ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ…
![]()