Hindi – Asia Commune https://asiacommune.org Equality & Solidarity Sat, 03 May 2025 12:51:06 +0000 en-US hourly 1 https://wordpress.org/?v=6.8.1 https://asiacommune.org/wp-content/uploads/2025/05/cropped-New_Logo_02-32x32.png Hindi – Asia Commune https://asiacommune.org 32 32 ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ଜନ୍ମବାର୍ଷିକୀ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୌଧୁରୀ ରଘୁନାଥ ଦାସ ଏବଂ ମାତା ପାର୍ବତୀ ଦେବୀ ଥିଲେ। ମଧୁସୁଦନ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରି ଓଡ଼ିଶାର ପ୍ରଥମ ଆଇନଜ୍ଞ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଜଣେ କୁଶଳୀ ଓକିଲ, ସାମାଜିକ ସଂସ୍କାରକ, ଶିକ୍ଷାବିତ୍, ଔଦ୍ୟୋଗିକ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ। https://asiacommune.org/2025/05/01/%e0%ac%89%e0%ac%a4%e0%ad%8d%e0%ac%95%e0%ac%b3-%e0%ac%97%e0%ad%8c%e0%ac%b0%e0%ac%ac-%e0%ac%ae%e0%ac%a7%e0%ad%81%e0%ac%b8%e0%ad%81%e0%ac%a6%e0%ac%a8-%e0%ac%a6%e0%ac%be%e0%ac%b8%e0%ac%99%e0%ad%8d/ Thu, 01 May 2025 15:26:20 +0000 https://asiacommune.org/?p=8796

ଓଡ଼ିଶାର ସ୍ଵାଭିମାନ ପ୍ରତି ଅବଦାନ:

ଉତ୍କଳ ସମ୍ମିଳନୀ ଗଠନ: ୧୯୦୩ରେ ମଧୁସୁଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଓଡ଼ିଆ ଜାତିର ସ୍ଵତନ୍ତ୍ର ପରିଚୟ ଓ ଭାଷାକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା:

 ସେ ଓଡ଼ିଆ ଭାଷାର ମାନ୍ୟତା ଓ ଶିକ୍ଷାରେ ଏହାର ବ୍ୟବହାର ପାଇଁ ସଂଘର୍ଷ କରିଥିଲେ। ତାଙ୍କ ଉଦ୍ୟମ ହେତୁ ଓଡ଼ିଆ ଭାଷାର ଗୌରବ ସ୍ଥାପିତ ହେଲା।

ଔଦ୍ୟୋଗିକ ବିକାଶ: ମଧୁସୁଦନ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରି ଓଡ଼ିଶାରେ ଶିଳ୍ପୋନ୍ନତିର ପଥ ପ୍ରଶସ୍ତ କରିଥିଲେ। ଏହା ଓଡ଼ିଆ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆର୍ଥିକ ସ୍ଵାବଲମ୍ବନରେ ସହାୟକ ହୋଇଥିଲା।

ସାମାଜିକ ସଂସ୍କାର:

 ସେ ନାରୀ ଶିକ୍ଷା, ବାଲ୍ୟ ବିବାହ ନିରାକରଣ ଏବଂ ସମାଜରେ ସମାନତା ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ସାମାଜିକ ସଂସ୍କାର ଓଡ଼ିଶାରେ ନୂତନ ଚେତନା ସୃଷ୍ଟି କରିଥିଲା।

ରାଷ୍ଟ୍ରୀୟ ଆନ୍ଦୋଳନରେ ଅଂଶଗ୍ରହଣ:

 ମଧୁସୁଦନ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଓଡ଼ିଆ ଜନସାଧାରଣଙ୍କୁ ଏଥିରେ ସାମିଲ କରାଇଥିଲେ।

ମଧୁସୁଦନ ଦାସ ୧୯୩୪ ମସିହା ଫେବୃଆରୀ ୪ରେ ପରଲୋକ ଗମନ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଓ ଆଦର୍ଶ ଓଡ଼ିଶାର ସ୍ଵାଭିମାନ ଓ ଗୌରବର ପ୍ରତୀକ ଭାବେ ଆଜି ମଧ୍ୟ ପ୍ରେରଣା ଯୋଗାଇଚାଲିଛି।

   ତାଙ୍କ ନାମ ନେଇ ଓଡ଼ିଆ ସ୍ଵାଭିମାନୀ ସ୍ଳୋଗାନ ଦେଇ କ୍ଷମତା ହାତେଇଲେ, ସେମାନେ ଜାତୀୟ ଶିକ୍ଷାନୀତି ୨୦୨୦ ଭିତ୍ତିରେ ଓଡ଼ିଆ ମାତୃଭାଷା ଏଵଂ ଓଡ଼ିଶା ର ସାଂସ୍କୃତିକ ଵ୍ଯଵସ୍ଥା ଉପରେ ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି, ତାକୁ ଓଡ଼ିଶାବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ଅଭିଯାନ ହିଁ ସ୍ଵାଭିମାନୀ ଓଡ଼ିଆ ମଧୁସୂଦନ ଦାସଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ।

]]>
ଷଷ୍ଠ ଦିନରେ ଇସି ସଦସ୍ଯଙ୍କ ଦିଵା-ରାତ୍ର ଗଣଧାରଣା ଅବ୍ୟାହତ:  କେନ୍ଦ୍ରୀୟ ସ୍କିମ ମିଶନ ଶକ୍ତିର ମୁଖ୍ଯ ଆଭିମୂଖ୍ୟକୁ କାର୍ଯ୍ୟକାରୀ କରୁଥିଵା ଇସି ସଦସ୍ୟମାନେ ହିଁ  ମୁଖ୍ୟ ସ୍କିମ ଓ୍ଵାର୍କର: ଇସି ସଂଘ https://asiacommune.org/2025/03/26/%e0%ac%b7%e0%ac%b7%e0%ad%8d%e0%ac%a0-%e0%ac%a6%e0%ac%bf%e0%ac%a8%e0%ac%b0%e0%ad%87-%e0%ac%87%e0%ac%b8%e0%ac%bf-%e0%ac%b8%e0%ac%a6%e0%ac%b8%e0%ad%8d%e0%ac%af%e0%ac%99%e0%ad%8d%e0%ac%95-%e0%ac%a6/ Wed, 26 Mar 2025 15:39:10 +0000 https://asiacommune.org/?p=8642

ଭୁଵନେଶ୍ଵର: ତା୨୪/୩: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ପୁନର୍ଗଠନ ପ୍ରକ୍ରିୟାରୁ ଇସି ସଦସ୍ୟଙ୍କୁ ବାଦ ଦେଇ ସ୍କିମ ଓ୍ଵାର୍କର୍କ ମାନ୍ୟତା ଦାବିରେ ଚାଲିଥିବା ଦିବାରାତ୍ର ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ୧୯୯୯ମସିହା ରେ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵରୋଜଗାର ଯୋଜନା ମାଧ୍ଯମରେ ଓଡିଶାରେ ୨୦୦୨ ମସିହାରୁ ଏହି ସ୍ବରୋଜଗାର ଯୋଜନା ଆରମ୍ଭ ହେଲା।ସେତେବେଳେ ଅଙ୍ଗନଓ୍ଵାଡି କର୍ମୀମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରୁଥାଆନ୍ତି। ପ୍ରତି ଗ୍ରାମ ପଞ୍ଚାୟତ ରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ୨ ଜଣ ହାରରେ ଇସି ଚୟନ କରି ଵ୍ଲକ ସ୍ତରୀୟ ଫେଡେରେଶନ ମାଧ୍ଯମରେ ଜୀବିକା ଅର୍ଜନ କାର୍ଯ୍ଯ କରାଯାଉଥିଲା।ମାତ୍ର ୨୦୦୮ରେ କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ୍ ଏଵଂ ଓଡିଶା ରାଜ୍ଯ ରେ ମିଶନ ଶକ୍ତି ବିଭାଗ ଏହାର କାର୍ଯ୍ଯନ୍ଵୟନ କଲେ। ଏହି ସଂସ୍ଥାର ମୁଖ୍ୟ ଆଭିମୂଖ୍ୟ ହେଉଛି ଗୃହିଣୀ ମହିଳାଙ୍କୁ ମହିଳା ଏସ୍ଏଚଜି ମାଧ୍ଯମରେ ସଂଗଠିତ କରିବା, ମହିଳାମାନେ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରଵର୍ତ୍ତାଇଵା, ମହିଳା ସ୍ଵୟଂସହାୟକ ଗୋଷ୍ଠୀର ଗୋଷ୍ଠୀଗତ ସଂଚୟ ବୃଦ୍ଧିପାଇଁ ପ୍ରଵର୍ତ୍ତାଇଵା, ନିର୍ଦ୍ଦିଷ୍ଟ ହାର ର ସଞ୍ଚୟ ହେଲେ ସମ୍ପୃକ୍ତ ଏସ୍ଏଚଜି କୁ ବ୍ୟାଙ୍କ ସହ ସଂଯୋଗ କରାଇ ଜୀବିକା ଅର୍ଜନ ପାଇଁ ଋଣ ଦେବା, ଋଣ ଧାର୍ଯ କ୍ଷେତ୍ରରେ ବିନିଯୋଗ ହେଲା କି ନାହିଁ ତଦାରଖ କରିବା, ଜୀବିକା ଅର୍ଜନ ସହ ଋଣ ପରିଶୋଧ ପାଇଁ ସମ୍ପୃକ୍ତ ହୀତାଧିକାରୀଙ୍କୁ ପ୍ରଵର୍ତ୍ତାଇଵା ଇତ୍ୟାଦି କାର୍ଯ୍ଯ ଅଟେ। ମିଶନ ଶକ୍ତି ପକ୍ଷରୁ ଇସିମାନେ ଗଠନ କରାଯାଇଥିବା ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ଯ ହେଉଛନ୍ତି ଏନ୍ଆରଏଲ୍ଏମ୍ ଵା ମିଶନ ଶକ୍ତିର ହୀତାଧିକାରୀ। ଏହି ହିତାଧିକାରୀଙ୍କ ଜୀବିକା ଅର୍ଜନ ପାଇଁ ଉପରୋକ୍ତ ସମସ୍ତ କାର୍ଯ୍ଯ ଇସି ସଦସ୍ୟମାନେ କରିଥାଆନ୍ତି। ଏହି ଇସି ସଦସ୍ୟମାନେ ଅନ୍ୟାନ୍ୟ ସ୍କିମ ଓ୍ଵାର୍କରଙ୍କୁ ସଂମ୍ପୃକ୍ତ ଆଞ୍ଚଳିକ ମଞ୍ଚ ପରିସରର ମହିଳା ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଚୟନ କଲାଭଳି ସେମାନଙ୍କ ଦ୍ଵାରା ମନୋନିତ ହୋଇ କାର୍ଯ୍ଯ କରିଆସିଛନ୍ତି। କିନ୍ତୁ ଏମାନଙ୍କୁ ସରକାର ଏପର୍ଯ୍ୟନ୍ତ ସ୍କିମ ଓ୍ଵାର୍କର ମାନ୍ୟତା ଦେଇ ନାହାନ୍ତି। ୨୦୦୮/୯ ମସିହାରେ ଏନ୍ଆରଏଲ୍ଏମ୍ ଓ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଭାପତି, ସମ୍ପାଦକ, ଇସି ସଦସ୍ଯ, ଆଞ୍ଚଳିକ ଫେଡେରେଶନ, ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେଶନ,

ଵ୍ଲକ ସ୍ତରୀୟ ଫେଡେରେଶନ ଓ ଜିଲ୍ଲାସ୍ତରୀୟ ଫେଡେରେଶନର ଟର୍ମ ଵା ଅବଧି ୨ଵର୍ଷ ଧାର୍ଯ୍ୟ କରିଥିଲେ ବି, ତାହା ୨୦୨୫ ଜାନୁଆରୀ ପର୍ଯ୍ଯନ୍ତ କାର୍ଯ୍ୟକାରୀ ନକରି ଏହି ସ୍କିମ ଓ୍ଵାର୍କର ମାନଙ୍କୁ ଉପରୋକ୍ତ କାର୍ଯ୍ୟରେ ରଖିବା ସହ ଧାର୍ଯ୍ୟ ଗସ୍ତ ଭର୍ତ୍ତି ନାମରେ ଭତ୍ତା ପ୍ରଦାନ କରି ଚାଲିଛନ୍ତି। ୨୦୦୮ ମସିହା ପରେ ଅଙ୍ଗନଓ୍ଵାଡି କର୍ମୀ ପରିଵର୍ତ୍ତେ ଇସି ସଦସ୍ୟମାନେ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗଠନ ଠାରୁ ଗୃହିଣୀ ମହିଳାଙ୍କୁ ଜୀଵିକି ଅର୍ଜନ ପାଇଁ ଉଲ୍ଲିଖିତ ପଦ୍ଧତିରେ ରାହା ଦେଖାଇବା ଦାୟିତ୍ଵ ନେବା ପରେ ସମଗ୍ର ରାଜ୍ୟରେ ୫୦ହଜାରରୁ କମ୍ ସଂଖ୍ଯକ ସ୍ଵୟଂସହାୟକ ଗୋଷ୍ଠୀ ଥିବା ବେଳେ ୨୦୨୪ ଶେଷ ସୁଧା ରାଜ୍ୟରେ ୬ଲକ୍ଷରୁ ଅଧିକ ସ୍ଵୟଂସହାୟକ ଗୋଷ୍ଠୀ ଗଠନ ସହ ୭୦ଲକ୍ଷରୁ ଅଧିକ ହିତାଧିକାରୀ ଜୀବିକା ଅର୍ଜନ ର ରାସ୍ତା ଆପଣେଇଲେ। ଗତ ୧୦ମାସ ମଧ୍ୟରେ ଓଡିଶା ସରକାର ସମଗ୍ର ମିଶନ ଶକ୍ତି ବିଭାଗର ସବୁ ବର୍ଗର କର୍ମୀଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ଏବେ ହଠାତ୍ ସେହି ଗାଇଡ ଲାଇନର ସର୍ତ୍ତାବଳୀ ଦେଖାଇ କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାର ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବହିସ୍କାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ସମଗ୍ର ରାଜ୍ୟରେ ଅନିଶ୍ଚିତତା ଲାଗି ରହିଛି। ଏହି ଦାବି ପୂରଣ ପର୍ଯ୍ଯନ୍ତ ପ୍ରବଳ ଖରା ଵର୍ଷା ସହି ଏହି ମହିଳା ସ୍କିମ ଓ୍ଵାର୍କର ମାନେ ଗାନ୍ଧୀ ମାର୍ଗରେ ବସିଛନ୍ତି।

BY JAYANTHA DAS

]]>
शहादत दिवस पर उदयपुर में सभा का आमंत्रण https://asiacommune.org/2025/03/24/%e0%a4%b6%e0%a4%b9%e0%a4%be%e0%a4%a6%e0%a4%a4-%e0%a4%a6%e0%a4%bf%e0%a4%b5%e0%a4%b8-%e0%a4%aa%e0%a4%b0-%e0%a4%89%e0%a4%a6%e0%a4%af%e0%a4%aa%e0%a5%81%e0%a4%b0-%e0%a4%ae%e0%a5%87%e0%a4%82-%e0%a4%b8/ Mon, 24 Mar 2025 16:26:58 +0000 https://asiacommune.org/?p=8630
]]>
ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS) https://asiacommune.org/2025/02/14/%e0%ac%ae%e0%ac%bf%e0%ac%b6%e0%ac%a8-%e0%ac%b6%e0%ac%95%e0%ad%8d%e0%ac%a4%e0%ac%bf-%e0%ac%85%e0%ac%a7%e0%ac%bf%e0%ac%a8%e0%ac%b0%e0%ad%87-%e0%ac%95%e0%ac%be%e0%ac%b0%e0%ad%8d%e0%ac%af%e0%ad%8d/ Fri, 14 Feb 2025 15:52:25 +0000 https://asiacommune.org/?p=8542

 ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ  ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ କହିଛନ୍ତି କି ରିଷ୍ଟ୍ରକ୍ଚରିଙ୍ଗ୍ ହେଲେ ଗତ ୫ଵର୍ଷରୁ ୨୫ଵର୍ଷ ପର୍ଯ୍ଯନ୍ତ ଦୀର୍ଘ ଅବଧିରେ କାର୍ଯ୍ଯ ରତ ଲକ୍ଷାଧିକ ଇସି ସଦସ୍ଯଙ୍କୁ କାର୍ଯ୍ୟରୁ ବାହାର କରିଦିଆଯିବା। ଏହି ରିଷ୍ଟ୍ରକ୍ଚରିଙ୍ଗ୍ ପୁର୍ବରୁ ୫ରୁ ୧୫ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସିଏଲ୍ଏଫ୍ ଗଠନ ହେଉଥିବା ବେଳେ ଏହି ରିଷ୍ଟ୍ରକ୍ଚରିଙ୍ଗ୍  ପରେ ୨୦ରୁ ୩୯ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ସିଏଲ୍ଏଫ୍ ପୁନର୍ଗଠିତ ହେବା ଫଳରେ ଦୁଇ ତୃତୀୟାଂଶ ରୁ ଅଧିକ ସିଆରପି ଏଵ଼ଂ ଆନୁପାତିକ ହାରରେ କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ବଳକା କରାଇ ବାହାର କରାଯିବ। ଏହି କାର୍ଯ୍ୟନିର୍ବାହୀ ସଦସ୍ଯଙ୍କ ପ୍ରବଳ ଅଧ୍ୟବସାୟ ଫଳରେ ଓଡିଶାରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କଲେ ଓ ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଓଡିଶାରେ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ କେବଳ ଜୀବିକା ଅର୍ଜନ ନୁହେଁ ପରନ୍ତୁ ଏମାନଙ୍କ ମଧ୍ୟରୁ କେତେକଙ୍କ କ୍ଷୁଦ୍ର ଓ କୁଟୀର ଉଦ୍ୟୋଗପତି ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଓ ଏହା ଓଡ଼ିଶାର ମହିଳା ସଶକ୍ତିକରଣର ଉଦାହରଣ ସାରା ପୃଥିବୀ ସାରା ଵ୍ଯାପିଲା। ପୁଷ୍ପାଞ୍ଜଳୀ ଜେନା କହିଲେ କି ସରକାର ଏହି ଦକ୍ଷତା ସମ୍ପନ୍ନ ସ୍କିମ କର୍ମଚାରୀ ଇସି ସଦସ୍ଯଙ୍କ ଦକ୍ଷତା କୁ ବିଚାରକୁ ନନେଇ ରାଜନୈତିକ ପ୍ରତିହିଂସା ପରାୟଣ ନିଷ୍ପତ୍ତି କରି ଏକାଥରେ କାମରୁ ବିଦାୟ କରିବା ସରକାରଙ୍କ ମହିଳା ବିରୋଧୀ ଚରୀତ୍ରକୁ ଵଖାଣିଛି। କେନ୍ଦ୍ରୀୟ ସ୍କିମ୍ ଆଇସିଡିଏସ ଅଧିନରେ ଅଙ୍ଗନଓ୍ଵାଡି, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ଏଵଂ ଏନ୍ଏଚ୍ଏମ୍ ଜରିଆରେ ଆଶାକର୍ମୀ ସଂପୃକ୍ତ ପରିସରର ମହିଳା ସଭାରେ ଚୟନ କରାଯାଇ ଥାଆନ୍ତି, କିନ୍ତୁ ଚୟନ ପରେ ସେମାନଙ୍କ ପାଇଁଁ ସେତେବେଳେ ଗାଇଡ ଲାଇନ ଥିଲେ ସୁଧା ସେହିମାନେ ହଁ କାର୍ଯ୍ୟରେ ଅଛନ୍ତି, ତାଙ୍କୁ ବାହାର କରାଯାଏ ନାହିଁ, ଗତ ୧୭ଵର୍ଷ ଧରି ଅକାମୀ ଥିବା ତଥାକଥିତ କେନ୍ଦ୍ରୀୟ ଗାଇଡ ଲାଇନର ଭେଳିକୀ ଦେଖାଇ ଲକ୍ଷ ଲକ୍ଷ ଏହି କର୍ମଜୀଵି ମହିଳାଙ୍କୁ କରର୍ମଚ୍ଯୁତ କରିବା ଦୁଃଖ ଦାୟକ, ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମିଶନ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ମାନ୍ୟବର ଉପମୂଖ୍ଯମନ୍ତ୍ରୀ ଏଵଂ ମିଶନ ଶକ୍ତି ବିଭାଗର  ପ୍ରମୁଖ ସଚୀବ ପ୍ରମୁଖଙ୍କ ଅବଗତ କରାଯିଵା ସହ ୧୩ଫେଵୃଆରୀ ସକାଳ ୧୦ଟାରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ଏହି ଆଦେଶ ପ୍ରତ୍ୟାହାର ପର୍ଯ୍ଯନ୍ତ ଦିଵା ରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂଘ ପକ୍ଷରୁ ସାମ୍ଵାଦିକ ମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲା ବେଳେ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା ଦେଶର ସର୍ଵ ପ୍ରଥମ ଟ୍ରେଡ୍ ୟୁନିୟନର ସଂଗଠନ ଏଆଇଟିୟୁସି ପକ୍ଷରୁ ପୁର୍ଣ୍ଣ ସମର୍ଥନ ଘୋଷଣା କରିବା ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ରାଜ୍ଯ ନେତୃତ୍ଵ ସମର୍ଥନ ଜଣାଇବାକୁ ନିବେଦନ କରିଛନ୍ତି। ବିଜେପି ଦଳ ଅନ୍ଯ ରାଜ୍ୟରେ ମହିଳାମାନଙ୍କୁ ମାସିକ ଦେଢ଼ ହଜାର, ଦୁଇ ହଜାର ହାରରେ ଭତ୍ତା ପ୍ରତିଶୃତି ଦେଇ କ୍ଷମତାରେ ବସୁଥିବା ବେଳେ ଓଡିଶାରେ କ୍ଷମତାରେ ଵସିଵା ପରେ ଦେଢ଼ ଲକ୍ଷ କର୍ମଜୀବି ମହିଳାଙ୍କୁ କରର୍ମଚ୍ଯୁତ କରିବା ଘଟଣା ବିଜେପିର ମହିଳା ବିରୋଧୀ ମାନସିକତାକୁ ଦୃଢ ମୁକାବିଲା କରାଯିବ ବୋଲି ଚେତାବନୀ ଦେଇଛନ୍ତି।

By Jayantha Das

]]>
ଜାତୀୟ ଗ୍ରାମୀଣ ଜୀଵିକା ମିଶନ ଇସି ସଦସ୍ଯମାନେ ଶକ୍ତି ପ୍ରଦର୍ଶନ କଲେ ଵାଲେଶ୍ଵରରେ *ଇସି ସଦସ୍ଯ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କର, * ସ୍ଥାୟୀ ନିଯୁକ୍ତି ଦିଅ, * ସାମାଜିକ ନିରାପତ୍ତା ପ୍ରଦାନ କର, * କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦିଅ ସମେତ ଵିଭିନ୍ନ ଦାଵି ଉପସ୍ଥାପିତ। https://asiacommune.org/2025/01/23/%e0%ac%9c%e0%ac%be%e0%ac%a4%e0%ad%80%e0%ad%9f-%e0%ac%97%e0%ad%8d%e0%ac%b0%e0%ac%be%e0%ac%ae%e0%ad%80%e0%ac%a3-%e0%ac%9c%e0%ad%80%e0%ac%b5%e0%ac%bf%e0%ac%95%e0%ac%be-%e0%ac%ae%e0%ac%bf%e0%ac%b6/ Thu, 23 Jan 2025 16:48:46 +0000 https://asiacommune.org/?p=8474

ଵାଲେଶ୍ଵର: ତା୨୧/୧/୨୦୨୫ରିଖ: ଜାତୀୟ ଗ୍ରାମୀଣ ଜୀଵିକା ମିଶନ ସ୍କିମ, ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗ ଅଧିନରେ ଓଡିଶା ଜୀଵିକା ମିଶନ ଏଵଂ ଓଡିଶା ମିଶନ ଶକ୍ତି ଅଧିନରେ କାର୍ଯ୍ଯରତ ହଜାର ହଜାର ଇସି ସଦସ୍ଯମାନେ ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ” ନେତୃତ୍ଵରେ ଆଜି ଵାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶକ୍ତିଶାଳୀ ତଥା ଵିଶାଳ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡିଶା ଜୀଵିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ଵଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିଵା ନିର୍ଦ୍ଦେଶ ଦେଵା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀଵିକା ଅର୍ଜନର ରାହା ଦେଖାଇଵା ପାଇଁ ଵିନା ପାରିଶ୍ରମିକରେ କାର୍ଯ୍ଯ କରିଆସିଥିଵା ଵେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାଓ୍ଵେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେଵାରୁ ଏଵେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଏହି ମହିଳା ଶ୍ରମିକଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂତନ ଇସି ନିଯୁକ୍ତି ଷଡଯନ୍ତ୍ର କରାଯାଇଛି। ଏହି ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରିଵା ସହ ଇସି ସଦସ୍ଯଙ୍କୁ ସ୍ଥାୟୀ ନିଯୁକ୍ତି, ଏନ୍ଆରଏଲଏମ୍ ସ୍କିମ ଅଧିନରେ କାର୍ଯ୍ଯରତ ସମସ୍ତ ଇସି ସଦସ୍ଯ ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ଓ୍ଵାର୍କର ମାନ୍ଯତା, ଇପିଏଫ୍ – ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା, ଗତ ଜୁଲାଇରେ ସରକାରଙ୍କ ଦ୍ଵାରା ଘୋଷିତ ସର୍ଵ ନିମ୍ନ ମଜୁରୀ ଆଇନ ର କୁଶଳୀ ଶ୍ରମିକଙ୍କ ସର୍ଵନିମ୍ନ ମଜୁରୀ ହାରରେ ମାସିକ ଭତ୍ତା ପ୍ରଦାନ, ୨୦୨୪ ମସିହା ସେପ୍ଟେମ୍ଵର ମାସରୁ ଵକେୟା ଥିଵା ଇସି ଏଫ୍ ଟିଏ, ସିଆରପି ଓ ଏମଵିକେଙ୍କ ଏକ ଵର୍ଷର ଵକେୟା ପ୍ରଦାନ ଦାଵିରେ ଏହି ଵିକ୍ଷୋଭ ଅନୁଷ୍ଠିତ ହୋଇଅଛି। ଇସି ସଦସ୍ଯମାନେ ମାସିକ ଏକ ହଜାର ୫ଶହ ଟଙ୍କା ଭତ୍ତା ପାଉଥିଵା ଵେଳେ ସରକାର ଏହି ମହିଳାଙ୍କ କାର୍ଯ୍ଯ ସୁଗମ କରିଵା ପାଇଁ ସ୍କୁଟର ଖରିଦ ପାଇଁ ଯେଉଁ ଋଣ ଦେଇଥିଲେ, ଏମାନଙ୍କୁ ଇସି ପଦରୁ ରିଷ୍ଟ୍ରକ୍ଚରିଙ୍ଗ୍ କରି ହଟାଇଲେ ଏମାନେ ଋଣ ପରିଶୋଧ କରି ନପାରି ଆତ୍ମହତ୍ଯା କରିଵାକୁ ଵାଧ୍ଯ ହେଵେ। ତେଣୁ ସରକାର ଏହି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରି ଇସି ସଦସ୍ଯଙ୍କ ସମେତ ସମସ୍ତ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେଵାକୁ ଦାଵି ପ୍ରତିଧ୍ଵନିତ ହୋଇଆଛି। ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ଜିଲ୍ଲା ସଭାପତି ପ୍ରଭାତୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଵିଶାଳ ଵିକ୍ଷୋଭ ସମାଵେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦଵୋଧନ ଦେଇ ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ,ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଇପିଏଫ୍ ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା ପ୍ରଦାନ, କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଯଥା ସିଆରପି, ଏମଵିକେ ଓ ଅନ୍ଯମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଇସି ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଵକେୟା ଭତ୍ତା ପ୍ରଦାନ ପାଇଁ ସମ୍ପ୍ରତି ଜିଲ୍ଲା ସ୍ତରରେ ଆନ୍ଦୋଳନ ଚାଲିଥିଵା ଵେଳେ ଵୀଧାନସଭା ଵଜେଟ ଅଧିଵେଶନ ଵେଳେ ସମ୍ମିଳିତ ଵିଶାଳ ପ୍ରତିଵାଦ ଆନ୍ଦୋଳନର ଚେତାଵନୀ ଦେଇଛନ୍ତି। ସଂଘର ଜିଲ୍ଲା ସମ୍ପାଦକ ସ୍ମାରକୀ ସ୍ଵାଇଁ, ଡିଏଲ୍ଏଫ୍ ସଭାପତି ସୁଷମା ଦତ୍ତ, ସମ୍ପାଦକ, ସରଶ୍ଵତୀ ପାତ୍ର, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଉପସାଧାରଣ ସମ୍ପାଦକ ପ୍ରତିଭା ପାଲ, ଏଆଇଟିୟୁସି ରାଜ୍ଯ ଉପସଭାପତି ଗୈ।ରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଭାପତି ଭାଗଵତ ପ୍ରତିହାରୀ, ସଂଘର ମନୋରମା କମିଳା, ଉପସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସ୍ଵାତୀ ଭୋଳ, କଵିତା ପାଲ, ଶିଵାନୀ ମହାନ୍ତି, ରାଜ୍ଯ ଉପସଭାପତି ତପନ ସିଟ, ଜିଲ୍ଲା ଯୁଗ୍ମ ସମ୍ପାଦକ ମମତା ଵିଶ୍ଵାଳ, ମମତା ରାଣୀ ଦାସ, ପ୍ରମିଳା ନାୟକ, ସଵିତା ଦାସ, ଵିଏଲ୍ଏଫ୍ ପ୍ରଭାତୀ ହୋତା, ସଵିତା ରଣା, ଚନ୍ଦ୍ରକାନ୍ତୀ ଜେନା, ଭିଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା, ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପସଭାପତି ଆଵିଦ ଖାନ୍, ଶ୍ରମିକ ନେତା ଶାନ୍ତନୁ ଦାସ, ସାମ୍ଵାଦିକ ରତିକାନ୍ତ ପାତ୍ର, ସଂଘର ସ୍ଵର୍ଣ୍ଣକାନ୍ତି ମହାପାତ୍ର, ସ୍ନେହଲତା ଵେହେରା, ସଂଯୁକ୍ତା ସିଂହ ପ୍ରମୁଖ ଏହି ଦାଵି ସପକ୍ଷରେ ଉଦଵୋଧନ ଦେଇଥିଲେ। ଏକ ୧୭ଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାଵିପତ୍ର ଉପସ୍ଥାପନ କରିଥିଲେ ଓ ସେ ସିଡିଏସ୍, ଡିପିଏମ୍ , ଡିପିସି ଏଵଂ ସଂଘର ଜିଲ୍ଲା କମିଟି ସହ ଏକ ଵୈଠକ କରି ଏସମ୍ପର୍କରେ ସମାଧାନର ରାସ୍ତା ଵାହାର କରିଵାର ପ୍ରତିଶୃତି ଦେଇଥିଲେ। ଏହା ପୁର୍ଵରୁ ଵାଲେଶ୍ଵର ରେଳ ଷ୍ଟେସନ ଠାରୁ ଏକ ଵିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା।

]]>
ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ https://asiacommune.org/2025/01/14/%e0%ac%87%e0%ac%b8%e0%ac%bf-%e0%ac%b0%e0%ac%bf%e0%ac%b7%e0%ad%8d%e0%ac%9f%e0%ad%8d%e0%ac%b0%e0%ac%95%e0%ad%8d%e0%ac%9a%e0%ac%b0%e0%ac%bf%e0%ac%99%e0%ad%8d%e0%ac%97%e0%ad%8d-%e0%ac%b5%e0%ac%a8%e0%ad%8d/ Tue, 14 Jan 2025 15:43:54 +0000 https://asiacommune.org/?p=8442

ଜୟପୁର: ତା ୧୦/୧/୨୦୨୫: ଓଡିଶା ସରକାରଙ୍କ ମିଶନ ଶକ୍ତି ଵିଭାଗର ଓଡିଶା ଜୀଵିକା ମିଶନର ମିଶନ ଡାଇରେକ୍ଟର ତଥା ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ ମହାଶୟାଙ୍କ ଦ୍ଵାରା ଵିଭିନ୍ନ ଜିଲ୍ଲାପାଳଙ୍କୁ ଗତ ୮ଜାନୁଆରୀରେ ଦିଆଯାଇଥିଵା ନିର୍ଦ୍ଦେଶରେ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ରିଷ୍ଟ୍ରକ୍ଚରିଙ୍ଗ ଉଦ୍ଦେଶ୍ଯରେ କରାଯାଇଥିଵା ଦ୍ଵିଅର୍ଥ ଵୋଧକ ନିର୍ଦ୍ଦେଶରେ ସମଗ୍ର ରାଜ୍ଯର ଇସି ସଦସ୍ଯାମାନେ ଗଭୀର ଉଦଵେଗ ପ୍ରକାଶ କରିଛନ୍ତି। ଆଜି ଜୟପୁର ଶ୍ରମିକ ଭଵନଠାରେ “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର କୋରାପୁଟ ଜିଲ୍ଲା କମିଟି ଵୈଠକ ଜ୍ଯୋତୀରେଖା ଚେଟ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା “ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ”ର ରାଜ୍ଯ ସଭାପତି ଜୟନ୍ତ ଦାସ ଜିଲ୍ଲା କମିଟି ଵୈଠକକୁ ଉଦଘାଟନ କରି ଓଡିଶା ମିଶନ ଶକ୍ତି ଵିଭାଗ ଅଧିନରେ ରାଜ୍ଯର ୭୦ଲକ୍ଷ ମହିଳାଙ୍କୁ ଲକ୍ଷେ ୩୫ ହଜାର ଇସି ସଦସ୍ଯାମାନେ ଜୀଵିକା ଅର୍ଜନର ରାହା ଦେଖାଇଥିଵା ଵେଳେ ସରକାର ଏହି ସ୍କିମ ଓ୍ଵାର୍କରମାନଙ୍କୁ ଓ୍ଵାର୍କର ମାନ୍ଯତା ଦେଇ ନାହାନ୍ତି। ମିଶନ ଶକ୍ତି ଵିଭାଗ ଅଧିନରେ କାର୍ଯ୍ଯରତ ଇସି ସଦସ୍ଯାଙ୍କୁ ଫିକ୍ସଡ୍ ଟ୍ରାଭେଲିଙ୍ଗ୍ ଆଲାଓ୍ଵେନସ୍ ଵାଵଦରେ ମାସିକ ୧ ହଜାର ୫ଶହ ଟଙ୍କା ଦେଉଥିଵା ଵେଳେ ତାହାମଧ୍ଯ ସେପ୍ଟେମ୍ଵର ମାସରୁ ଏପର୍ଯ୍ଯନ୍ତ ସରକାରଙ୍କ ଉପରେ ଵାକି ପଡିଛି। ଏମାନଙ୍କୁ ସାମାଜିକ ନିରାପତ୍ତା ଵାଵଦରେ ଇପିଏଫ୍ ଓ ଇଏସ୍ଆଇ ଭଳି ସର୍ଵ ନିମ୍ନ ସୁଵିଧା ଦିଆ ଯାଉ ନାହିଁ।ଏହି ଜୀଵିକା ମିଶନ ଓ ମିଶନ ଶକ୍ତି ଇସିଙ୍କ ସମେତ ଅଙ୍ଗନଓ୍ଵାଡି, ଆଶା, ମଧ୍ଯାହ୍ନ ଭୋଜନ ପାଚିକା – ସହାୟିକାଙ୍କ ସମେତ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଇପିଏଫ୍ ସୁଵିଧା ଦାଵିରେ ଏଆଇଟିୟୁସି ପକ୍ଷରୁ ୧୬ ଜାନୁଆରୀ ଆଞ୍ଚଳିକ ଭଵିଶ୍ଯନିଧି କାର୍ଯ୍ଯାଳୟ ଘେରାଉ ପାଇଁ ଆହ୍ଵା ଦିଆ ଯାଇଛି। ଏଵେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଇସି ସଦସ୍ଯାମାନଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂଆ ଇସି ମନୋନୟନର ଷଡଯନ୍ତ୍ର ଆରମ୍ଭ ହୋଇଅଛି। ଇସି ରିଷ୍ଟ୍ରକ୍ଚରିଙ୍ଗ ଵନ୍ଦ କରିଵା, କେତେକ ଇସି ସଦସ୍ଯ ଗତ ୨୦ ଵର୍ଷ ଧରି ୨୧ମସିହା ପର୍ଯ୍ଯନ୍ତ ଵିନା ପାରିଶ୍ରମିକ, ଵିନା ଭତ୍ତାରେ କାର୍ଯ୍ଯ କରି ଆସିଥିଵା ଵେଳେ ଏଵେ ଇସି ରିଷ୍ଟ୍ରକ୍ଚରିଙ୍ଗ ନାମରେ ନୂଆ ଇସି ନିଯୁକ୍ତି କରି ହାତ ଚିକ୍କଣ କରିଵାର ଗୁପ୍ତ ଏଜେଣ୍ଡାକୁ ନିନ୍ଦା କରିଥିଲ। ଅଵିଳମ୍ଵେ ଇସିମାନଙ୍କୁ ସ୍ଥାୟୀ ନିଯୁକ୍ତି, ଵକେୟା ଭତ୍ତା ପ୍ରଦାନ, ଇସିମାଙ୍କୁ ଇପିଏଫ ହିତାଧିକାରୀ କରାଇଵା ଠାରୁ ଇଏସ୍ଆଇ ସୁଵିଧା, କାର୍ଯ୍ଯକାଳ ୬୫ଵର୍ଷ କୁ ଵୃଦ୍ଧି, ସିଆରପି ଓ ଏମଵିକେଙ୍କ ଵକେୟା ଭତ୍ତା ପ୍ରଦାନ, ଇତ୍ଯାଦି ଦାଵି ନେଇ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ରାଜ୍ଯଵ୍ଯାପୀ ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ ଆହ୍ଵାନ ଦେଇଥିଲେ।ଏହି ଵୈଠକରେ ସୁଜାତା ପାଣିଗ୍ରାହୀ ଇସି ସଦସ୍ଯମାନଙ୍କ ସମସ୍ଯା ସମ୍ଵଳିତ ଵିଵରଣୀ ଉପସ୍ଥାପନ କରିଥିଲେ। ଏହି ଵୈଠକରେ ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ଯ ପ୍ରମୋଦ ମହାନ୍ତି, ଏଆଇଟିୟୁସି ଜିଲ୍ଲା ନେତା ଯୁଧିଷ୍ଠିର ରାଉଳ ପ୍ରମୁଖ ଉଦଵୋଧନ ଦେଇଥିଲେ। ଏହି ଵୈଠକରେ ଜିଲ୍ଲାର ୧୪ଟି ଵ୍ଲକରୁ ଉପସ୍ଥିତ ଇସି ନେତ୍ରୀମାନେ ଆଲୋଚନା କରି ୨୪ଜାନୁଆରୀ କୋରାପୁଟ ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ ପାଇଁ ସର୍ଵସମ୍ମତ ଭାଵେ ନିଷ୍ପତ୍ତି ହେଲା।ଏହି ଵିକ୍ଷୋଭରେ ଜିଲ୍ଲାର ସିଏଲ୍ଏଫ,ଜିପିଏଲ୍ଏଫ୍, ଵିଏଲ୍ଏଫ୍ ଓ ଡିଏଲ୍ଏଫ୍ ର ସମସ୍ତ ଇସି ସାମିଲ ହେଵା ପାଇଁ ନିଷ୍ପତ୍ତି ହୋଇଅଛି। ଏହି ଵୈଠକରେ ଵିଭିନ୍ନ ପ୍ରସ୍ତିଵ ଉପରେ ଜିଲ୍ଲା କମିଟିର ପୁର୍ଣ୍ଣିମା ରାଉତ, ସଵିତା ଜାନୀ,ଵିମଳା ଭତ୍ରା, ଧାନିତ୍ରୀ ଗୁଲାରୀ, ଚଞ୍ଚଳା ହରିଜନ, ହରପ୍ରିୟା ନାୟକ, ପଦ୍ମା ଡାକୁଆ, ଵାସନ୍ତୀ ହରିଜନ, ରଜନୀ ଦାନୀ, ମିଥୁଳା ଶିଶା, ଊନାରଙ୍ଗା ପୁଜାରୀ, ସଂଗୀତା ଗରଡା, ମିଲିତା ହିଆଲ,ଚନ୍ଦ୍ରମା କୁଲଦୀପ, ସନ୍ଧ୍ଯା ରାଣୀ ମହାନ୍ତି, ଜୟନ୍ତୀ ପ୍ରଧାନ, ରୀନା ନାୟକ, ମମତା ଵାଘ, ଜୟନ୍ତୀ ଵିଵାନ, ଅର୍ଣ୍ଣମଣୀ ପାସ୍କା, ମାଧୁରୀ ଵିଦିକା, ଲକ୍ଷ୍ମୀ ନାୟକ,ଝୁମୁକୀ ପୁଜାରୀ, ରୁପଜାତ ତାନ୍ତି, ସୁନିତୀ ଖୀଆଲ, ପୁଣ୍ଯଵତୀ ପ୍ରମୁଖ ଆଲୋଚନା କରି ଆନ୍ଦୋଳନର ସଫଳତା ପାଇଁ ମତ ଦେଇଥିଲେ।

By Jayantha Das

]]>
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସ୍ତରୀୟ ଶତବାର୍ଷିକୀ ଉଦଘାଟନ ସମାରୋହ ୨୬ଡିସେମ୍ଵରରେ କଟକ ସହରରେ ମହା ସମାରୋହରେ ପାଳିତ ହେବ। https://asiacommune.org/2024/12/09/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ad%9f%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/ Mon, 09 Dec 2024 16:07:02 +0000 https://asiacommune.org/?p=8299

କଟକ:ତା୮/୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ଯସ୍ତରୀୟ ଶତବାର୍ଷିକୀ ସମାରୋହ ଅଭ୍ୟର୍ଥନା କମିଟି ବୈଠକ ଆଜି ଇସକଫ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ପାର୍ଟି ର ପ୍ରତିଷ୍ଠା ଶତବାର୍ଷିକୀ ସମାରୋହ କଟକ ଠାରେ ଆସନ୍ତା ଡିସେମ୍ବର ୨୬ତାରିଖ ଦିନ ଉଦଘାଟିତ ହେବ। ଏହି ସମାରୋହକୁ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ ଆଜି କଟକ ବାରବାଟି ଷ୍ଟାଡିଅମ ଠାରେ ବିଜୟ ପଢିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ଶହେଜଣ ସଭ୍ଯକୁ ନେଇ ଏକ ଶତବାର୍ଷିକୀ ସମାରୋହ ପାଳନ ପ୍ରସ୍ତୁତି କମିଟି ଗଠନ କରାଯାଇଛି । ଏଥିରେ ଅଭିଭକ୍ତ କଟକ ଯଥା: କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡାର ବରିଷ୍ଠ କମ୍ୟୁନିଷ୍ଟ ନେତାମାନେ ଯୋଗଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। କଟକ କଳାବିକାଶ କେନ୍ଦ୍ରଠାରେ ଏହା ଉଦଘାଟିତ ହେବ। ଆଜିର ଏହି ବୈଠକରେ ରାଜ୍ଯ ପାର୍ଟିର ସମ୍ପାଦକ କ.ଆଶିଷ କାନୁନଗୋ, ସମ୍ପାଦକମଣ୍ଡଳୀ ସଭ୍ଯ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର ,ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ରାଜ୍ଯ କାର୍ଯ୍ୟକାରୀ କମିଟି ସଭ୍ଯ ଅମରେନ୍ଦୁ ମହାନ୍ତି, ପ୍ରଫେସର ଅଜୟ କୁମାର ସାମଲ, ଶଶୀଭୂଷଣ ସ୍ବାଇଁ, କିଶୋର ଜେନା, ବିନୋଦ ବେହେରା, ବିଜୟ ମହାନ୍ତି, ଉଦୟ କେଶରୀ ବର୍ମା, ବିଦ୍ୟାପ୍ରସନ ମହାପାତ୍ର, ବିପିନ ପାଢୀ, ସୁନାକର ବରାଳ ପମୁଖ ଚାରି ଜିଲ୍ଲାର ନେତୃତ୍ବ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମାରୋହ ପୂର୍ବରୁ ଏକ ବର୍ଣ୍ଣାଢ୍ଯ ଶୋଭାଯାତ୍ରା ସହର ପରିକ୍ରମା କରିବ ।ଏହି ଅବସରରେ ସ୍ବାଧିନତା ସଂଗ୍ରାମର ନାୟକ କମ୍ୟୁନିଷ୍ଟ ନେତା ମାନଙ୍କ ତ୍ଯାଗ, ନିଷ୍ଠା, ବଳିଦାନ, ଦେଶପ୍ରେମ, ପ୍ରଗତିଶୀଳ ସାହିତ୍ୟ, ସଂସ୍କୃତି, ସାମାଜିକ ଜନ ଜୀବନ ପାଇଁ ଅତୁଳନୀୟ ଅବଦାନକୁ ସ୍ମରଣ କରାଯିବା ସହ ଗଣ ବିପ୍ଳବ ମାଧ୍ଯମରେ ଶୋଷଣ ମୁକ୍ତ ସମାଜବାଦୀ ସମାଜ ଓ ସାମ୍ୟବାଦୀ ସମାଜ ଗଠନର ସଂକଳ୍ପ ନିଆଯିଵ।

By Jayantha Das.

]]>
ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ଶତଵାର୍ଷିକୀ ସମାରୋହ ପାଇଁ ରାଜ୍ଯ କାର୍ଯ୍ଯକାରୀ କମିଟି ଵୈଠକ ଚାଲିଛି: ସମ୍ଵିଧାନ ପ୍ରଣେତା ଵାଵା ସାହେଵଙ୍କ ସ୍ମୃତି ପାଳିତ https://asiacommune.org/2024/12/07/%e0%ac%ad%e0%ac%be%e0%ac%b0%e0%ac%a4%e0%ad%80%e0%ad%9f-%e0%ac%95%e0%ac%ae%e0%ad%8d%e0%ac%af%e0%ad%81%e0%ac%a8%e0%ac%bf%e0%ac%b7%e0%ad%8d%e0%ac%9f-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f-2/ Sat, 07 Dec 2024 16:38:36 +0000 https://asiacommune.org/?p=8285

ଭୁଵେଶ୍ଵର: ତା୬/୧୨/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଶତଵାର୍ଷିକୀ ରାଜ୍ଯଵ୍ଯାପୀ ୨୬ଡିସେମ୍ଵର୨୦୨୪ରୁ ୨୬ଡିସେମ୍ଵର ୨୦୨୫ପର୍ଯ୍ଯନ୍ତ ପାଳିତ ହେବ। ଦେଶର ଜନଗଣଙ୍କ ଅଧିକାର, ଶୋଷଣରୁ ମୁକ୍ତି ପାଇଁ ଦଳର ଲୋମହର୍ଷଣକାରୀ ତ୍ଯାଗ, ମାନଵୀୟ ଅଧିକାର ଓ ସାମ୍ଯ ସମାଜ ପ୍ରତିଷ୍ଠାର ସଂଘର୍ଷରେ ଚରମ ତ୍ଯାଗ, ନିଷ୍ଠା ଓ ଆତ୍ମ ଵଳୀଦାନର ଐତିହାସିକ ପୃଷ୍ଠଭୁମି ସମାଜର ପରିଵର୍ତ୍ତନ ପାଇଁ ଭିତ୍ତି ସୁଦୃଢ କରିଵା ପାଇଁ ଗାଁ ଗଣ୍ଡା, ଵସ୍ତି, ସହର,ଶିକ୍ଷାନୁଷ୍ଠାନ ରୁ ଶିଳ୍ପାନୁଷ୍ଠାନ, କୃଷି କ୍ଷେତ୍ରରୁ ଵ୍ଯଵସାୟ କ୍ଷେତ୍ର ସର୍ଵ ଵ୍ଯାପୀ ସଂଗଠନକୁ ମଜଭୁତ କରିଵା ପାଇଁ ଗତକାଲି ଠାରୁ ଦଳର ରାଜ୍ଯ ଦପ୍ତର ଭଗଵତୀ ଭଵନ ଠାରେ ରାଜ୍ଯ ସମ୍ପାଦକ ମଣ୍ଡଳୀ, ଆଜି ରାଜ୍ଯ କାର୍ଯ୍ଯକାରୀ କମିଟି ଓ ଆସନ୍ତା କାଲି ୭ଡିସେମ୍ଵର ରାଜ୍ଯ ପରିଷଦ ଵୈଠକ ଚାଲୁରହିବ। ଆଜି ସକାଳେ ଭାରତ ଵର୍ଷର ଵିଭିନ୍ନତା ମଧ୍ଯରେ ଏକତା, ଏହାର ସ୍ଵାଧୀନତା, ସାର୍ଵଭୈ।ମତ୍ଵ, ଧର୍ମନୀରପେକ୍ଷତା, ସମାଜଵାଦ, ସାମାଜିକ ନ୍ଯାୟର ସମ୍ଵିଧାନ ପ୍ରଣେତା ଭାରତ ରତ୍ନ ଵାଵା ସାହେଵ ଡକ୍ଟର ଭୀମରାଓ ଆମ୍ଵେଦକରଙ୍କ ସ୍ମୃତି ଦିଵସ ପାଳନ ପରେ ଡାକ୍ତର ପ୍ରଶାନ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଵୈଠକରେ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଆଶିଷ କାନୁନଗୋ ଵିଵରଣୀ ଉପସ୍ଥାପନ କରି ଭ୍ରଷ୍ଟ ରାହୁ ପୁଞ୍ଜିପତି ଆଦାନୀ ମୋଦି ସରକାରଙ୍କୁ କ୍ରୀଡନକ ସଜାଇ ଦେଶର ପ୍ରମୁଖ ସମ୍ଵଳ ଲୁଣ୍ଠନ କରିଵା, ରାଜ୍ଯରେ ଡଵଲ ଇଞ୍ଜିନ ସରକାର ସମସ୍ତ ଅତ୍ଯାଵଶ୍ଯକୀୟ ସାମଗ୍ରୀର ଦରଵୃଦ୍ଧି କରି ଜନଗଣଙ୍କୁ ଦୁଇଗୁଣା ଶୋଷଣ ଵିରୋଧରେ ଆଗାମୀ ୧୦ ଡିସେମ୍ଵର ଦେଶଵ୍ଯାପୀ ପ୍ରତିଵାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ଜିଲାରେ ପ୍ରତିଵାଦ ଆନ୍ଦୋଳନକୁ ସଫଳ କରିଵାକୁ ଆହ୍ଵାନ ଦେଇଛନ୍ତି। ଶତଵାର୍ଷିକୀ ପାଇଁ ରାଜ୍ଯସ୍ତରୀୟ ଉଦଘାଟନ ଉତ୍ସଵ କଟକରେ ମହା ସମାରୋହରେ ପାଳନ ପ୍ରସ୍ତାଵ ଆଗତ କରିଛନ୍ତି। ସଭାରେ ଉପସ୍ଥିତ ରାଜ୍ଯ ସହ ସମ୍ପାଦକ କ୍ଷୀରୋଦ ସିଂଦେଓ, ଵରିଷ୍ଠ ସମ୍ପାଦକମଣ୍ଡଳୀ ସଦସ୍ଯ ଅଶୋକ ଦାଶ, ଜୟନ୍ତ ଦାସ, ଏନ୍ ନାରାୟଣ ରେଡୀ, ଵିଜୟ ଜେନା, ଦାମୋଦର ଵେହେରା, ରମଣୀ ରଞ୍ଜନ ରାଉତରାୟ, କଣ୍ଟ୍ରୋଲ କମିଶନ ଅଧ୍ଯକ୍ଷ ଵସନ୍ତ ପାଇକରାଏ, କାର୍ଯ୍ଯକାରୀ କମିଟିର ଶ୍ରୀହର୍ଷ ରଥ, ପ୍ରମୋଦିନୀ ପାଇକରାୟ, ସୁର ଜେନା, ମହେଶ୍ଵର ରାଉତ, ଵିଦ୍ଯାଧର ମହାନ୍ତ,ଵ୍ରଜଵନ୍ଧୁ ପ୍ରଧାନ, ପ୍ରମୋଦ ମହାନ୍ତି ପ୍ରମୁଖ ଵିଭିନ୍ନ ପ୍ରସ୍ତାଵ ଉପରେ ଆଲୋଚନା କରିଛନ୍ତି। ଆଜି ଏହି ଆଲୋଚନା ଚାଲୁ ରହିଥିଵା ଵେଳେ ଆସନ୍ତା କାଲି ରାଜ୍ଯ ପରିଷଦ ଵୈଠକ ଅନୁଷ୍ଠିତ ହେଵ ଵୋଲି ସିପିଆଇ ରାଜ୍ଯ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି।

By Jayantha Das

]]>
अमन के हम रखवाले सब एक हैं: इप्टा https://asiacommune.org/2024/10/29/%e0%a4%85%e0%a4%ae%e0%a4%a8-%e0%a4%95%e0%a5%87-%e0%a4%b9%e0%a4%ae-%e0%a4%b0%e0%a4%96%e0%a4%b5%e0%a4%be%e0%a4%b2%e0%a5%87-%e0%a4%b8%e0%a4%ac-%e0%a4%8f%e0%a4%95-%e0%a4%b9%e0%a5%88%e0%a4%82-%e0%a4%87/ Tue, 29 Oct 2024 15:59:06 +0000 https://asiacommune.org/?p=8075

अमन के हम रखवाले सब एक हैं एक हैं

हम जुल्म से लड़ने वाले सब एक है एक है

हम कोरिया में हम हैं हिंदुस्तान में

हम रूस में हैं चीन में जापान में

हम अफ्रीका में हम है पाकिस्तान में

हम दुनिया के हर सच्चे इंसान में

हम क्या गोरे क्या काले, सब एक हैं एक हैं

जुल्म से लड़नेवाले, सब एक हैं एक हैं

हम अजंता और ताज के फनकार हैं

हम पेरिस, व्हेनिस, रोम के शृंगार हैं

हम चलती-फिरती सडकों की रफ़्तार हैं

हम हँसते गाते कारखानों के गीत हैं

हम जीवन के उजियारे, सब एक हैं एक हैं

जुल्म से लड़नेवाले, सब एक हैं एक हैं

हम बच्चों की मुस्कान बेचते नहीं

माँओं  के अरमान बेचते नहीं

इस एटम और दौलत के बाजार में

हम इंसानों की जान बेचते नहीं

आजादी के रखवाले, सब एक हैं एक हैं

जुल्म से लड़नेवाले सब एक हैं एक हैं

इन बस्तियों को जगमगाना है सदा

इन खेतियों को लहलहाना है सदा

उठाओ साज गीत गाओ अमन के

कि जिंदगी के गीत गाने हैं सदा

हम मौत पे हँसने वाले सब एक हैं एक हैं

जुल्म से लड़नेवाले  सब एक हैं एक हैं 

– इप्टा

]]>
भुवनेश्वर में WFTU का स्थापना दिवस मनाया : यूद्ध बन्द करो, मजदूरों को क्लाइमेट जस्टिस के साथ साथ मजदूरों के हक् के लिए प्रदर्शन । https://asiacommune.org/2024/10/11/%e0%a4%ad%e0%a5%81%e0%a4%b5%e0%a4%a8%e0%a5%87%e0%a4%b6%e0%a5%8d%e0%a4%b5%e0%a4%b0-%e0%a4%ae%e0%a5%87%e0%a4%82-wftu-%e0%a4%95%e0%a4%be-%e0%a4%b8%e0%a5%8d%e0%a4%a5%e0%a4%be%e0%a4%aa%e0%a4%a8%e0%a4%be/ Fri, 11 Oct 2024 16:38:02 +0000 https://asiacommune.org/?p=7975

भुवनेश्वर : ३ अक्टूबर २०२४: सभी वामपंथी केंद्रीय ट्रेड यूनियनों ने भुवनेश्वर में WFTU का स्थापना दिवस मनाया। AITUC, CITU, AICCTU, AIUTUC और केंद्रीय फेडरेशन भुवनेश्वर में प्रदर्शन में शामिल हुए। वर्ल्ड फेडरेशन ऑफ टीचर्स यूनियन के अध्यक्ष और साथ ही WFTU के अध्यक्षीय परिषद के सदस्य कॉमरेड अमिय कुमार महांती, AITUC के राज्य सचिव कॉमरेड जयंत दास, कॉमरेड सुर जेना, कॉमरेड पंचानन साहु, कॉमरेड शंकर बारिक, कॉमरेड उग्रसेन दास, कॉमरेड डाका हेम्ब्रम, CITU के राज्य सचिव कॉमरेड प्रदीप नायक, कॉमरेड उल्लाश स्वाइं, कॉमरेड रमेश जेना, कॉमरेड पूर्णा पाढ़ी, कॉमरेड सत्यानंद बेहरा, AICCTU के राज्य अध्यक्ष कॉमरेड राधाकांत सेठी, राज्य महासचिव कॉमरेड महेंद्र परिडा, AIUTUC के राज्य अध्यक्ष कॉमरेड जयसेन मेहर और कॉमरेड कान्हू बिश्बाल ने इस अवसर पर संबोधित किया।     विश्व के मजदूर वर्ग ३ अक्टूबर को २०२४ का स्थापना दिवस मनाने के लिए एकजुट हो रहे हैं। विश्व ट्रेड यूनियन महासंघ (WFTU) की स्थापना ३ अक्टूबर  १९४५ को पेरिस में हुई थी। WFTU हर साल अपने स्थापना दिवस को अंतर्राष्ट्रीय कार्रवाई दिवस के रूप में मनाता है।

WFTU एक ट्रेड यूनियन संगठन है जो दुनिया भर में श्रमिकों के अधिकारों की वकालत करता है। WFTU के लक्ष्यों में शामिल हैं:

१) फिलिस्तीन पर अमेरिका द्वारा प्रायोजित युद्धोन्मादी इजरायल के युद्ध के खिलाफ, २) जीवाश्म ईंधन के उपयोग और जलवायु परिवर्तन के कारण ग्लोबल वार्मिंग का असर को जूझते हूए मजदूर वर्ग को क्लाइमेट जस्टिस प्रदान करो।

३) युद्ध और उसके कारणों के खिलाफ लड़ाई,

४) स्थिर शांति के लिए काम करना,

कामकाजी और रहने की स्थिति में सुधार,

५) बेहतर वेतन प्राप्त करना,

६) काम के घंटे कम करना,

७) स्वास्थ्य सेवा, शिक्षा और सामाजिक सुरक्षा तक सार्वभौमिक पहुँच प्रदान करना,

८) सुरक्षित और स्वस्थ काम और रहने का माहौल बनाना।

 WFTU राष्ट्रीय और औद्योगिक ट्रेड यूनियनों के साथ-साथ अन्य अंतर्राष्ट्रीय ट्रेड यूनियन संगठनों के साथ काम करता है। WFTU को संयुक्त राष्ट्र आर्थिक और सामाजिक परिषद, अंतर्राष्ट्रीय श्रम संगठन, यूनेस्को और FAO के साथ परामर्शदात्री दर्जा भी प्राप्त है।

भारत का प्रमुख राष्ट्रीय ट्रेड यूनियन AITUC, विश्व ट्रेड यूनियन महासंघ के संस्थापकों में से एक है, जो सभी केंद्रीय ट्रेड यूनियनों, स्वतंत्र संघों, संघों और भारत के कामकाजी वर्ग को एक साथ मिलकर भारत के कोने-कोने में शामिल हूए है।

#WFTU_LongLive

#No_to_War

#Stop_Fossil_Fuel_Now

#Climate_Justice_to_WorkingClass

#WorkingClass_Unity_LongLive

By Jayantha Das

]]>