ଭତ୍ତା ଵୃଦ୍ଧି, ଓ୍ଵାର୍କର ମାନ୍ଯତା ଓ ସାମାଜିକ ସୁରକ୍ଷା ଦାଵିରେ “ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘର ଵିକ୍ଷୋଭ ଅନୁଷ୍ଠିତ: ୧୫ମାର୍ଚ୍ଚ ଭୁବନେଶ୍ଵର ଚାଲ ଆହୂତ।

ଵାଲେଶ୍ଵର: ତା୧୨/୩/୨୦୨୪: ଆଜି ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘ ଆହ୍ଵାନରେ ଵାଲେଶ୍ଵର ଜିଲ୍ଲାର ଵିଭିନ୍ନ ବ୍ଲକ୍ ଅଞ୍ଚଳରୁ ଅନ୍ଯୁନ ୩ ହଜାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନର ଇସି ସଦସ୍ୟ ମହିଳାମାନେ ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଛନ୍ତି। ନିଖିଳ ଓଡ଼ିଶା ଜିପିଏଲଏଫ୍ ଇସି ସଂଘ ଜିଲ୍ଲା ସଭାପତି ରୁକ୍ମଣୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିକ୍ଷୋଭ ସମାବେଶରେ ଏଆଇଟିୟୁସି ନେତା ତପନ କୁମାର ସିଟ ଉଦବୋଧନ ଦେଇ ଜିପିଏଲଏଫଇସି ମାନଙ୍କ ମାନଙ୍କ ମାସିକ ମାନ ଦେୟ ୨୬ହଜାର ଟଙ୍କା ପ୍ରଦାନ, ଜିପିଏଲଏଫଇସିମାନଙ୍କୁ ଓ୍ଵାର୍କର ମାନ୍ଯତା ସହ ସ୍ଥାୟୀ ନିଯୁକ୍ତି,ଵିଭିନ୍ନ ସାମାଜିକ ନିରାପତ୍ତା ଯଥା:ଵିଏସକେଓ୍ଵାଇ ଵୀମା, କାର୍ଯ୍ୟକାଳ ୬୨ଵର୍ଷକୁ ଧାର୍ଯ୍ୟ କରିଵା, କାର୍ଯ୍ଯକାଳ ମଧ୍ଯରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କାର ସହାୟତା ରାଶି, ୬୨ଵର୍ଷରେ କାର୍ଯ୍ୟରୁ ଅବ୍ୟାହତି ପରେ ୫ଲକ୍ଷଟଙ୍କାର ସହାୟତା, ଅବସର ପରେ ମାସିକ ପେନସନ ୧୦ହଜାର ଟଙ୍କା ଘୋଷଣା ଦାଵିରେ ଏହି ଆନ୍ଦୋଳନ ଅନୁଷ୍ଠିତ ହେଉ ଅଛି ଵୋଲି ସୁଚନା ଦେଇ ଏହି ଦାବି ପୂରଣ ପର୍ଯ୍ଯନ୍ତ ରାଜ୍ଯଵଯାପୀ ଆନ୍ଦୋଳନ ଚାଲୁ ରହିବ ଵୋଲି ଚେତାଵନୀ ଦେଇଛନ୍ତି।ଜିଲ୍ଲା ସମ୍ପାଦିକା ସ୍ମାରକୀ ସ୍ଵାଇଁ ଆନ୍ଦୋଳନର ପୃଷ୍ଠଭୂମିରେ ସୂଚନା ଦେଇଥିଲେ।ସଂଘ ଉପଦେଷ୍ଟା ଉମେଶ ଚନ୍ଦ୍ର ନାୟକ  ରାଜ୍ଯସ୍ତରୀୟ ଆନ୍ଦୋଳନ ୧୫ ମାର୍ଚ୍ଚରେ ଭୁଵନେଶ୍ଵର ଚାଲ ଅଭିଯାନ ପାଇଁ ପରାମର୍ଶ ଦେଇଥିଲେ।ଏହି ବିକ୍ଷୋଭରେ

ଶକୁନ୍ତଳା ବେହେରା,ମନୋରମା କମିଳା,କନଲତା ବିଶ୍ୱାଳ,ମିନତୀ ସାହୁ,ଗୀତାଞ୍ଜଳି ପାତ୍ର,ମମତା ମିଶ୍ର,ସୁଜାତା ଦାସ, ପାର୍ବତୀ ରାଉତ,ମାନସୀ ଦାସ

ସସ୍ମିତା ପାରିଡା, ସଦର ଵ୍ଲକର

ସଞ୍ଜୁଲତା ସେଠି,ଅଞ୍ଜଳି ଜେନା,ଚନ୍ଦ୍ରିକା ନାୟକ, ସିମୁଳିଆ ଵ୍ଲକର ଅନିତା ପଟ୍ଟନାୟକ,ଲଷ୍ମୀପ୍ରିୟା ଦାସ, ସୋର ଵ୍ଲକର ସ୍ଵାତି ଭୋଲ ଓ

ପ୍ରିୟଦର୍ଶନୀ ମହାପାତ୍ର, ରେମୁଣାର ରୁକ୍ମଣୀ ଶିଆଳ, ବାହାନଗାର ପାର୍ବତୀ ମାନି ବେହେରା,ମନ୍ଦାକିନୀ ପଣ୍ଡା,ଔପଦାର କନକଲତା ବିଶ୍ୱାଳ,ସରସ୍ବତୀ ବେହେରା,ଜଳେଶ୍ୱର କବିତା ପଣ୍ଡା,କବିତା ପାଳ ବାଲିଆପାଳର ସ୍ନେହଲତା ବେହେରା,ପ୍ରଭାତୀ ସାହୁ ଓ ଅନିତା ସାହୁ ପ୍ରମୁଖ ଅନ୍ଯାନ୍ଯ ସମସ୍ୟା ସମ୍ପର୍କରେ ସୂଚନା ଦେଇ ନିଜ ଅଧିକାର ହାସଲ ପାଇଁ ଜିପିଏଲଏଫଇସିମାନଙ୍କ ରାଜ୍ଯ ସ୍ତରୀୟ ଆନ୍ଦୋଳନ ୧୫ମାର୍ଚ୍ଚରେ ପ୍ଵହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଉଦବୋଧନ ଦେଇଥିବା ଵେଳେ ରୁକ୍ମଣୀ ସାହୁଙ୍କ ନେତୃତ୍ଵରେ ଏକ ଦଶଜଣିଆ ପ୍ରତିନିଧି ଦଳ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଵିପତ୍ର ଉପସ୍ଥାପନ କରିଥିଲେ।

By Jayantha Das.

India-Odiaha.

Loading