ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା…..

By Jayantha Das

 : ଵିପ୍ଳଵୀ କଵି ଅନନ୍ତ ପଟ୍ଟନାୟକ

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

(ଭାଜୁ ଵନ୍ଧନ ଭାରା)

ଵକ୍ଷ ଶୋଣିତେ ଲକ୍ଷ ଜୀଵନେ

ଖେଳାଅ ଆଲୋକ ଧାରା !

ଛିନ୍ନ କରରେ ଵନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ

ମହାମାନଵର ତୁର୍ଜ(ଶଂଖ) ଶଵଦେ

ଶମୁରେ ଦୁଃଖ ଜ୍ଵାଳା ।।୧।।

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

ମରଣ ଦୁଆରେ ଚରଣ ଅରପି 

ଗାଅରେ ଅମର ଗାନ୍ !

ପୋଛି ଦିଅ ଆଜି ମାନଵ ଶିରରୁ

ସଞ୍ଚିତ(ଵଞ୍ଚିତ) ଅପମାନ

ଲଙ୍ଘି ଵନାନୀ ଶୈଳ କାନନ

ଚୁରରେ ତିମିର କାରା ।।୨।।

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

ମରୁ ପଥେ ପଥେ ନିର୍ଜର ସୃଜି

ଯାତ୍ରା କର ହେ(ରେ) କର !

ସ୍ପନ୍ଦନ ଵହି ଅନ୍ତରୁ କୋଟି

ପ୍ରଦୀପ ଉଚ୍ଚେ ଧର

ଶଂକିତ ହେଉ କମ୍ପିତ ପ୍ରାଣେ

ଚନ୍ଦ୍ର ତପନ ତାରା ।।୩।।

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

ସନ୍ଧାନୀ ତଵ(ତମ) ସନ୍ଧାନ ପଥେ

କଣ୍ଟକ ଟେକେ ଶିର

ସମ୍ମୁଖେ ତଵ(ତମ) କୁହେଳି ରୁପଇ

ମୋହ ମମତାର ନୀର,

ଭିନ୍ନ କରି ସେ ତନ୍ଦ୍ରା-ପରଶ

ହସାଅ ଭୁବନ ସାରା ।।୪।।

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

ଚିରି ଅତୀତର ଜୀର୍ଣ୍ଣ ଜୀଵନ

ଜାଗ ଆରେ (ଜାଗ) ଭଵିଷ୍ଯତ !

ଚୁର୍ଣ୍ଣ କରୁରେ ସ୍ଯନ୍ଦନ ତଵ

ପୀଡ଼ନର ପରଵତ

ଭାଜି ପଡୁ ଆଜି ଅର୍ଗଳ ରାଜି

ଘେନ ଵିଜୟର ମାଳା ।।୫।।

ନଵୀନ ଯୁଗର ତରୁଣ, ଜାଗ ଵନ୍ଧନ ହରା !

(ଭାଜୁ ଵନ୍ଧନ ଭାରା)

ଵକ୍ଷ ଶୋଣିତେ ଲକ୍ଷ ଜୀଵନେ

ଖେଳାଅ ଆଲୋକ ଧାରା !

ଛିନ୍ନ କରରେ ଵନ୍ଧନ ରାଜି, କ୍ରନ୍ଦନ ହେଉ ଶେଷ

ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ

ମହାମାନଵର ତୁର୍ଜ(ଶଂଖ) ଶଵଦେ

ଶମୁରେ ଦୁଃଖ ଜ୍ଵାଳା

୧୯୩୬ ମସିହା ୧୨ ଅଗଷ୍ଟ ରେ ଲକ୍ଷ୍ନୌ ଠାରେ ଅଖିଳ ଭାରତ ଛାତ୍ର ସଂଘ (All India Students Federation)ର ଅନ୍ଯତମ ପ୍ରତିଷ୍ଠାତା ସଂଗଠନ “ଉତ୍କଳ ଛାତ୍ର ସଂଘ”ର ସଭାପତି ଏବଂ ଏଆଇଏସ୍ଏଫ୍ ଓଡିଶା ରାଜ୍ୟର ପ୍ରଥମ ସଭାପତି ଅନନ୍ତ ପଟ୍ଟନାୟକ ଛାତ୍ର ସମାଜ ଉଦ୍ଦେଶ୍ଯରେ ୧୯୩୫ରେ ରଚନା କରିଥିଵା କଵିତା, ଏହା ପୁଣି ନଵଯୁଗ ସାହିତ୍ଯ ସଂସଦର ପ୍ରତିଷ୍ଠା ସମ୍ମିଳନୀ ୨୯ ନଭେମ୍ଵର ୧୯୩୫ ରେ ଛାତ୍ର ସମାଜ ଉଦ୍ଦେଶ୍ଯରେ ଶ୍ରୀମତୀ ମାଳତୀ ଚୌଧୁରୀ, ଅଶୋକ ରାଓ ଏଵଂ ଖୋକନ ଜୋଆରଦାର ପ୍ରମୁଖ କୋରସ ଗାନ କରିଥିଲ।

Loading