ଵିପ୍ଳଵ କାଳଜୟୀ ଅଟେ।

ସାମାଜିକ ବିବର୍ତ୍ତନ ମଧ୍ୟରେ ବିଭିନ୍ନ ସମୟରେ ଵିଭିନ୍ନ ମହା ମନିଷୀମାନେ ଶୋଷଣ ଅତ୍ୟାଚାର ବିରୋଧରେ ଅଭିଯାନ ଚଳାଇ ମୁକ୍ତିର ମାର୍ଗ ପ୍ରଦର୍ଶନ କରି ମହାପୁରୁଷ ଵା ଧର୍ମ ଗୁରୁ ହୋଇଛନ୍ତି। ହଜାର ହଜାର ଵର୍ଷ ଧରି ସମାଜର ସଂଖ୍ୟା ଗରିଷ୍ଠ ମଣିଷଙ୍କୁ ଶୋଷଣର ବିଭିନ୍ନ ରାସ୍ତାକୁ ଚିହ୍ନଟ କରି “ସଂଖ୍ୟା ଗରିଷ୍ଠ ମଣିଷ ସମାଜର ମୁକ୍ତିର ରାସ୍ତା ଵର୍ଗ ସଂଘର୍ଷ ହିଁ ଶୋଷଣ ବିଲୋପରେ ସଂଖ୍ୟା ଗରିଷ୍ଠ ମଣିଷ ସମାଜର ମୁକ୍ତିର ରାସ୍ତା” ବୋଲି ଚିହ୍ନଟ କଲେ କାର୍ଲ ମାର୍କସ ଓ ଫ୍ରେଡେରିକ୍ ଏଙ୍ଗେଲସ୍। ଏହାକୁ ଵିଭିନ୍ନ ପାରିପାର୍ଶ୍ବିକ ଅଵସ୍ଥା ଭିତ୍ତିରେ ରେ ପ୍ରଣୟନ କଲେ ଭ୍ଲାଦିମିର ଇଲିଚ୍ ଉଲ୍ଯାନୋଭ(ଲେନିନ), ମାଓ ଜେଦୁଙ୍ଗ୍, ହୋ-ଚି – ମିନ୍ ଏଵଂ ଫିଡେଲ କାଷ୍ଟ୍ରୋ। ଵର୍ଗ ସଂଘର୍ଷର ପରିପନ୍ଥୀ ପୁଞ୍ଜି ଵାଦର ରକ୍ଷା କଵଚ ସବୁ ଵେଳେ “ରାଷ୍ଟ୍ର ଯନ୍ତ୍ର”। ଵର୍ଗ ସଂଘର୍ଷରୁ ଉତ୍ପନ୍ନ ପ୍ରତ୍ୟେକ କିସମର ନୂଆ ସମାଜ ଆଭ୍ୟନ୍ତରୀଣ ତର୍କ ସଂଗତ ମାର୍ଗରେ ରାଷ୍ଟ୍ର ଯନ୍ତ୍ରକୁ ସଂଖ୍ୟା ଗରିଷ୍ଠ ବର୍ଗର ଗଣମତ ଭିତ୍ତିରେ ନିୟନ୍ତ୍ରିତ ନହେଲେ ସେହି ରାଷ୍ଟ୍ର ଯନ୍ତ୍ର ନୂତନ ସମାଜକୁ ଲକ୍ଷ୍ୟଭ୍ରଷ୍ଟ କରିଥାଏ। ଵର୍ଗ ସଂଘର୍ଷକୁ ବିଭାଜନ ପାଇଁ ପୁଞ୍ଜି ଓ ରାଷ୍ଟ୍ର ଯନ୍ତ୍ର ବିଭିନ୍ନ ସମୟରେ ଉଗ୍ର ସାମ୍ପ୍ରଦାୟିକ, ଉଗ୍ର ଜାତି ଭିତ୍ତିକ,ଆଞ୍ଚଳିକତା ଓ ଭାଷା ଭିତ୍ତିକ ବିବାଦରେ ବିଭେଦ ଗ୍ରସ୍ତ କରାଏ । ତେଣୁ ଵର୍ଗ ସଂଘର୍ଷ ସାମ୍ପ୍ରଦାୟିକ ଓ ଜାତିଗତ ସଦଭାବନା ଉପରେ ଗୁରୁତ୍ଵ ଦେବା ଜରୁରୀ ଅଟେ। ଵର୍ଗ ସଂଘର୍ଷରୁ ଉତ୍ପନ୍ନ ନୂଆ ସମାଜ ଗଠନ ଵେଳେ ଉତ୍ତରଣ ସମୟରେ ଵର୍ଗ ସଂଘର୍ଷ ତର୍କ ସମ୍ମତ ନହୋଇ ଯଦି ଆତ୍ମ ପରିତୃପ୍ତ ହେବ, ତାହେଲେ ରାଷ୍ଟ୍ର ଯନ୍ତ୍ର ଏହି ନୂଆ ସମାଜକୁ ସହଜରେ ଖତମ୍ କରିବ। ନୂଆ ସମାଜ ଗଠନ ଓ ପରିପକ୍ଵତା ରାଷ୍ଟ୍ର ଯନ୍ତ୍ରର ଭୁମିକା ହ୍ରାସ କରାଇ ବିକଶିତ ମାନବ ସଭ୍ଯତା ମଣିଷ ସମାଜକୁ ଆଗକୁ ଆଗକୁ ନେଵ। ତେଣୁ ଯେ କୋୖଣସି ଵର୍ଗ ସଂଘର୍ଷ ସାମୟିକ କ୍ଷଣ ଲୋଭରେ ଵସଵର୍ତ୍ତୀ ହେବ, ତାହା ଵର୍ଗ ସଂଘର୍ଷରୁ ଲକ୍ଷ୍ୟଭ୍ରଷ୍ଟ କରାଇ ପୁଞ୍ଜି ଓ ରାଷ୍ଟ୍ର ଯନ୍ତ୍ରର ହତିଆର ହେବ। ଦ୍ଵିତୀୟ ବିଶ୍ଵ ଯୁଦ୍ଧର ଦୁଇ ଦଶନ୍ଧି ପର ପିଢୀର ଲଢୁଆ ସ୍ଵର ଏହିସବୁ ଵିଚାର ଭ୍ରମର ଶିକାର ହୋଇଥିଵାର ନଜିର ଅଛି।ଵିଚାର ଭ୍ରମରୁ ମୁକ୍ତ ହେବା ପାଇଁ ତୃଣମୂଳ ଆନ୍ଦୋଳନ, ତୃଣମୂଳ ସଂଗଠନ ଓ ଵର୍ଗ ସଂଘର୍ଷର ବୈପ୍ଳବିକ ନୀତିହିଁ ଦୀଗ ଵାରେଣୀ ଭୂମିକା ନେବ। ବିପ୍ଳବ କାଳ ଜୟୀ ହେବ।

by Jayantha Das

Loading