ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ
ଜୟପୁର: ତା ୧୦/୧/୨୦୨୫: ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗର ଓଡିଶା ଜୀଵିକା ମିଶନର ମିଶନ ଡାଇରେକ୍ଟର ତଥା ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ ମହାଶୟାଙ୍କ ଦ୍ଵାରା ଵିଭିନ୍ନ ଜିଲ୍ଲାପାଳଙ୍କୁ ଗତ ୮ଜାନୁଆରୀରେ ଦିଆଯାଇଥିଵା ନିର୍ଦ୍ଦେଶରେ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ରିଷ୍ଟ୍ରକ୍ଚରିଙ୍ଗ ଉଦ୍ଦେଶ୍ଯରେ କରାଯାଇଥିଵା ଦ୍ଵିଅର୍ଥ ଵୋଧକ ନିର୍ଦ୍ଦେଶରେ ସମଗ୍ର ରାଜ୍ଯର ଇସି ସଦସ୍ଯାମାନେ ଗଭୀର ଉଦଵେଗ ପ୍ରକାଶ କରିଛନ୍ତି। ଆଜି ଜୟପୁର ଶ୍ରମିକ ଭଵନଠାରେ "ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ"ର କୋରାପୁଟ ଜିଲ୍ଲା କମିଟି ଵୈଠକ ଜ୍ଯୋତୀରେଖା ଚେଟ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା "ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ"ର ରାଜ୍ଯ ସଭାପତି ଜୟନ୍ତ ଦାସ ଜିଲ୍ଲା କମିଟି ଵୈଠକକୁ ଉଦଘାଟନ କରି ଓଡିଶା ମିଶନ ଶକ୍ତି ଵିଭାଗ ଅଧିନରେ ରାଜ୍ଯର ୭୦ଲକ୍ଷ ମହିଳାଙ୍କୁ ଲକ୍ଷେ ୩୫ ହଜାର ଇସି ସଦସ୍ଯାମାନେ ଜୀଵିକା ଅର୍ଜନର ରାହା ଦେଖାଇଥିଵା ଵେଳେ ସରକାର ଏହି ସ୍କିମ ଓ୍ଵାର୍କରମାନଙ୍କୁ ଓ୍ଵାର୍କର ମାନ୍ଯତା ଦେଇ ନାହାନ୍ତି। ମିଶନ ଶକ୍ତି ଵିଭାଗ...







