Tuesday, August 11

ଜାତୀୟ ଗ୍ରାମୀଣ ଜୀଵିକା ମିଶନ ଇସି ସଦସ୍ଯମାନେ ଶକ୍ତି ପ୍ରଦର୍ଶନ କଲେ ଵାଲେଶ୍ଵରରେ *ଇସି ସଦସ୍ଯ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କର, * ସ୍ଥାୟୀ ନିଯୁକ୍ତି ଦିଅ, * ସାମାଜିକ ନିରାପତ୍ତା ପ୍ରଦାନ କର, * କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦିଅ ସମେତ ଵିଭିନ୍ନ ଦାଵି ଉପସ୍ଥାପିତ।

ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀଵିକା ଅର୍ଜନର ରାହା ଦେଖାଇଵା ପାଇଁ ଵିନା ପାରିଶ୍ରମିକରେ କାର୍ଯ୍ଯ କରିଆସିଥିଵା ଵେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାଓ୍ଵେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେଵାରୁ ଏଵେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଏହି ମହିଳା ଶ୍ରମିକଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂତନ ଇସି ନିଯୁକ୍ତି ଷଡଯନ୍ତ୍ର କରାଯାଇଛି। ଏହି ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରିଵା ସହ ଇସି ସଦସ୍ଯଙ୍କୁ ସ୍ଥାୟୀ ନିଯୁକ୍ତି, ଏନ୍ଆରଏଲଏମ୍ ସ୍କିମ ଅଧିନରେ କାର୍ଯ୍ଯରତ ସମସ୍ତ ଇସି ସଦସ୍ଯ ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ଓ୍ଵାର୍କର ମାନ୍ଯତା, ଇପିଏଫ୍ – ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା, ଗତ ଜୁଲାଇରେ ସରକାରଙ୍କ ଦ୍ଵାରା ଘୋଷିତ ସର୍ଵ ନିମ୍ନ ମଜୁରୀ ଆଇନ ର କୁଶଳୀ ଶ୍ରମିକଙ୍କ ସର୍ଵନିମ୍ନ ମଜୁରୀ ହାରରେ ମାସିକ ଭତ୍ତା ପ୍ରଦାନ, ୨୦୨୪ ମସିହା ସେପ୍ଟେମ୍ଵର ମାସରୁ ଵକେୟା ଥିଵା ଇସି ଏଫ୍ ଟିଏ, ସିଆରପି ଓ ଏମଵିକେଙ୍କ ଏକ ଵର୍ଷର ଵକେୟା ପ୍ରଦାନ ଦାଵିରେ ଏହି ଵିକ୍ଷୋଭ ଅନୁଷ୍ଠିତ ହୋଇଅଛି। ଇସି ସଦସ୍ଯମାନେ ମାସିକ ଏକ ହଜାର ୫ଶହ ଟଙ୍କା ଭତ୍ତା ପାଉଥିଵା ଵେଳେ ସରକାର ଏହି ମହିଳାଙ୍କ କାର୍ଯ୍ଯ ସୁଗମ କରିଵା ପାଇଁ ସ୍କୁଟର ଖରିଦ ପାଇଁ ଯେଉଁ ଋଣ ଦେଇଥିଲେ, ଏମାନଙ୍କୁ ଇସି ପଦରୁ ରିଷ୍ଟ୍ରକ୍ଚରିଙ୍ଗ୍ କରି ହଟାଇଲେ ଏମାନେ ଋଣ ପରିଶୋଧ କରି ନପାରି ଆତ୍ମହତ୍ଯା କରିଵାକୁ ଵାଧ୍ଯ ହେଵେ। ତେଣୁ ସରକାର ଏହି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରି ଇସି ସଦସ୍ଯଙ୍କ ସମେତ ସମସ୍ତ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେଵାକୁ ଦାଵି ପ୍ରତିଧ୍ଵନିତ ହୋଇଆଛି। ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ଜିଲ୍ଲା ସଭାପତି ପ୍ରଭାତୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିଶାଳ ଵିକ୍ଷୋଭ ସମାଵେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦଵୋଧନ ଦେଇ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ,ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଇପିଏଫ୍ ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା ପ୍ରଦାନ, କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଯଥା ସିଆରପି, ଏମଵିକେ ଓ ଅନ୍ଯମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଇସି ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ପାଇଁ ସମ୍ପ୍ରତି ଜିଲ୍ଲା ସ୍ତରରେ ଆନ୍ଦୋଳନ ଚାଲିଥିଵା ଵେଳେ ଵୀଧାନସଭା ଵଜେଟ ଅଧିଵେଶନ ଵେଳେ ସମ୍ମିଳିତ ଵିଶାଳ ପ୍ରତିଵାଦ ଆନ୍ଦୋଳନର ଚେତାଵନୀ ଦେଇଛନ୍ତି। ସଂଘର ଜିଲ୍ଲା ସମ୍ପାଦକ ସ୍ମାରକୀ ସ୍ଵାଇଁ, ଡିଏଲ୍ଏଫ୍ ସଭାପତି ସୁଷମା ଦତ୍ତ, ସମ୍ପାଦକ, ସରଶ୍ଵତୀ ପାତ୍ର, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଉପସାଧାରଣ ସମ୍ପାଦକ ପ୍ରତିଭା ପାଲ, ଏଆଇଟିୟୁସି ରାଜ୍ଯ ଉପସଭାପତି ଗୈ।ରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଭାପତି ଭାଗଵତ ପ୍ରତିହାରୀ, ସଂଘର ମନୋରମା କମିଳା, ଉପସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସ୍ଵାତୀ ଭୋଳ, କଵିତା ପାଲ, ଶିଵାନୀ ମହାନ୍ତି, ରାଜ୍ଯ ଉପସଭାପତି ତପନ ସିଟ, ଜିଲ୍ଲା ଯୁଗ୍ମ ସମ୍ପାଦକ ମମତା ଵିଶ୍ଵାଳ, ମମତା ରାଣୀ ଦାସ, ପ୍ରମିଳା ନାୟକ, ସଵିତା ଦାସ, ଵିଏଲ୍ଏଫ୍ ପ୍ରଭାତୀ ହୋତା, ସଵିତା ରଣା, ଚନ୍ଦ୍ରକାନ୍ତୀ ଜେନା, ଭିଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା, ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପସଭାପତି ଆଵିଦ ଖାନ୍, ଶ୍ରମିକ ନେତା ଶାନ୍ତନୁ ଦାସ, ସାମ୍ଵାଦିକ ରତିକାନ୍ତ ପାତ୍ର, ସଂଘର ସ୍ଵର୍ଣ୍ଣକାନ୍ତି ମହାପାତ୍ର, ସ୍ନେହଲତା ଵେହେରା, ସଂଯୁକ୍ତା ସିଂହ ପ୍ରମୁଖ ଏହି ଦାଵି ସପକ୍ଷରେ ଉଦଵୋଧନ ଦେଇଥିଲେ। ଏକ ୧୭ଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାଵିପତ୍ର ଉପସ୍ଥାପନ କରିଥିଲେ ଓ ସେ ସିଡିଏସ୍, ଡିପିଏମ୍ , ଡିପିସି ଏଵଂ ସଂଘର ଜିଲ୍ଲା କମିଟି ସହ ଏକ ଵୈଠକ କରି ଏସମ୍ପର୍କରେ ସମାଧାନର ରାସ୍ତା ଵାହାର କରିଵାର ପ୍ରତିଶୃତି ଦେଇଥିଲେ। ଏହା ପୁର୍ଵରୁ ଵାଲେଶ୍ଵର ରେଳ ଷ୍ଟେସନ ଠାରୁ ଏକ ଵିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା।

Loading

Toggle Dark Mode