର, ଡାକ୍ତରଖାନାମାନଙ୍କରେ ଖାଲି ପଡିଥିଵା ଡାକ୍ତର ଓ ନର୍ସ ସମେତ ସମସ୍ତ ସ୍ଵାସ୍ଥ୍ଯ କର୍ମଚାରୀ ପଦଵୀ ପୂରଣ କର ଓ ସ୍ଵାସ୍ଥ୍ଯ ସେଵାର ଘରୋଇ କରଣ ଵନ୍ଦ କର,

★ସ୍ଵାମିନାଥନ କମିଶନଙ୍କ ସୁପାରିଶ ଭିତ୍ତିରେ କୃଷି ଉତ୍ପାଦନର ସର୍ଵନିମ୍ନ ସହାୟକ ମୂଲ୍ଯ ପ୍ରଦାନ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କର,

★ସମସ୍ତ ଵ୍ଲକରେ ଶିତଳ ଭଣ୍ଡାର ସମେତ ଖାଦ୍ଯ ସାମଗ୍ରୀ ପ୍ରକ୍ରୀୟାକରଣ ସହ ଏହାର ସଂରକ୍ଷଣ ଶିଳ୍ପ ପ୍ରତିଷ୍ଠାର ପ୍ରୋତ୍ସାହନ ଦିଅ,

★କୃଷି ଅର୍ଥନୀତିକୁ ଧ୍ଵଂସ କରିଵା ଵନ୍ଦ କରି କୃଷି ଭିତ୍ତିକ ଅଣୁ,କୁଟୀର, କ୍ଷୁଦ୍ର ଓ ମଧ୍ଯମ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦିଅ,
★ଖଣିଜ ଶିଳ୍ପ ପ୍ରତିଷ୍ଠା ଵେଳେ ପରିଵେଶ ସୁରକ୍ଷା ଓ ଵିସ୍ଥାପନ ସମସ୍ଯା ସମାଧାନ ପାଇଁ ସର୍ଵ ଦଳୀୟ କମିଟି ଗଠନ କର,
★କ୍ରୀତ ଦାସ ପ୍ରଥାର ପୁନଃ ପ୍ରଚଳନ ପାଇଁ ଉଦ୍ଦିଷ୍ଟ ୪ଟି ଶ୍ରମ କୋଡ୍ ଵାତିଲ କର,

★ଅନୁସୁଚିତ ଶିଳ୍ପ ଶ୍ରମିକଙ୍କ ମାସିକ ସର୍ଵ ନିମ୍ନ ମଜୁରୀ ୨୬ହଜାର ଟଙ୍କାକୁ ଵୃଦ୍ଧି କର,
★ଦିନ ମଜୁରୀଆ କୁ ନରେଗା ମାଧ୍ଯମରେ ଵର୍ଷସାରା ଅନ୍ଯୁନ ୨୫୦ଦିନ ନିଶ୍ଚିତ କର୍ମ ନିଯୁକ୍ତି ଦିଅ, ନରେଗା ଶ୍ରମିକଙ୍କୁ ଦୈନିକ ସର୍ଵନିମ୍ନ ମଜୁରୀ ୭ଶହ ଟଙ୍କାକୁ ଵୃଦ୍ଧି କର, ନରେଗା ଶ୍ରମିକ କଲ୍ଯାଣ ଵୋର୍ଡ ଗଠନ କରି ସାମାଜିକ ନିରାପତ୍ତା ପ୍ରଦାନ କର,
★ ଵନ୍ଦ ଓ ରୁଗଣ କଳକାରଖାନା ଖୋଲିଵାର କ୍ରୀୟାଶୀଳ ପଦକ୍ଷେପ ନିଅ,
★ଆଦିଵାସୀମାନଙ୍କର ଜଙ୍ଗଲ ଜମି ଓ ଜଙ୍ଗଲ ଜାତ ସାମଗ୍ରୀ ଉପରେ ଅଧିକାର ପ୍ରଦାନ କର,
★ଆଦିଵାସୀଙ୍କ ସମେତ ସମସ୍ତ ଭୁମିହୀନଙ୍କୁ ଘରଡିହ ଓ ଦଖଲ ଜମିର ପଟ୍ଟା ଦିଅ ସେମାନଙ୍କ ଆଵାସ ନିର୍ମାଣ ନିଶ୍ଚିତ କର,
★ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କର,
★ନାରୀ ନିର୍ଜାତନା ଵନ୍ଦ କର, ମହିଳାମାନଙ୍କୁ ସମାନ ଅଧିକାର ଦିଅ, ଆଦିଵାସୀ, ଦଳିତ ଓ ପଛୁଆଵର୍ଗଙ୍କ ଉପରେ ଶୋଷଣ ଅତ୍ଯାଚାର ଵନ୍ଦ କର, ★ସଂଖ୍ଯ ଲଘୁଙ୍କ ଉପରେ ଆକ୍ରମଣ ଵନ୍ଦ କର,
★ଧାନର ସର୍ଵ ନିମ୍ନ ସହାୟକ ମୂଲ୍ଯ ୩ହଜାର ଟଙ୍କା ପ୍ରଦାନ କର, ଟୋକନ ନାଟକ, କଟଣି ଛଟଣି ଵନ୍ଦ କର,
★ଓଡିଶା ଵଳକା ଵିଦ୍ଯୁତ ଉତ୍ପାଦନ ରାଜ୍ଯ ହୋଇଥିଵାରୁ ଓଡିଶା ବାସୀ ପ୍ରତ୍ଯେକ ଘର ପାଇଁ ମାସିକ ୩ଶହ ୟୁନିଟ ମାଗଣାରେ ପ୍ରଦାନ କର, କୃଷି ଓ କୃଷି ଆନୁସଂଗୀକ ଶିଳ୍ପ ପାଇଁ ରିହାତି ଦରରେ ଵିଦ୍ଯୁତ ଶକ୍ତି ପ୍ରଦାନ କର ଇତ୍ଯାଦି କାର୍ଯ୍ଯ ସୂଚୀ ଭିତ୍ତିରେ ୨୩ମାର୍ଚ୍ଚ ଓଡିଶାରେ “ଵିକଳ୍ପ ସମାଵେଶ” ର ସଫଳତା ପାଇଁ ପ୍ରତ୍ଯେକ ଗାଁ ଗଣ୍ଡାରୁ ଭୁଵନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିଵାକୁ ସିପିଆଇ ପକ୍ଷରୁ ଦୃପ୍ତ ଆହ୍ଵାନ ଦିଆଯାଇଛି।

Loading