By Jayantha Das
ମୁନିଗୁଡା: ତା୩୦/୧୦/୨୦୨୨ରିଖ: ଆଜି ନିଖିଳ ଓଡିଶା ଆଶା କର୍ମୀ ସଂଘର ମୁନିଗୁଡା ଵ୍ଲକ ସମ୍ମିଳନୀ ଲତାଗୁଡା ଅନୁଷ୍ଠାନଠାରେ ଅନୁଷ୍ଠିତ ହୋଇଥିଵା ଵେଳେ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ଯ ସମ୍ପାଦକ ନମୀତା ସାହୁ ଏହି ସମ୍ମିଳନୀକୁ ଉଦଘାଟନ କରି ଆଶା ଭଉଣୀମାନେ କରୋନା ମହାମାରୀ ମୁକାଵିଲାରେ ନିଜ ଜୀଵନ ଵିପନ୍ନ କରି ମହାମାରୀ କଵଳରୁ ଜନଗଣଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରିଥିଵା ଵେଳେ ସରକାର ଏହାର ଶ୍ରେୟ ନିଜ ସପକ୍ଷରେ ନେଇ ନିର୍ଵାଚନ ଲଢି ଵିଜୟ ଲାଭ କରୁଥିଵା ଵେଳେ ଏହି ଆଶା କର୍ମୀଙ୍କୁ ସର୍ଵନିମ୍ନ ମଜୁରୀ ନଦେଇ କାମ ଆଦାୟ ହେଉଛି, ଏପରିକି ଗର୍ଭଵତୀ ମହିଳାଙ୍କ ସୁରକ୍ଷିତ ପ୍ରସଵ ର ପ୍ରାପ୍ଯ ଅନ୍ଯ ଅଧିକାରୀମାନେ ଆତ୍ମସାତ କରୁଛନ୍ତି।ଏହା ଵିରୋଧରେ ଏକମାତ୍ର ନିଖିଳ ଓଡିଶା ଆଶା କର୍ମୀ ସଂଘ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ଯନ୍ତ ଲଢେଇ କରି ଅଳ୍ପ କିଛି ଭତ୍ତା ହାସଲ ହୋଇଥିଵା ଵେଳେ ଆଇଏଲସି ସୁପାରିଶମତେ ଓ୍ଵାର୍କର ମାନ୍ଯତା ପ୍ରଦାନ ଓ ମାସିକ ସର୍ଵନିମ୍ନ ୨୬ହଜାର ଟଙ୍କା ଭତ୍ତା ଇତ୍ଯାଦି ଦାଵି ନେଇ ଆଗାମୀ ଦିନରେ ଵ୍ଯାପକ ଲଢେଇର ଆହ୍ଵାନ ଦେଇଥିଲେ। ଶିଵାନୀ ଦୁର୍ଗାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଵରିଷ୍ଠ ସାମ୍ଵାଦିକ ତଥା ସମାଜସେଵୀ ଗୌରାଙ୍ଗ ରାଉତ , ଏଆଇଟିୟୁସି ଜିଲ୍ଲା ଆଵାହକ ଵଳରାମ କୁଶୁଲିଆ, ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ଵିଲଡିଙ୍ଗ୍ କନଷ୍ଟ୍ରକଶନ ଓ୍ଵାର୍କରସ୍ ୟୁନିୟନର ମକର ଲିମା, ସୋମନାଥ ସିଚୁଆନ୍ ପ୍ରମୁଖ ଉଦଵୋଧନ ଦେଇଥିଵା ଵେଳେ ଵ୍ଲକର ଵିଭିନ୍ନ ସିଏଚସି ଓ ପିଏଚସି ସ୍ତରର ଆଶା କର୍ମୀମାନେ ନିଜ ସମସ୍ଯା ସମ୍ପର୍କରେ ଵକ୍ତଵ୍ଯ ଦେଇଥିଲେ। ସମ୍ମିଳନୀରେ ଵ୍ଲକ ସଭାପତି- ନିରୁପମା ଵେହେରା, ସମ୍ପାଦକ ଶିଵାନୀ ଦୁର୍ଗା, ଉପସଭାପତି- ଵନୀତା ଵେଣିଆ, ଉପ ସମ୍ପାଦକ – ଦେଵକୀ ଚିଚୁଆନ୍, କୋଷାଧ୍ଯକ୍ଷ- କୌଶଲ୍ଯା ମାଝୀ ଏଵଂ ଉପଦେଷ୍ଟା ଭାଵେ ରତ୍ନାଲୁ କାଡ୍ରାକା ନିର୍ଵାଚିତ ହୋଇଛନ୍ତି।


