ଜିପିଏଲ୍ଏଫ୍ ଇସିମାନଙ୍କ ସ୍ଥାୟୀ ନିଯୁକ୍ତି, ମାସିକ ସର୍ଵନିମ୍ନ ମଜୁରୀ ସମେତ ସାମାଜିକ ନିରାପତ୍ତା ହାସଲ ପାଇଁ ନିଖିଳ ଓଡ଼ିଶା ଜିପିଏଲ୍ଏଫ୍ ଇସି ସଂଘ ଗଠିତ।

ଭୁଵନେଶ୍ଵର : ତା୩୦/୩: ଆଜି ସମଗ୍ର ଓଡିଶାରେ ଜିପିଏଲ୍ଏଫ୍ ଇସି ସଦସ୍ୟମାନେ ରେଡକ୍ରସ ଭଵନ ସମ୍ମିଳନୀ କକ୍ଷରେ ନିଜ ଜୀଵନ ଓ ଜୀବିକା ନେଇ ଏକ ରାଜ୍ଯ ସ୍ତରୀୟ ଵୈଠକରେ ସମଵେତ ହୋଇଥିଲେ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକୁ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା ଉଦଘାଟନ କରି ସମାଜରେ ଶ୍ରମ ଶୋଷଣ ଵନ୍ଦ ନହେବା ପର୍ଯ୍ଯନ୍ତ ସାମାଜିକ ମାନବୀୟ ବିକାଶ ଅସମ୍ଭବ। ସରକାର ଉତ୍ତମ ନିଯୁକ୍ତିକର୍ତ୍ତା ହେବା ପରିଵର୍ତ୍ତେ ଦେଶର କୋଟି କୋଟି ସ୍କିମ୍ ଶ୍ରମିକଙ୍କୁ କେନ୍ଦ୍ର ଅଥବା ରାଜ୍ଯର ଘୋଷିତ ଅନୁସୂଚୀତ ନିଯୁକ୍ତି କ୍ଷେତ୍ରରୁ ଏହି ସ୍କିମ ଓ୍ଵାର୍କରମାନଙ୍କୁ ଵାଦ ଦେଇ କେନ୍ଦ୍ରୀୟ ଅଥବା ରାଜ୍ଯର ସର୍ଵନିମ୍ନ ମଜୁରୀ ନଦେଇ ଶୋଷଣ କରୁଛନ୍ତି।ଭାରତୀୟ ଶ୍ରମ ସମ୍ମିଳନୀ ସ୍କିମ୍ ଶ୍ରମିକମାନଙ୍କୁ ଅନୁସୁଚୀତ ନିଯୁକ୍ତି କ୍ଷେତ୍ର ମୁକ୍ତ କରାଇ ଓ୍ଵାର୍କର ମାନ୍ଯତା ଦେଵା ସହ ସାମାଜିକ ସୁରକ୍ଷା ଵ୍ଯଵସ୍ଥା ପାଇଁ ଵ୍ଯଵସ୍ଥା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବିହିତ ପଦକ୍ଷେପ ନେବାକୁ ଆହ୍ଵାନ ଦେଇଥିଲେ। ସଂଘର ରାଜ୍ଯ ସାଧାରଣ ସମ୍ପାଦକ ଜାନକୀ ଲତା ନାୟକ ଗତ ଜାନୁଆରୀ ଠାରୁ ଇତି ମଧ୍ୟରେ ସାଂଗଠନିକ ଓ ଜିଲ୍ଲା ସ୍ତରୀୟ ଓ ୧୫ମାର୍ଚ୍ଚ ରାଜ୍ଯ ସ୍ତରୀଆନ୍ଦୋଳନ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ।ଏହି ଵୈଠକରେ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ସାଧାରଣ ସମ୍ପାଦକ ନମିତା ସାହୁ, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଙ୍ଘମିତ୍ରା ଜେନା, ଏଆଇଟିୟୁସି ନେତା ଉମେଶ ଚନ୍ଦ୍ର ନାୟକ, ତପନ କୁମାର ସିଟ୍, ରୁକ୍ମଣୀ ସାହୁ, ଯୋଗମାୟା ନନ୍ଦ, ପ୍ରତିମା ମିଶ୍ର, କିରଣ ଭୋଇ, ନଳିନୀ ଭାଇଙ୍କ ସମେତ ଵିଭିନ୍ନ ଜିଲ୍ଲାରୁ ୩୪ଜଣ ଵିଭିନ୍ନ ସମସ୍ଯା ଓ ସଂଗଠନ ସମ୍ପର୍କରେ ଵକ୍ତଵ୍ଯ ଦେଇଥିଲେ।ଏହି ଵୈଠକରେ ଆଗାମୀ ୩ଵର୍ଷ ପାଇଁ ୮୧ଜଣିଆ କାର୍ଯ୍ଯକାରୀ କମିଟି ଓ ଏହା ଭିତରୁ ୨୧ଜଣିଆ କର୍ମକର୍ତ୍ତା ମଣ୍ଡଳୀ ସର୍ଵ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ସଭାପତି – ଜୟନ୍ତ ଦାସ, ସାଧାରଣ ସମ୍ପାଦକ – ଜାନକୀ ଲତା ନାୟକ, କାର

ଯ୍ଯକଆରଈ ସଭାପତି – ସଙ୍ଘମିତ୍ରା ଜେନା, ଵିଭିନ୍ନ ପଦପଦବୀରେ ଉମେଶ ଚନ୍ଦ୍ର ନାୟକ, ତପନ କୁମାର ସିଟ୍,   ପ୍ରତିମା ମିଶ୍ର, ଦୀପାଞ୍ଜଳୀ ଘଡେ଼ଇ,ଵିଦୁ ଲତା ସ୍ଵାଇଁ ,ପୁଷ୍ପାଞ୍ଜଳୀ ଜେନା,  ରୁକ୍ମଣୀ ସାହୁ, ଯୋଗମାୟା ନନ୍ଦ, ଟୁନୀ ନାଏକ, ଝରଣା ମନ୍ତ୍ରୀ, କୀରଣ ଭୋଇ, ରାଧାରାଣୀ ଜେନା, ବୀଣାପାଣି ପାତ୍ର, ବୀଣାପାଣି ସାହୁ, ନଳିନୀ ଵାଗ, ମମତା ସ୍ଵାଇଁ କାର୍ଯ୍ଯକାରୀ କମିଟିରେ ଅନ୍ଯ ୬୦ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଦେଶର ସାଧାରଣ ନିର୍ଵାଚନ ପରେ ଏହାର ଆଇନ ସମ୍ମତ ପଞ୍ଜିକରଣ କରିଵା ପାଇଁ କର୍ମକର୍ତ୍ତାମଣ୍ଡଳୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ରାଜ୍ଯର ପ୍ରତ୍ୟେକ ଜିପିଏଲ୍ଏଫ୍ ଇସିଙ୍କୁ ଏହାର ସଦସ୍ୟ ମୁକ୍ତ କରିଵାକୁ ସର୍ଵସମ୍ମତ ସଂକଳ୍ପ ପାରିତ ହୋଇଅଛ।

By Jayantha Das

Loading