![]()
Category: Hindi
ଭତ୍ତା ଵୃଦ୍ଧି, ଓ୍ଵାର୍କର ମାନ୍ଯତା ଓ ସାମାଜିକ ସୁରକ୍ଷା ଦାଵିରେ “ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘର ଵିକ୍ଷୋଭ ଅନୁଷ୍ଠିତ।
ଭଦ୍ରକ: ତା୬/୩/୨୦୨୪: ଆଜି ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘ ଆହ୍ଵାନରେ ଭଦ୍ରକ ଜିଲ୍ଲାର ୬ଟି ବ୍ଲକ୍ ଅଞ୍ଚଳରୁ ଅନ୍ଯୁନ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନର ଇସି ସଦସ୍ୟ ମହିଳାମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଛନ୍ତି। ନିଖିଳ ଓଡ଼ିଶା ଜିପିଏଲଏଫ୍ ଇସି ସଂଘ ଜିଲ୍ଲା ସଭାପତି ଜାନକୀ ଲତା ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିକ୍ଷୋଭ ସମାବେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ଉଦବୋଧନ ଦେଇ ଜିପିଏଲଏଫଇସି ମାନଙ୍କ ମାନଙ୍କ ମାସିକ ମାନ ଦେୟ ୨୬ହଜାର ଟଙ୍କା ପ୍ରଦାନ, ଜିପିଏଲଏଫଇସିମାନଙ୍କୁ ଓ୍ଵାର୍କର ମାନ୍ଯତା ସହ ସ୍ଥାୟୀ ନିଯୁକ୍ତି,ଵିଭିନ୍ନ ସାମାଜିକ ନିରାପତ୍ତା ଯଥା:ଵିଏସକେଓ୍ଵାଇ ଵୀମା, କାର୍ଯ୍ୟକାଳ ୬୨ଵର୍ଷକୁ ଧାର୍ଯ୍ୟ କରିଵା, କାର୍ଯ୍ଯକାଳ ମଧ୍ଯରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କାର ସହାୟତା ରାଶି, ୬୨ଵର୍ଷରେ…
![]()
ଭୁଵନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ସାଲିଆ ସାହିରେ ଜଙ୍ଗଲ ଆଧିକାର ଆଇନ କାର୍ଯ୍ଯକାରୀ କରିଵା ଦାଵିରେ ସାଲିଆସାହି ଫୁଟବଲ ପଡିଆରେ ୨୧ଫଵୃଆରୀ ଅପରାହ୍ନରେ ବିଶାଳ ଜନ ସମାଵେଶ ଅନୁଷ୍ଠିତ।ସାଲିଆ ସାହି ଆଞ୍ଚଳିକ କମିଟି ପକ୍ଷରୁ ଏହା ଆୟୋଜନ କରାଯାଇଥିଲା।
ଭୁଵନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ସାଲିଆ ସାହିରେ ଜଙ୍ଗଲ ଆଧିକାର ଆଇନ କାର୍ଯ୍ଯକାରୀ କରିଵା ଦାଵିରେ ସାଲିଆସାହି ଫୁଟବଲ ପଡିଆରେ ୨୧ଫଵୃଆରୀ ଅପରାହ୍ନରେ ବିଶାଳ ଜନ ସମାଵେଶ ଅନୁଷ୍ଠିତ।ସାଲିଆ ସାହି ଆଞ୍ଚଳିକ କମିଟି ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ବିକାଶର ଦ୍ଵାହି ଦେଇ ସହର ନିର୍ମାତା, ସହରୀ ଜୀବନର ଧମନୀ ଭାବେ କାର୍ଯ୍ୟ କରୁଥିବା ମଣିଷଙ୍କୁ ଵିଏମସି, ବିଡ଼ିଏ, ସାଧାରଣ ପ୍ରଶାସନ ଆଇନକୁ ଲଜ୍ଜିତ କରାଇ ବେଆଇନ ଉଛେଦ ରେ ଗୁଣ୍ଡାଗର୍ଦ୍ଦି ବିନିଯୋଗ କରିଵା କେବଳ ମାନବୀୟ ଅଧିକାର ସ୍ନାନ କରୁ ନାହିଁଁ, ପରନ୍ତୁ ନାଗରିକଙ୍କ ବିରୋଧରେ ସରକାରୀ ଯୁଦ୍ଧ ଚାଲିଛି। ଏହି ବସ୍ତି ମଧ୍ୟଦେଇ ୬ଲେନ ରାସ୍ତା ନିର୍ମାଣ ପାଇଁ ସରକାର କେତେକ କମ୍ପାନୀଙ୍କ ପାଦ ଛୁଇଁ ପ୍ରତିଶୃତି ଦେଇ ଆସିଛନ୍ତି।ଜଙ୍ଗଲ କମିଟି ଗଠନ, ଏଠାକାର ଅଧିବାସୀଙ୍କୁ ପଟ୍ଟା ପ୍ରଦାନ ପାଇଁ ଏକ ଆନ୍ଦୋଳନକୁ ଆହୁରି…
![]()
“ଯାହାର ସଂଖ୍ୟା ଯେତେ – ତାଙ୍କୁ ଭାଗ ଦିଅ ସେତେ”ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀର ଦଊପ୍ତ ଆହ୍ଵାନ।
ଭୁଵନେଶ୍ଵର:ତା୨୬/୨/୨୦୨୪: ଆଜି ଓଡିଶାର ଵିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁଵନେଶ୍ଵର ଭଗଵତୀ ଭବନ ସମ୍ମିଳନୀ କକ୍ଷରେ ଵିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ଵଭାରତୀୟ ସଭାପତି କମ୍ରେଡ୍ କେ ରାମ ମୁର୍ତ୍ତି ସଂଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସଂପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନ ସଂଖ୍ୟା ଯେତେ- ସେମାନଙ୍କୁ ଭାଗ ସେତେ ଦିଅଆଯାଉ ବୋଲି ତୃପ୍ତ ଆହ୍ଵାନ ଦେଇଥିଲେ। ଏହି ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ଯକାରୀ ହେବା ବେଳେ…
![]()