By Jayantha Das : ଵିପ୍ଳଵୀ କଵି ଅନନ୍ତ ପଟ୍ଟନାୟକ ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା ! (ଭାଜୁ ଵନ୍ଧନ ଭାରା) ଵକ୍ଷ ଶୋଣିତେ ଲକ୍ଷ ଜୀଵନେ ଖେଳାଅ ଆଲୋକ ଧାରା ! ଛିନ୍ନ କରରେ ଵନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ ମହାମାନଵର ତୁର୍ଜ(ଶଂଖ) ଶଵଦେ ଶମୁରେ ଦୁଃଖ ଜ୍ଵାଳା ।।୧।। ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା ! ମରଣ ଦୁଆରେ ଚରଣ ଅରପି ଗାଅରେ ଅମର ଗାନ୍ ! ପୋଛି ଦିଅ ଆଜି ମାନଵ ଶିରରୁ ସଞ୍ଚିତ(ଵଞ୍ଚିତ) ଅପମାନ ଲଙ୍ଘି ଵନାନୀ ଶୈଳ କାନନ ଚୁରରେ ତିମିର କାରା ।।୨।। ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା ! ମରୁ ପଥେ ପଥେ ନିର୍ଜର ସୃଜି ଯାତ୍ରା…