ଭୁଵନେଶ୍ଵର:ତା୨୬/୨/୨୦୨୪: ଆଜି ଓଡିଶାର ଵିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁଵନେଶ୍ଵର ଭଗଵତୀ ଭବନ ସମ୍ମିଳନୀ କକ୍ଷରେ ଵିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ଵଭାରତୀୟ ସଭାପତି କମ୍ରେଡ୍ କେ ରାମ ମୁର୍ତ୍ତି ସଂଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସଂପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନ ସଂଖ୍ୟା ଯେତେ- ସେମାନଙ୍କୁ ଭାଗ ସେତେ ଦିଅଆଯାଉ ବୋଲି ତୃପ୍ତ ଆହ୍ଵାନ ଦେଇଥିଲେ। ଏହି ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ଯକାରୀ ହେବା ବେଳେ…