ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ୧୩ ଫେବୃଆରୀ ଠାରୁ ଵିଧାନସଭା ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଅନୁଷ୍ଠିତ ହେବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ (NOJMECS)

 ଭୁବନେଶ୍ଵର: ତା୯/୨: କେନ୍ଦ୍ରୀୟ ସ୍କିମ ଏନ୍ଆରଏଲ୍ଏମ ଅଧିନସ୍ଥ ଓଡ଼ିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ଲକ୍ଷାଧିକ ଇସି (କାର୍ଯ୍ଯନିର୍ଵାହୀ) ସଦସ୍ୟଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ ବହିସ୍କାର ପାଇଁ ଗତ ୮ଏଵଂ ୨୨ଜାନୁଆରୀରେ ଜାରି ହେଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବିରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ୧୩ଫେଵୃଆରୀ ପୁର୍ଵାହ୍ନ ୧୦ଘଟିକା ଠାରୁ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ଯାହାର ପର୍ଯ୍ଯନ୍ତ ଦିବାରାତ୍ର ଗଣଧାରଣା ରେ ଵସିରହିଵେ, ନିର୍ଦେଶ ପ୍ରତ୍ୟାହାର ପରେ ଉଠିବେ ବୋଲି ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ଏଆଇଟିୟୁସି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଜୟନ୍ତ ଦାସ, କାର୍ଯ୍ୟକାରୀ ସଭାପତି ଶୈଳବାଳା ରଥ, ଉପସଭାପତି ପୁଷ୍ପାଞ୍ଜଳୀ  ଜେନା ଓ ମମତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଶୈଳବାଳା ରଥ ସୂଚନା ଦେଇ କହିଛନ୍ତି କି ରିଷ୍ଟ୍ରକ୍ଚରିଙ୍ଗ୍ ହେଲେ ଗତ ୫ଵର୍ଷରୁ ୨୫ଵର୍ଷ ପର୍ଯ୍ଯନ୍ତ ଦୀର୍ଘ ଅବଧିରେ କାର୍ଯ୍ଯ ରତ ଲକ୍ଷାଧିକ ଇସି ସଦସ୍ଯଙ୍କୁ କାର୍ଯ୍ୟରୁ ବାହାର କରିଦିଆଯିବା। ଏହି ରିଷ୍ଟ୍ରକ୍ଚରିଙ୍ଗ୍ ପୁର୍ବରୁ ୫ରୁ ୧୫ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସିଏଲ୍ଏଫ୍ ଗଠନ ହେଉଥିବା ବେଳେ ଏହି ରିଷ୍ଟ୍ରକ୍ଚରିଙ୍ଗ୍  ପରେ ୨୦ରୁ ୩୯ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ସିଏଲ୍ଏଫ୍ ପୁନର୍ଗଠିତ ହେବା ଫଳରେ ଦୁଇ ତୃତୀୟାଂଶ ରୁ ଅଧିକ ସିଆରପି ଏଵ଼ଂ ଆନୁପାତିକ ହାରରେ କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଙ୍କୁ ବଳକା କରାଇ ବାହାର କରାଯିବ। ଏହି କାର୍ଯ୍ୟନିର୍ବାହୀ ସଦସ୍ଯଙ୍କ ପ୍ରବଳ ଅଧ୍ୟବସାୟ ଫଳରେ ଓଡିଶାରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କଲେ ଓ ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଓଡିଶାରେ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ କେବଳ ଜୀବିକା ଅର୍ଜନ ନୁହେଁ ପରନ୍ତୁ ଏମାନଙ୍କ ମଧ୍ୟରୁ କେତେକଙ୍କ କ୍ଷୁଦ୍ର ଓ କୁଟୀର ଉଦ୍ୟୋଗପତି ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଓ ଏହା ଓଡ଼ିଶାର ମହିଳା ସଶକ୍ତିକରଣର ଉଦାହରଣ ସାରା ପୃଥିବୀ ସାରା ଵ୍ଯାପିଲା। ପୁଷ୍ପାଞ୍ଜଳୀ ଜେନା କହିଲେ କି ସରକାର ଏହି ଦକ୍ଷତା ସମ୍ପନ୍ନ ସ୍କିମ କର୍ମଚାରୀ ଇସି ସଦସ୍ଯଙ୍କ ଦକ୍ଷତା କୁ ବିଚାରକୁ ନନେଇ ରାଜନୈତିକ ପ୍ରତିହିଂସା ପରାୟଣ ନିଷ୍ପତ୍ତି କରି ଏକାଥରେ କାମରୁ ବିଦାୟ କରିବା ସରକାରଙ୍କ ମହିଳା ବିରୋଧୀ ଚରୀତ୍ରକୁ ଵଖାଣିଛି। କେନ୍ଦ୍ରୀୟ ସ୍କିମ୍ ଆଇସିଡିଏସ ଅଧିନରେ ଅଙ୍ଗନଓ୍ଵାଡି, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ଏଵଂ ଏନ୍ଏଚ୍ଏମ୍ ଜରିଆରେ ଆଶାକର୍ମୀ ସଂପୃକ୍ତ ପରିସରର ମହିଳା ସଭାରେ ଚୟନ କରାଯାଇ ଥାଆନ୍ତି, କିନ୍ତୁ ଚୟନ ପରେ ସେମାନଙ୍କ ପାଇଁଁ ସେତେବେଳେ ଗାଇଡ ଲାଇନ ଥିଲେ ସୁଧା ସେହିମାନେ ହଁ କାର୍ଯ୍ୟରେ ଅଛନ୍ତି, ତାଙ୍କୁ ବାହାର କରାଯାଏ ନାହିଁ, ଗତ ୧୭ଵର୍ଷ ଧରି ଅକାମୀ ଥିବା ତଥାକଥିତ କେନ୍ଦ୍ରୀୟ ଗାଇଡ ଲାଇନର ଭେଳିକୀ ଦେଖାଇ ଲକ୍ଷ ଲକ୍ଷ ଏହି କର୍ମଜୀଵି ମହିଳାଙ୍କୁ କରର୍ମଚ୍ଯୁତ କରିବା ଦୁଃଖ ଦାୟକ, ସରକାର ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମିଶନ ଶକ୍ତି ବିଭାଗ ଦାୟିତ୍ଵରେ ଥିବା ମାନ୍ୟବର ଉପମୂଖ୍ଯମନ୍ତ୍ରୀ ଏଵଂ ମିଶନ ଶକ୍ତି ବିଭାଗର  ପ୍ରମୁଖ ସଚୀବ ପ୍ରମୁଖଙ୍କ ଅବଗତ କରାଯିଵା ସହ ୧୩ଫେଵୃଆରୀ ସକାଳ ୧୦ଟାରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ଏହି ଆଦେଶ ପ୍ରତ୍ୟାହାର ପର୍ଯ୍ଯନ୍ତ ଦିଵା ରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂଘ ପକ୍ଷରୁ ସାମ୍ଵାଦିକ ମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲା ବେଳେ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା ଦେଶର ସର୍ଵ ପ୍ରଥମ ଟ୍ରେଡ୍ ୟୁନିୟନର ସଂଗଠନ ଏଆଇଟିୟୁସି ପକ୍ଷରୁ ପୁର୍ଣ୍ଣ ସମର୍ଥନ ଘୋଷଣା କରିବା ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ରାଜ୍ଯ ନେତୃତ୍ଵ ସମର୍ଥନ ଜଣାଇବାକୁ ନିବେଦନ କରିଛନ୍ତି। ବିଜେପି ଦଳ ଅନ୍ଯ ରାଜ୍ୟରେ ମହିଳାମାନଙ୍କୁ ମାସିକ ଦେଢ଼ ହଜାର, ଦୁଇ ହଜାର ହାରରେ ଭତ୍ତା ପ୍ରତିଶୃତି ଦେଇ କ୍ଷମତାରେ ବସୁଥିବା ବେଳେ ଓଡିଶାରେ କ୍ଷମତାରେ ଵସିଵା ପରେ ଦେଢ଼ ଲକ୍ଷ କର୍ମଜୀବି ମହିଳାଙ୍କୁ କରର୍ମଚ୍ଯୁତ କରିବା ଘଟଣା ବିଜେପିର ମହିଳା ବିରୋଧୀ ମାନସିକତାକୁ ଦୃଢ ମୁକାବିଲା କରାଯିବ ବୋଲି ଚେତାବନୀ ଦେଇଛନ୍ତି।

By Jayantha Das

Loading