By Jayantha Dass
କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତରେ ସରକାରୀ ଅବହେଳା ପ୍ରଦର୍ଶନ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କେବଳ କ୍ଷୁଦ୍ର ଜମାକାରୀ ନୁହେଁ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଟଙ୍କା କେତେ ଶୀଘ୍ର ଫେରିବେ, ସେ ସମ୍ପର୍କରେ ଉଭୟ ସରକାରଙ୍କ ଠାରୁ ସତ୍ୟପାଠ ମାଗିଛନ୍ତି। ରାଜ୍ଯ ସରକାର ତଦନ୍ତ କମିଶନ ବନ୍ଦ କରିଦେଇଛନ୍ତି।ସମସ୍ତ ଜମାକାରୀ ଦୂରେ ଥାଉ, କେବଳ କ୍ଷୁଦ୍ର ଜମାକାରୀଙ୍କୁ ମଧ୍ୟ ଚିହ୍ନଟ ଓ ଜାଞ୍ଚ ପ୍ରକ୍ରୀୟାକୁ ପଥଭ୍ରଷ୍ଟ କରିଛନ୍ତି। ସାହାରା ସଂସ୍ଥା ଅଧୀନରେ ଥିବା ୪ଟି ମଲ୍ଟି ଷ୍ଟେଟ ସମବାୟ ଉପରେ ଓଡ଼ିଶା ସମବାୟ ମହା ପ୍ରବନ୍ଧକ ଏକ ସ୍ଵତନ୍ତ୍ର ତଦନ୍ତ କରି ସାହାରା ଗୃପ୍ ଜମାକାରୀଙ୍କୁ ଠକାଇଥିଵାର ରିପୋର୍ଟ ରାଜ୍ୟ ଅର୍ଥ ବିଭାଗ, ଅର୍ଥନୈତିକ ଅପରାଧ ଶାଖା ଓ କେନ୍ଦ୍ରୀୟ ସମବାୟ ମହା ପ୍ରଵନ୍ଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଉଭୟ ସରକାର ସାହାରା ଗୃପର ଉଚ୍ଛିଷ୍ଟ ଖାଇ ଆଉ ତଦନ୍ତ କଲେ ନାହିଁ।ଏପରିକି ଇଓଡଵ୍ଲିଉ ଓ ଥାନାମାନେ ସାହାରା ଜମାକାରୀଙ୍କ ଇତାଲା ମଧ୍ଯ ପଞ୍ଜିକରଣ କଲେ ନାହିଁ। ଏହି ପୃଷ୍ଠଭୂମିରେ ସମସ୍ତ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀ ଐକ୍ଯଵଦ୍ଧ ଭାଵେ ୮ଜୁନ ୨୦୨୩ ରିଖ ଗୁରୁବାର ସକାଳ ୯ଟା ରେ କଟକ ରିଙ୍ଗ ରୋଡ ସ୍ଥିତ ଖାନ୍ ନଗର ମଶାଣୀ ନିକଟରେ ପହଞ୍ଚି ସେଠାରୁ ଶୋଭାଯାତ୍ରାରେ ସାମିଲ ହୋଇ କଟକ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଜମାକାରୀ ଗଣ ସତ୍ୟାଗ୍ରହ ସଫଳ କରିବାକୁ ଅନୁରୋଧ।