By Jayantha Dass
ବାହାନଗାର ବିଭତ୍ସ ରେଳ ଦୁର୍ଘଟଣା ମଣିଷ କୃତ ଥିବାରୁ ଏଥି ପାଇଁ ଦାୟୀ ଅଧିକାରୀଙ୍କୁ କଡ଼ା ଦଣ୍ଡ ଵିଧାନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ସ୍ଵିକାରୋକ୍ତି ପରେ ଏହା ମଣିଷ କୃତ ଦୁର୍ଘଟଣା ଓ ଏହା ସରକାରୀ ପ୍ରାୟୋଜିତ ବୋଲି ସ୍ପଷ୍ଟ ହୋଇଗଲା। ଓଡ଼ିଶାର ଯୁବ ସମାଜର ଉଦ୍ଧାର କାର୍ଯ୍ୟରେ ମାନଵିକତାଵାଦର ନିଦର୍ଶନ ରୁ ପ୍ରଧାନମନ୍ତ୍ରୀ ଶିକ୍ଷା ନିଅନ୍ତୁ। ସ୍ଥାନୀୟ ଲୋକେ ରାତି ୯ଟା ପର୍ଯ୍ୟନ୍ତ ରେଳ ଉନ୍ଧଆରକଆରଈଙ୍କଉ ଅପେକ୍ଷା ନକରି ଉଦ୍ଧାର ଓ ଜୀବନ ରକ୍ଷା ରେ ଲାଗି ପଡ଼ିବା,ରାତି ୧୧ଟାରେ ଶହ ଶହ ଯୁବକ ରକ୍ତ ଦେବା ପାଇଁ ଡାକ୍ତରଖାନାରେ ଧାଡ଼ି ହୋଇ ଛିଡା ହେବାର ଭାଇଚାରା ରୁ ମାନଵଵାଦର ବିଭାଜନ ଓ ଧ୍ଵଂସକାରୀ ପ୍ରଧାନମନ୍ତ୍ରୀ ଶିକ୍ଷା ନେବା ଆବଶ୍ୟକ। ସ୍କିଲ ଇଣ୍ଡିଆ,ଡିଜିଟାଲ ଇଣ୍ଡିଆ,ମେକ୍ ଇନ୍ ଇଣ୍ଡିଆ,ବୁଲେଟ ଟ୍ରେନର ଦ୍ୱାହି ଦେଇ ଚାଲିଥିବା ପ୍ରଧାନ ମନ୍ତ୍ରୀଙ୍କ ଶାସନ କାଳରେ ରେଳବାଇର ଅସୁରକ୍ଷିତ ଟ୍ରାଫିକ ର ଵ୍ଯଵସ୍ଥା ଉନ୍ମୋଚିତ ହୋଇ ଅଛି।ପ୍ରଧାନମନ୍ତ୍ରୀ କହୁଛନ୍ତି ଏହି ଘଟଣା ଘଟାଇଥିବା ଦାୟୀ ଅଧିକାରୀଙ୍କୁ କଠୋର ଦଣ୍ଡ ଦିଆଯିବ, ରେଳମନ୍ତ୍ରୀ କହୁଛନ୍ତି ଏହା କେବଳ ଦୁର୍ଘଟଣା। ପ୍ରଧାନମନ୍ତ୍ରୀ ଗଣହତ୍ୟା ତାଣ୍ଡବ କରିଵାରେ ମାହିର,ନିଜର ବିଫଳତା ସ୍ଵୀକାର କରନ୍ତି ନାହିଁ।ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ କାଳ ବିଳମ୍ବ ନକରି ଇସ୍ତଫା ଦେବାର ସମୟ ଉପନୀତ।