
ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ ମହିଳାଙ୍କୁ ମହିଳା ଏସ୍ଏଚଜି ମାଧ୍ଯମରେ ସଂଗଠିତ କରିବା, ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରଵର୍ତ୍ତାଇଵା, ମହିଳା ସ୍ଵୟଂସହାୟକ ଗୋଷ୍ଠୀର ଗୋଷ୍ଠୀଗତ ସଂଚୟ ବୃଦ୍ଧିପାଇଁ ପ୍ରଵର୍ତ୍ତାଇଵା, ନିର୍ଦ୍ଦିଷ୍ଟ ହାର ର ସଞ୍ଚୟ ହେଲେ ସମ୍ପୃକ୍ତ ଏସ୍ଏଚଜି କୁ ବ୍ୟାଙ୍କ ସହ ସଂଯୋଗ କରାଇ ଜୀବିକା ଅର୍ଜନ ପାଇଁ ଋଣ ଦେବା, ଋଣ ଧାର୍ଯ କ୍ଷେତ୍ରରେ ବିନିଯୋଗ ହେଲା କି ନାହିଁ ତଦାରଖ କରିବା, ଜୀବିକା ଅର୍ଜନ ସହ ଋଣ ପରିଶୋଧ ପାଇଁ ସମ୍ପୃକ୍ତ ହୀତାଧିକାରୀଙ୍କୁ ପ୍ରଵର୍ତ୍ତାଇଵା ଇତ୍ୟାଦି କାର୍ଯ୍ଯ ଅଟେ। ମିଶନ ଶକ୍ତି ପକ୍ଷରୁ ଇସିମାନେ ଗଠନ କରାଯାଇଥିବା ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ଯ ହେଉଛନ୍ତି ଏନ୍ଆରଏଲ୍ଏମ୍ ଵା ମିଶନ ଶକ୍ତିର ହୀତାଧିକାରୀ। ଏହି ହିତାଧିକାରୀଙ୍କ ଜୀବିକା ଅର୍ଜନ ପାଇଁ ଉପରୋକ୍ତ ସମସ୍ତ କାର୍ଯ୍ଯ ଇସି ସଦସ୍ୟମାନେ କରିଥାଆନ୍ତି। ଏହି ଇସି ସଦସ୍ୟମାନେ ଅନ୍ୟାନ୍ୟ ସ୍କିମ ଓ୍ଵାର୍କରଙ୍କୁ ସଂମ୍ପୃକ୍ତ ଆଞ୍ଚଳିକ ମଞ୍ଚ ପରିସରର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଚୟନ କଲାଭଳି ସେମାନଙ୍କ ଦ୍ଵାରା ମନୋନିତ ହୋଇ କାର୍ଯ୍ଯ କରିଆସିଛନ୍ତି। କିନ୍ତୁ ଏମାନଙ୍କୁ ସରକାର ଏପର୍ଯ୍ୟନ୍ତ ସ୍କିମ ଓ୍ଵାର୍କର ମାନ୍ୟତା ଦେଇ ନାହାନ୍ତି। ୨୦୦୮/୯ ମସିହାରେ ଏନ୍ଆରଏଲ୍ଏମ୍ ଓ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ, ଇସି ସଦସ୍ଯ, ଆଞ୍ଚଳିକ ଫେଡେରେଶନ, ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନ,

ଵ୍ଲକ ସ୍ତରୀୟ ଫେଡେରେଶନ ଓ ଜିଲ୍ଲାସ୍ତରୀୟ ଫେଡେରେଶନର ଟର୍ମ ଵା ଅବଧି ୨ଵର୍ଷ ଧାର୍ଯ୍ୟ କରିଥିଲେ ବି, ତାହା ୨୦୨୫ ଜାନୁଆରୀ ପର୍ଯ୍ଯନ୍ତ କାର୍ଯ୍ୟକାରୀ ନକରି ଏହି ସ୍କିମ ଓ୍ଵାର୍କର ମାନଙ୍କୁ ଉପରୋକ୍ତ କାର୍ଯ୍ୟରେ ରଖିବା ସହ ଧାର୍ଯ୍ୟ ଗସ୍ତ ଭର୍ତ୍ତି ନାମରେ ଭତ୍ତା ପ୍ରଦାନ କରି ଚାଲିଛନ୍ତି। ୨୦୦୮ ମସିହା ପରେ ଅଙ୍ଗନଓ୍ଵାଡି କର୍ମୀ ପରିଵର୍ତ୍ତେ ଇସି ସଦସ୍ୟମାନେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗଠନ ଠାରୁ ଗୃହିଣୀ ମହିଳାଙ୍କୁ ଜୀଵିକି ଅର୍ଜନ ପାଇଁ ଉଲ୍ଲିଖିତ ପଦ୍ଧତିରେ ରାହା ଦେଖାଇବା ଦାୟିତ୍ଵ ନେବା ପରେ ସମଗ୍ର ରାଜ୍ୟରେ ୫୦ହଜାରରୁ କମ୍ ସଂଖ୍ଯକ ସ୍ଵୟଂସହାୟକ ଗୋଷ୍ଠୀ ଥିବା ବେଳେ ୨୦୨୪ ଶେଷ ସୁଧା ରାଜ୍ୟରେ ୬ଲକ୍ଷରୁ ଅଧିକ ସ୍ଵୟଂସହାୟକ ଗୋଷ୍ଠୀ ଗଠନ ସହ ୭୦ଲକ୍ଷରୁ ଅଧିକ ହିତାଧିକାରୀ ଜୀବିକା ଅର୍ଜନ ର ରାସ୍ତା ଆପଣେଇଲେ। ଗତ ୧୦ମାସ ମଧ୍ୟରେ ଓଡିଶା ସରକାର ସମଗ୍ର ମିଶନ ଶକ୍ତି ବିଭାଗର ସବୁ ବର୍ଗର କର୍ମୀଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ଏବେ ହଠାତ୍ ସେହି ଗାଇଡ ଲାଇନର ସର୍ତ୍ତାବଳୀ ଦେଖାଇ କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାର ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବହିସ୍କାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମଗ୍ର ରାଜ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏହି ଦାବି ପୂରଣ ପର୍ଯ୍ଯନ୍ତ ପ୍ରବଳ ଖରା ଵର୍ଷା ସହି ଏହି ମହିଳା ସ୍କିମ ଓ୍ଵାର୍କର ମାନେ ଗାନ୍ଧୀ ମାର୍ଗରେ ବସିଛନ୍ତି।
BY JAYANTHA DAS