ରାଜ୍ୟ ସରକାର ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାର ଵୃଦ୍ଧିକରି ୧୦ଘଣ୍ଟା ଧାର୍ଯ୍ୟ କରିବା ଓ ରାତ୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରାଇବାର ଆଇନ ପ୍ରଣୟନ ଘଟଣାକୁ ଏଆଇଟିୟୁସି ରାଜ୍ୟ ପରିଷଦ ବୈଠକରେ ଦୃଢ଼ ଭାବେ ବିରୋଧ କରି ଏହା ଅବିଳମ୍ବେ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ୧୯୪୮ ମସିହାରେ ପ୍ରତିଶତ କାରଖାନା ଆଇନର ସଂଶୋଧନ କରି ଦୈନିକ ଶ୍ରମ ସମୟ ୮ଘଣ୍ଟା ସ୍ଥାନରେ କମ୍ପାନୀ ମାଲିକମାନଙ୍କ ଇଙ୍ଗିତରେ ତାଙ୍କ ସ୍ଵାର୍ଥ ପାଇଁ ୧୦ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରିଛନ୍ତି। ସେହିଭଳି ୧୯୫୬ମସିହାର ସପସ୍ ଆଣ୍ଡ କମର୍ସିଆଲ ଆକ୍ଟରେ ରାତ୍ର ସମୟରେ ମହିଳାମାନଙ୍କୁ ନିଯୁକ୍ତିଦାତା ମାନେ କାର୍ଯ୍ୟ କରାଇବା ଉପରେ କଟକଣା ଥିଲା। ସମ୍ପ୍ରତି ବିଜେପି ସରକାର ଅମଳରେ ମହିଳାମାନେ ସାଧାରଣ ଜୀବନରେ ଅସୁରକ୍ଷାର ଶିକାର ହେଉଥିବା ବେଳେ ପୁଣି ମହିଳାମାନଙ୍କୁ ରାତିରେ ଡିଉଟି କରାଇବା ପାଇଁ ଆଇନ ପ୍ରଣୟନ ସମଗ୍ର ସମାଜ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି। ଦୈନିକ ୮ଘଣ୍ଟା କାର୍ଯ୍ୟ ସମୟ, ୮ଘଣ୍ଟା ଆମୋଦ ପ୍ରମୋଦ ଓ ବାକି ୮ଘଣ୍ଟା ପୁର୍ଣ୍ଣ ଅବସର ଵାଵିଶ୍ରାମ ସମୟ ଧାର୍ଯ୍ୟ ପାଇଁ ଦାବି କରି ୧୮୮୬ରେ ଚିକାଗୋ ରକ୍ତକ୍ଷୟୀ ଆନ୍ଦୋଳନ ପରେ ବିଶ୍ଵବ୍ୟାପୀ ଶ୍ରମିକ ଶ୍ରେଣୀ ସଂଘର୍ଷ ପରେ ବିଭିନ୍ନ ଦେଶ ଏହି ୮ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରି ଆଇନ ପ୍ରଣୟନ କରିଛନ୍ତି। ଏପରିକି ୟୁରୋପର କେତେକ ଦେଶ ସ୍ଵଳ୍ପ ସମୟ କାର୍ଯ୍ୟ ଦିବସ ଉଭୟ କାର୍ଯ୍ୟ ଓ ଉତ୍ପାଦନର ଗୁଣବତ୍ତା ଵୃଦ୍ଧି କରୁଥିବାରୁ ସେ ଦେଶରେ ଦୈନିକ/ ସାପ୍ତାହିକ ଯଥା: ଡେନମାର୍କ ରେ ସପ୍ତାହକୁ ୩୩ ଘଣ୍ଟା, ନେଦରଲ୍ୟାଣ୍ଡରେ ସାପ୍ତାହିକ ୩୧.୬ ଘଣ୍ଟା ହାରରେ, ବର୍ଲିନରେ ସପ୍ତାହକୁ ୩୫ଘଣ୍ଟା ଶ୍ରମ ସମୟ ଚାଲୁଅଛି। ଏଭଳି ପରିସ୍ଥିତିରେ ଭାରତର ବିଜେପି ଆମ ସମାଜକୁ ମଧ୍ୟଯୁଗୀୟ କ୍ରୀତଦାସ ବ୍ୟବସ୍ଥା ଆଡ଼କୁ ନେଇଯିବା ସହ ଵେରୋଜଗାରୀଙ୍କୁ କର୍ମ ନିଯୁକ୍ତି ନଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ସହ ନିଯୁକ୍ତି ଥିବା ଶ୍ରମିକ କର୍ମଚାରୀଙ୍କୁ ଅଣ୍ଡର ଏମ୍ପ୍ଲୋୟମେଣ୍ଟ ମାଧ୍ଯମରେ ଚାପ ଗ୍ରସ୍ତ କରାଇ ଅଳ୍ପାୟୁ କରାଇବାର ଷଡ଼ଯନ୍ତ୍ର କରିଛନ୍ତି। ଓଡ଼ିଶାର ବିଜେପି ସରକାର ଯେଉଁ ଶ୍ରମିକ ଶ୍ରେଣୀ ବିରୋଧୀ ଜନବିରୋଧୀ ପଦକ୍ଷେପ ନେଇଛନ୍ତି ତାକୁ କାର୍ଯ୍ୟକାରୀ କରାଇ ନଦେବାକୁ ଏଆଇଟିୟୁସି ରାଜ୍ୟବ୍ୟାପୀ ବ୍ୟାପକ ଶ୍ରମିକ ଆନ୍ଦୋଳନ କରାଇଵାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିଅଛି।
ଭଗବତୀ ଭବନ ସମ୍ମିଳନୀ ଗୃହରେ ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଆଗତ କରିଥିବା ପ୍ରସ୍ତାବ ଉପରେ ଦୀର୍ଘ ଆଲୋଚନା ସହ ଏଆଇଟିୟୁସି ନିଜସ୍ଵ ଆନ୍ଦୋଳନ ଓ ଅନ୍ଯାନ୍ଯ ସଂଗଠନକୁ ସାଂଗରେ ନେଇ ମିଳିତ ଆନ୍ଦୋଳନ ପାଇଁ ଦୃଢ଼ ନିଷ୍ପତ୍ତି ହୋଇଅଛି। ବିରଳା ଟାୟାର୍ସ ଶ୍ରମିକମାନଙ୍କ ପୁନଃ ନିଯୁକ୍ତି ସହ ବକେୟା ପ୍ରାପ୍ୟ ଦାବିରେ ଚାଲିଥିବା ଆନ୍ଦୋଳନକୁ ଏଆଇଟିୟୁସି ସମର୍ଥନ ଜ୍ଞାପନ କରିଅଛି। ଗ୍ରାମୀଣ ଡାକ ସେବକ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ମହାଦେଵାୟାଙ୍କୁ ଉଦ୍ଦେଶ୍ଯପ୍ରଣୋଦିତଭାବେ କରାଯାଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃଅଵସ୍ଥାପନ ପାଇଁ ରାଜ୍ୟ ପରିଷଦ ସର୍ବ ସମ୍ମତ ନିଷ୍ପତ୍ତି କରିଅଛି। ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ, ବିଭିନ୍ନ ସହାୟତା ପ୍ରଦାନକୁ ତ୍ବରାନ୍ବିତ କରିବା, ସଂରକ୍ଷିତ ଓ୍ଵାର୍କରମାନ ଯଥା: ଅଙ୍ଗନଓ୍ଵାଡି
ଓ୍ଵାର୍କର ଓ ସହାୟିକା , ଆଶା, ପାଚିକା ଓ ସହାୟିକାଙ୍କୁ ଓ୍ଵାର୍କରମାନ୍ଯତା ପ୍ରଦାନ, ଉଦ୍ୟାନ ସାରଥୀ, ଗ୍ରାମ ପଞ୍ଚାୟତ କର୍ମଚାରୀ ଇତ୍ଯାଦିଙ୍କୁ ବର୍ଷସାରା କାମ ଦେବା, ବଜାର ଦଳକୁ ଆଖି ଆଗରେ ରଖି ମଜୁରୀ ବୃଦ୍ଧି କରିଵା ଇତ୍ଯାଦି ଦାବିରେ ବ୍ୟାପକ ଆନ୍ଦୋଳନ ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି। ଏହି ବୈଠକରେ ବରିଷ୍ଠ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ, ଗୈ।ରାଙ୍ଗ ପାଣିଗ୍ରାହୀ, ଉପସଭାପତି ତଥା ସିପିଆଇ ର ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର, ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୁର ଜେନା, ହରପ୍ରିୟା ସ୍ଵାଇଁ, ନମିତା ସାହୁ, ପ୍ରବୀଣ ଦାଶ, ଵିଦ୍ଯାଧର ମାହାନ୍ତ, ସତ୍ୟବାଦୀ ବାଘ, ଅଭିଷେକ ଶତପଥୀ, ସୁରଜିତ ପୃଷ୍ଟି, କିଶୋର ଜେନା, ବିନ୍ଦୁସାଗର ଓଝା, ବ୍ରଜବନ୍ଧୁ ପ୍ରଧାନ, ଶିବ ବେହେରା, ପଞ୍ଚାନନ ସାହୁ, ଭାଗବତ ପ୍ରତିହାରୀ, ସୁବାଷ ମହାପାତ୍ର, ଦେବାଶିଷ ବାବୁ, କମଲେଶ ଦାଶ, ବିଲୀନ ସାହୁ, ମଦନ ମହାରଣା, ରମେଶ ଜେନା, ବିଦୁର କୁମ୍ଭାର, ସୁରେନ୍ଦ୍ର ଶର୍ମା, ପ୍ରଦୀପ ନାୟକ, ସୁବାଷ ଜାଲି, ସନ୍ତୋଷ କନ୍ୟାର,ଇନ୍ଦ୍ରଜିତ ତାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନବନିର୍ବାଚିତ ରାଜ୍ୟ ସମ୍ପାଦକ ତଥା ଜାତୀୟ ପରିଷଦକୁ ନିର୍ଵାଚିତ ଡଃ ପ୍ରଶାନ୍ତ ମିଶ୍ର, ଜାତୀୟ ପରିଷଦକୁ ନିର୍ବାଚିତ ଏନ୍ ନାରାୟଣ ରେଡ୍ଡୀ ଓ ଜୟନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

SOURCE BY
JAYANTHA DAS